ପାଇକମାଳ ବ୍ଳକ ସ୍ତରୀୟ ଖୋଖୋ ଚୟନ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ପଦ୍ମପୁର:-ପାଇକମାଳ ବ୍ଳକ ସ୍ତରୀୟ ଖୋଖୋ ଚୟନ ସରକାରୀ ଉଚ୍ଚ ବିଦ୍ୟାଳୟ ପଲସଦା ଭାରପ୍ରାପ୍ତ ଶ୍ରୀଯୁକ୍ତ ପଦ୍ମଲୋଚନ ପୋଢ଼ ଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ହୋଇଯାଇଛି l ଚୟନ ଶିବିରରେ ମୁଖ୍ୟ ଅତିଥି ମହେନ୍ଦ୍ର ସିଂହ ବରିହା ଯୋଗ ଦେଇଥିଲେ । ବ୍ଲକ କ୍ରୀଡା ସଂପାଦକ ଶ୍ରୀ ସୁଦର୍ଶନ ମହାକୁର ଙ୍କ ତତ୍ୱାବଧାନରେ ଉପସ୍ଥିତ ଥିବା ୧୪୬ ଜଣ ଖେଲାଲିଙ୍କ ମଧ୍ୟରୁ ୪୮ ଜଣ ଖେଲାଲି ଙ୍କୁ ଚୟନ କରାଯାଇଥିଲା । ଚୟନ ହୋଇଥିବା ଖେଲାଲି ବରଗଡ଼ ଜିଲ୍ଲା ଠାରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ଖୋଖୋ ଚୟନ ଶିବିରରେ ଖେଲ ପ୍ରଦର୍ଶନ କରିବେ । କେଶବଚନ୍ଦ୍ର ଆଦବାରିଆ ପରିଚାଳନା କରି ଖେଲ ଶିକ୍ଷକ ଅମିତ ସାହୁ,ରଜତ କୁମାର ମିଶ୍ର,ଗଣେଶ ସାହୁ, ନାରାୟଣ ସାହୁ,ନିଲମାଧବ ପଧାନ,ହେମ ସାଗର ସାହୁ, ଶିବାନୀ କର୍ଣ୍ଣାଲ,ବୈଭବ ପ୍ରଧାନ,କରୁଣାକର ପ୍ରଧାନ, ରାଧାକାନ୍ତ ପୁରୋହିତ,ଅକ୍ଷୟ କୁମାର ସାହୁ,କଲାନିଧି ଝାଙ୍କର ଓ ପଲସଦା ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

0
0
0
s2sdefault