ଅତି ନିମ୍ନମାନର କଂକ୍ରିଟ ରାସ୍ତା କରି ପାଞ୍ଚ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ବଲାଙ୍ଗିର, (ଶାସକ ପ୍ରଶାସକ):- ଚଳିତ ଆର୍ଥିକ ବର୍ଷ ୨୦୨୫-୨୬ ରେ ସମଗ୍ର ବଲାଙ୍ଗିର ଜିଲ୍ଲା ର କୋଣେ ଅନୁକୋଣେ - ଜେଡପିଡିପି, ବିପିଡିପି, ଜିପିଡିପି ପକ୍ଷରୁ ଅନେକ ଗୁଡ଼ାଏ ଉନ୍ନୟନ ମୂଳକ କାର୍ଯ୍ୟ ଚାଲିଛି। ହେଲେ ଏହି ସବୁ କାମରେ ମହାଦୁର୍ନୀତି ହେଲେ ସୁଦ୍ଧା ସରକାରୀ ବାବୁମାନଙ୍କ ଖୋଜଖବର ନାହିଁ। ଏସି ରୁମ୍ ରେ ବସି ଟେବୁଲ୍ ତଳେ ନେଇ ସବୁ ସଂପୂର୍ଣ୍ଣ ବିଲ କରୁଛନ୍ତି । ଏହିଭଳି ମହାଦୁର୍ନୀତି ହୋଇଥିବା ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ତୁରକେଲା ବ୍ଲକ ବୁରୋମାଲ ପଞ୍ଚାୟତର ଘନାମହୁଲ ଠାରୁ ତଳମୁଣ୍ଡାପଡା କୁକୁରାହାଡ଼ର ଯେଉଁ ସିମେଣ୍ଟ କଂକ୍ରିଟ ରାସ୍ତା ନିର୍ମାଣ ତାହା ଅତି ନିମ୍ନ ମାନର ବୋଲି ଅଭିଯୋଗ ହୋଇଛି। ରାସ୍ତା ନିର୍ମାଣକୁ ଛଅମାସ ନ ପୂରୁଣୁ ତାହା ଧୋଇ ହୋଇ ମାଟି ରାସ୍ତା ପରି ଦେଖା ଯାଉଛି। ଏହି ନିମ୍ନ ମାନର କାମକୁ ବିଭାଗୀୟ ଅଧିକାରୀ ମାନେ ଯାଞ୍ଚ ନ କରି କିପରି ସଂପୂର୍ଣ୍ଣ ବିଲ କରିଛନ୍ତି, ତାହାକୁ ନେଇ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ପାଞ୍ଚ ଲକ୍ଷ ଟଙ୍କାର ହିସାବ କଲେ ଦଶ ହାଇୱା ବାଲି, ପଚିଶ ଟ୍ରାକ୍ଟର ମେଟାଲ, ପଚିଶ ଟ୍ରାକ୍ଟର ଚିପ୍ସ, ତିନି ଶହ ବସ୍ତା ସିମେଣ୍ଟ କୁ ନେଇ ଦୁଇ ଶହ ଜଣ କୁଶଳୀ ଶ୍ରମିକ ସକାଳୁ ସନ୍ଧ୍ୟା ଯାଏ ଯଦି କାମ କରିବେ ତେବେ ପାଞ୍ଚ ଲକ୍ଷ ଖର୍ଚ୍ଚ ହେବ। କିନ୍ତୁ ଏଠାରେ କେବଳ ଲକ୍ଷେ ଟଙ୍କାର କାମ ହୋଇଥିବା ପରିଲକ୍ଷିତ ହେଉଛି ଓ ବାକି ଚାରି ଲକ୍ଷ ଟଙ୍କା ଦୁର୍ନୀତି ଖୋର ବାବୁମାନଙ୍କର ପି ସି ଏବଂ କୁଜି ଠିକାଦାର ମିଶି ମାମ୍ ମାମ୍ କରି ଦେଇଥିବା ଦୃଢ ଅଭିଯୋଗ ସାମ୍ନାକୁ ଆସିଛି। ଏହି କାମକୁ ତୁରନ୍ତ ଜିଲ୍ଲା ପ୍ରଶାସନ ତଦନ୍ତ କରି ଦୋଷୀ ଅଧିକାରୀ ଓ ଠିକାଦାର ଙ୍କ ବିରୁଦ୍ଧରେ ଦୃଢ ରୁ ଦୃଢ କାର୍ଯାନୁଷ୍ଠାନ ନେବାକୁ ଅଂଚଳବାସୀଙ୍କ ଦାବୀ ହେଉଛି।

0
0
0
s2sdefault