ଜଗତସିଂହପୁର,ତା-୧୪.୧୦.୨୦୨୫/ସୁମନ୍ତ କୁମାର ଦାସ: କୃଷି ବିଜ୍ଞାନ କେନ୍ଦ୍ର ଜଗତସିଂହପୁର ଓ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଶ୍ରମ ବିଜ୍ଞାନ ଓ ସୁରକ୍ଷା ,ସର୍ବ ଭାରତୀୟ ସମନ୍ୱିତ ଗବେଷଣା ପ୍ରକଳ୍ପ, ଓୟୁଏଟିର ମିଳିତ ପ୍ରୟାସରେ କୃଷି ବିଜ୍ଞାନ କେନ୍ଦ୍ର ଜଗତସିଂହପୁର ପରିସରରେ ଉଦ୍ଭିଦ ସୁରକ୍ଷା ଉପକରଣ ବ୍ୟବହାରରେ ନିରାପତ୍ତା ଓ ସଚେତନା ତାମିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି | ଏହି ଅବସରରେ କୃଷି ଯାନ୍ତ୍ରିକରଣ ବିଭାଗ ଓୟୁଏଟିର ମୁଖ୍ୟ ଅଧ୍ୟାପକ ଡକ୍ଟର ମାର୍କଣ୍ଡେୟ ମହାପାତ୍ର ଯୋଗ ଦେଇ ଉପସ୍ଥିତ କୃଷିଯିବି ମହିଳା ଓ ଚାଷୀ ଭାଇ ମାନଙ୍କୁ ବିଭିନ୍ନ ଉଦ୍ଭିଦ ସୁରକ୍ଷା ନିମିତ ଯନ୍ତ୍ରପାତି ଓ ଏହାର ସୁରକ୍ଷିତ ବ୍ୟବହାର ବିଷୟରେ ତାମିଲ ପ୍ରଦାନ କରିଥିଲେ | ଏହି କାର୍ଯକ୍ରମକୁ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ. ଦ୍ବାରିକା ମୋହନ ଦାସ ପରିଚାଳନା କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡ. ଜୀବନଜିତ ସେନ ଯୋଗ ଦେଇ କୃଷି ବିଜ୍ଞାନ କେନ୍ଦ୍ରର ବିଭିନ୍ନ କାର୍ଯକ୍ରମ ଉପରେ ଆଲୋକପାତ କରିଥିଲେ | ବୈଜ୍ଞାନିକ ଡ. ପ୍ରଦୀପ୍ତ ମାଝୀ ଚାଷୀମାନଙ୍କୁ ସୁରକ୍ଷିତ ସାରର ବ୍ୟବହାର ଉପରେ ଦିଗଦର୍ଶନ ଦେଇଥିଲେ | ଏହି କାର୍ଯକ୍ରମରେ ଗରାମ, ତେରମାଣପୁର, ଅଚୁତଦାସପୁର, ଶ୍ରୀଚନ୍ଦନପୂର୍ ଓ ବାହାରଣା ଅଞ୍ଚଳର ୬୦ ରୁ ଅଧିକ କୃଷିଜୀବୀ ମହିଳା ଓ ଚାଷୀ ଭାଇ ଯୋଗ ଦେଇଥିଲେ | ପ୍ରକଳ୍ପ ତରଫରୁ ଓୟୁଏଟି ପଞ୍ଝା, ସିଞ୍ଚନ ଯନ୍ତ୍ର ଓ ସୁରକ୍ଷା ଉପକରଣ ଚାଷୀ ମାନଙ୍କୁ ପ୍ରଦର୍ଶନ କରାଯାଇ ଦିଆଯାଇଥିଲା ।
ରାଜ୍ୟ
କୃଷି ବିଜ୍ଞାନ କେନ୍ଦ୍ରରେ ଉଦ୍ଭିଦ ସୁରକ୍ଷା ଯନ୍ତ୍ରପାତି ସମ୍ବର୍ଦ୍ଧିତ ତାଲିମ କାର୍ଯ୍ୟକ୍ରମ
- Hits: 7