ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୧୩/୧୦/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସରକାରୀ ପଞ୍ଚାୟତ (ନୂତନ) ଉଚ୍ଚ ବିଦ୍ୟାଳୟ ରେ ଦୁଇ ଦିନିଆ ବ୍ଲକ ସ୍ତରୀୟ ଦୌଡକୁଦ ଓ ଖେଳ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଶ୍ମିତା ନେତମ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଡାବୁଗାଁ ତହସିଲଦାର ଗୀତା ମୂର୍ମ୍ମୁ, ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ ଓ ଧନ ସିଂ ଭତରା, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ମିଶ୍ର, ନବରଙ୍ଗପୁର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ଶୁଭଜିତ ପାଣିଗ୍ରାହୀ, ଡାବୁଗାଁ ମଣ୍ଡଳ ବିଜେପି ସଭାପତି ମନୋଜ ପାତ୍ର, ଏବିଇଓ ଭଗବାନ ମାଝୀ, ସନ୍ତୋଷ କୁମାର ସାହୁ ଓ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସନୋଜ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଏହି ଦୁଇ ଦିନିଆ ଦୌଡକୁଦ ଓ ଖେଳ ପତ୍ତାକା ଉତ୍ତୋଳନ କରିବା ସହ ମଶାଲ ସ୍ଥାପନ କରି ଖେଳ ର ଶୁଭାରମ୍ଭ କରିଥିଲେ। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ଖେଳ ପ୍ରତିଯୋଗିତା ରେ ୧୪ ଓ ୧୭ ବର୍ଷରୁ କମ ପ୍ରତିଯୋଗୀ ମାନେ ଯଥାକ୍ରମେ ଦୌଡ, ହାତ ଗୋଳା ଫିଙ୍ଗା, ଡିସକସ ଫିଙ୍ଗା, ଲମ୍ବ ଡିଆଁ, ଉଚ୍ଚ ଡିଆଁ, କବାଡି ଓ ଖୋକୋ ଆଦି ପ୍ରତିଯୋଗିତା ରେ ଭାଗ ନେବେ। ଆଜି ୧୪ ବର୍ଷରୁ କମ ପ୍ରତିଯୋଗୀ ମାନେ ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇଥିବା ବେଳେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ବିଭିନ୍ନ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ହାସଲ କରିଥିବା କୃତି ପ୍ରତିଯୋଗୀ ଆଗାମୀ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ରେ ଭାଗ ନେବେ । ଖେଳ ପରିଚାଳନା କରିଥିଲେ କ୍ରୀଡା ଶିକ୍ଷକ ହେମନ୍ତ ସାମଲ, ଉମାକାନ୍ତ ବିଶ୍ଵାଳ, ରଞ୍ଜନ ପରିଡା, ବାସୁଦେବ ରଥ ଓ ତ୍ରିନାଥ ବାରିକ। ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ବିକାଶ ନିଶଙ୍କ ଓ ବିଶ୍ୱେଷ ତ୍ରିପାଠୀ । ଅନ୍ୟ ମାନଙ୍କ ମଧ୍ୟରେ ସିଆରସିସି ଗୁପ୍ତ ପ୍ରସାଦ ନାଗ, ହେମନ୍ତ ପଣ୍ଡା,ହେମେନ୍ଦ୍ର ନାଥ ବେହେରା,ପ୍ରସନ୍ନ ଦଣ୍ଡସେନା ,ଧନଞ୍ଜୟ ବଡଜେନା, ଗୀତାଞ୍ଜଳି ବସ୍ତିଆ, ଗିରିଶ ବାଳା ଜେନା , ସହ ଅନିତା ବେହେରା, ସୁରେଶ ବେହେରା, ସୌଭାଗ୍ୟ ବିଶ୍ଵାଳ, ରାଇସିଂ ପୂଜାରୀ, ନିରାକାର ପ୍ରଧାନ, ଶେଖର ସାହୁ ଓ ଜଗନ୍ନାଥ ରାଓ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
ରାଜ୍ୟ
ବ୍ଲକ ସ୍ତରୀୟ ଦୌଡକୁଦ ଓ ଖେଳ ପ୍ରତିଯୋଗିତା ଉଦଘାଟିତ
- Hits: 7