ହେଡଲାଇନସ୍:

ବିଧବା ଭତ୍ତା ଓ ଆବାସ ଯୋଜନାରେ ଘରଖଣ୍ଡିଏ ପାଇଁ ବିଧବା ରଇଲା ଖରାଙ୍କ ଗୁହାରୀ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସରକାରଙ୍କ ମାଳମାଳ ଯୋଜନା ସତ୍ତ୍ୱେ ବି, ଜୋଗ୍ୟ ହିତାଧିକାରୀ ଆଜିର ଦିନରେ ନିରାଶ କାହିଁକି ?

ମାଲକାନାଗିରି ତା:-୦୭/୧୦ ସରକାରଙ୍କ ମାଳମାଳ ଯୋଜନା କାହା ପାଇଁ, ଜଦି ଜୋଗ୍ୟ ହିତାଧିକାରୀ ସରକାରଙ୍କ ଯୋଜନାରୁ ବଞ୍ଚିତ ତେବେ ଏହି ସବୁ ଯୋଜନା କାହା ହିତ ପାଇଁ କାର୍ଯ୍ୟକାରୀ ହେଉଛି ବୋଲି ପ୍ରଶ୍ନ ଉଠୁଛି ! ବିଧବା ଭତ୍ତା ଓ ମୁଣ୍ଡ ଗୁଞ୍ଜିବାକୁ ଗୋଟିଏ ଆବାସ ଘର ପାଇଁ ଗୁହାରି କରିକରି ଶେଷରେ ଭାଗ୍ୟ କୁ ଆଧାରି କୁଲି କରି ୩ ଜଣ ସନ୍ତାନକୁ ଖାଇବାକୁ ଦୁଇମୁଠେ ଖାନା ଯୋଗେଇଦେଉଛନ୍ତି ବିଧବା ମହିଳା ରଇଲା । ମାଲକାନଗିରି ଜିଲ୍ଲା କୋରୁକୁଣ୍ଡା ବ୍ଲକ ତାର୍ଲକୋଟା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁମୁଲି ଗୁଡ଼ା ଗ୍ରାମର ବିଧବା ମହିଳା ରଇଲା ଖରାଙ୍କ କଥା । ବିଧବା ମହିଳା ରଇଲା ଖରା ଓ ସ୍ବର୍ଗତ ସ୍ୱାମୀ ସୀତାରାମ ଖରା ୩ ଜଣ ପୁଅ ଝିଅଙ୍କୁ ନେଇ ୫ ଜଣ କୁଟୁମ୍ବ ଅତି ସୁଖରେ ଜୀବନଜାପନ କରିଆସୁଥିଲେ । ସ୍ବର୍ଗତ ସ୍ୱାମୀ ସୀତାରାମ ନିଜ ପରିବାର ପୋଷିବା ପାଇଁ କେବେ ଦାଦନ ଖଟିବାକୁ ଯାଉଥିଲେ ତ ଆଉ କେବେ ନିଜ ଅଞ୍ଚଳରେ ଦିନ ମାଜୁରିଆ ଭାବରେ କୁଲି କରୁଥିଲେ । ଏମିତି ସୁଖ ଦୁଃଖରେ ପରିବାର ଚଳି ଆସୁଥିବା ବେଳେ,ଗତ ୧ ବର୍ଷ ପୂର୍ବେ ସ୍ୱାମୀ ସୀତାରାମ ହଠାଥ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ଅଭାବରୁ ଆରପାରିକୁ ଚାଲିଗଲେ ! ସ୍ୱାମୀ ଚାଲିଗଲା ପରେ ୩ ଜଣ ପୁଅଝିଅକୁ ଦୁଇଓଳି ଦୁଇମୁଠା ଖାଇବା ଯୋଗାଇ ଦେବାକୁ ବିଧବା ରଇଲା ଏବେ ନାହିଁ ନଥିବା ଅସୁବିଧା ହେଉଛି ବୋଲି ଅବିଯୋଗ କରିଛନ୍ତି ! ବିଧବ ଭତ୍ତା ପାଇଁ ସରପଞ୍ଚ ଙ୍କ ଠୁ ଆରମ୍ଭ କରି ବ୍ଲକ ଅଫିସ ପର୍ଯ୍ୟନ୍ତ ବାରମ୍ବାର ଗୁହାରି ପରେ ମଧ୍ୟ ପ୍ରଶାସନ ଶୁଣୁନଥିବାରୁ ଶେଷରେ ଭାଗ୍ୟକୁ ଆଦରି ଅନ୍ୟ ଘରେ କୁଲି କରି ଝୁପୁଡି କୁଡ଼ିଆରେ ରାତି କାଟାଉଛନ୍ତି । ଯଥାଶୀଘ୍ର ଏହି ବିଧବା ମହିଳା ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ବିଧବା ଭତ୍ତା ଓ ଅସହାୟ ପରିବାର କୁ ଆବାସ ଯୋଜନାରେ ଘର ଖଣ୍ଡିଏ ଜଗାଇଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।

0
0
0
s2sdefault