ଜଗତସିଂହପୁର,ତା-୧୩.୧୦.୨୦୨୫/ସୁମନ୍ତକୁମାରଦାସ: ଜଗତସିଂହପୁରର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ମଲ୍ଲିକ ଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତି ଚାରଣ ସଭା ପୂର୍ବତନ ଜିଲ୍ଲା ପରିଷଦ ସଭାପତି ନଟବର ବାରିକ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଅଛି।
ସ୍ବର୍ଗତ ମଲ୍ଲିକ ଙ୍କ ସରଳ,ଅମାୟିକ ଓ ମିଷ୍ଟଭାଷୀ ବ୍ୟକ୍ତିତ୍ଵ ପାଇଁ ଜନମାନସରେ ତାଙ୍କର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି ହୋଇପାରିଥିଲା।
୧୯୮୦ ରୁ ୧୯୮୫ ମସିହା ପର୍ଯ୍ୟନ୍ତ ଜଗତସିଂହପୁର ବିଧାୟକ ଭାବରେ ନିର୍ବାଚିତ ହେବା ପରେ ସେ ସମାଜର ଦୁଷ୍ତ ଓ ଅବହେଳିତ ଲୋକମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ବଳିଷ୍ଠ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ତ୍ୟାଗପୁତ ଜୀବନ ଓ ଆର୍ଦଶରେ ଆଜିର ଯୁବ ସମାଜ ଅନୁପ୍ରାଣିତ ହେବାକୁ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଆହ୍ବାନ କରିଥିଲେ।
ସ୍ଥାନୀୟ ଗାନ୍ଧୀ ଛକର ଲଳିତ ମଣ୍ତପ ଠାରେ ଜିଲ୍ଲା ଓ ରାଜ୍ୟର ଅନେକ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ଦିବଂଗତ ଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ।
ତଥା ତାଙ୍କର ସ୍ମୃତି ଉଦ୍ଦେଶ୍ୟରେ ଏକ ସ୍ମରଣିକା " ସ୍ମୃତିରେ କୃଷ୍ଣଚନ୍ଦ୍ର" ଅତିଥି ମାନଙ୍କ ଗହଣରେ ଉନ୍ମୋଚନ ହୋଇଯାଇଅଛି।
ଉକ୍ତ ଶୋକସଭାରେ ଅନ୍ୟମାନଙ୍କ ମଧ୍ୟରେ ଜଗତସିଂହପୁରର ପୂର୍ବତନ ସାଂସଦ ଡ଼ାକ୍ତର ରାଜଶ୍ରୀ ମଲ୍ଲିକ,ପୂର୍ବତନ ବିଧାୟକ ଚିରଞ୍ଜିବ ବିଶ୍ବାଳ, ପୂର୍ବତନ ବିଧାୟକ କୈଳାସ ମଲ୍ଲିକ, ଜିଲ୍ଲା ବିଜେଡ଼ି ସଭାପତି ତଥା ପୂର୍ବତନ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି , ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ପୂର୍ବତନ ବିଧାୟକ ଡ଼ ଲଲାଟେନ୍ଦୁ ମହାପାତ୍ର,ପୌରାଧ୍ୟକ୍ଷ ଅର୍ଚ୍ଚନା ସିଂ, ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଉପେନ୍ଦ୍ର ବିଶ୍ବାଳ,ପୂର୍ବତନ ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର, ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ,ପୌର ନିର୍ବାହୀ ଅଧିକାରୀ ସୀମା ଜେନା,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଚିତୀ ତନ୍ନୟା ମହାନ୍ତି,ଜିଲ୍ଲା କଂଗ୍ରେସ ସଭାପତି ଦେବ ପ୍ରସାଦ ନାୟକ,ବିଜେଡ଼ି ନଗର ସଭାପତି ପ୍ରିୟବ୍ରତ ମହାପାତ୍ର, ସମାଜସେବୀ ପ୍ରସନ୍ନ କୁମାର ସାମନ୍ତରାୟ,ପୃଥୀବଲ୍ଲଭ ପଟ୍ଟନାୟକ,ରଜନୀକାନ୍ତ ଚୌଧୁରୀ, ଶ୍ରୀକାନ୍ତ ଚୌଧୁରୀ, ସୂର୍ଯ୍ୟ ମହାନ୍ତି,ପ୍ରଣବ ଦେ, ଇଂ ନଳିନୀ କୁମାର ସ୍ବାଇଁ, ବିଷ୍ଣୁ ଚରଣ ବାରିକ, ସ୍ମୃତି ପତ୍ରର ମୁଖ୍ୟ ସଂପାଦକ ସୁଦର୍ଶନ ବେହେରା, ବେଦଦ୍ୟୁତି ପୃଷ୍ଟି, ସମିର ଖୁଣ୍ଟିଆ, ପ୍ରଭାକର ଦାସ, ମୁରଲୀଧର ଦାସ, ପ୍ରଶାନ୍ତ ମଲ୍ଲିକ, ସାରଦା ରଣା, ପ୍ରମୁଖ ଯୋଗଦେଇ ସ୍ମୃତି ଚାରଣ କରିଥିଲେ। ସ୍ବର୍ଗତ ମଲ୍ଲିକ ଙ୍କ ଭଣଜା ଦେବେନ୍ଦ୍ର ମଲ୍ଲିକ,ସୁପୁତ୍ର ସୁବ୍ରତ ମଲ୍ଲିକ, ସଂଜିବ ମଲ୍ଲିକ ପୁତୁରା ପ୍ରିୟବ୍ରତ ମଲ୍ଲିକ,ଜ୍ବାଇଁ ପ୍ରସନ୍ନ ମଲ୍ଲିକ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ରାଜ୍ୟ
ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ମଲ୍ଲିକ ଙ୍କୁ ଏକାଦଶାହରେ ଶ୍ରଦ୍ଧାଞ୍ଜଳି
- Hits: 7