ଭବାନୀପାଟଣା:ରୋହିତ କୁମାର ନାଏକ( ଶାସକ ପ୍ରଶାସକ) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ର ପଲମକୁ ନୂତନ ବ୍ଲକର ମାନ୍ୟତା ପାଇଁ ୧୩ଗୋଟି ପଞ୍ଚାୟତ ବାସିନ୍ଦା ଦାବୀ କରିଛନ୍ତି ।ଆଜି କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କୁ ତାଙ୍କ ବାସ ଭବନରେ ଦାବୀପତ୍ର ପ୍ରଦାନ କରିଛନ୍ତି । ୧୩ଗୋଟି ଗ୍ରାମପଞ୍ଚାୟତର ଜନ ପ୍ରତିନଧି ଶିକ୍ଷାବିତ ଓ ଜନସାଧାରଣ ଯୋଗଦେଇ ପଲମରେ ନୂତନ ବ୍ଲକ୍ ଗଠନ ପାଇଁ ସମସ୍ତ ପ୍ରକାର ଚେଷ୍ଟା କରିବା ପାଇଁ ଏକଜୁଟ ହେଇଛନ୍ତି ।ଏଥିପାଇଁ ପାଇଁ ପୂର୍ବରୁ ୧୩ଟି ଗ୍ରାମପଞ୍ଚାୟତକୁ ନେଇ ଏକ ନୂତନ ବ୍ଲକ୍ ଗଠନ କମିଟି କରାଯାଇଛି । । କମିଟିର ସଭାପତି ତୁଣ୍ଡଲା ସରପଞ୍ଚ ସରୋଜ ସେଠ, ଉପସଭାପତି ପଲମ ସରପଞ୍ଚ ହେମକିଶୋର ନାଗ, ସଂପାଦକ ଦେବରାଜ ରଣା,ସହ ସଂପାଦକ ରମେଶଚନ୍ଦ୍ର ମାଝୀ ଓ ସୁଶାନୁ ପରିଡା, କୋଷାଧ୍ୟକ୍ଷ ଭାବରେ ଇଶ୍ବରଚନ୍ଦ୍ର ମାଝୀ ଓ ବେଣୁଧର ମାଝୀ ଓ ପ୍ରତ୍ୟେକ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ବୁଦ୍ଧିଯିବି କାର୍ଯ୍ୟକାରୀ ସଭ୍ୟ ଆର୍ତ୍ତତ୍ରାଣ ସିଂହ,ଜନ୍ମେଜୟ କମ୍ପ , ଲୋକନାଥ ଦାସ , ନିଲାମ୍ବର ବେହେରା,ବୁଦ୍ଧିରାମ ସାହୁ, ଜନ୍ମେଜୟ ସାହୁ ସା , ହିରାମଣୀ ସାହୁ ,ଟୁପିଲାଲ୍ ସାହୁ, ନିରଞ୍ଜନ ନନ୍ଦ, ଜଗତରାମ ଭୋଇ, ଶରତଚନ୍ଦ୍ର ଭୋଇ , ଲକ୍ଷାପତି ସାହୁ ,ଫାଲଗୁନୀ ସାହୁ ଓ ଅନେକ ଶିକ୍ଷାବିତ୍ ଉପଦେଷ୍ଟା କମିଟି ର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ । ପଲମରେ ନୂତନ ବ୍ଲକ୍ ଗଠନ ଦୀର୍ଘଦୀନର ଦାବି ଥୂଲା ଆଉ ଏହି ଦାବୀ ୧୯୯୨ ମସିହାରୁ ହୋଇଆସୁଛି । ପୂର୍ବତନ ମୂଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ପଲମରେ ନୂତନ ବ୍ଲକ ଗଠନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ଏଣୁ ନୂତନ ବ୍ଲକ ହେବ ବୋଲି ସମସ୍ତେ ଆଶା ବାନ୍ଧିଛନ୍ତି ।
ରାଜ୍ୟ
କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ର ପଲମ କୁ ନୂତନ ବ୍ଲକ ଘୋଷଣା ଦାବୀ ରେ ଜିଲ୍ଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ
- Hits: 11