ହେଡଲାଇନସ୍:

ଉତାଲଗଡ ସ୍ପୋଟିଙ୍ଗ ୩୦ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉତ୍ସାହପୂର୍ଣ୍ଣ ଭାବେ ଆୟୋଜିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ତାଲପଦର ମାଟିରେ ଯୁବକ ମାନଙ୍କ ମଧ୍ୟରେ କ୍ରୀଡା ଆବେଗ ଓ ଏକତାର ଉଜ୍ଜ୍ୱଳ ପରିଚୟ-ଯଶୋବନ୍ତ ମେହେର

ବିଜେପୁର:- ଆଜି ବିଜେପୁର ବ୍ଲକ ଅନ୍ତର୍ଗତ ତାଲପଦର ଗ୍ରାମରେ ଉତାଲଗଡ ସ୍ପୋଟିଙ୍ଗ କ୍ଲବ ତରଫରୁ ଏକ ଦିବସୀୟ ୩୦ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଗରିମାମୟ ଭାବେ ଆୟୋଜିତ ହୋଇଛି। ସକାଳୁ ଠୁ ଗ୍ରାମର ଖେଳପଡିଆ ରେ ଆନନ୍ଦ ଓ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି। ଗ୍ରାମବାସୀ, ଯୁବ ଓ ବିଭିନ୍ନ ଅଞ୍ଚଳର ଖେଳ ପ୍ରେମୀମାନେ ଖେଳ ଦେଖିବା ପାଇଁ ପ୍ରବଳ ଭିଡ ଦେଖିବାକୁ ମିଳିଛି। ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ବିଜେପୁର ସ୍ଥିତ ଅମୃତ ଧାରା ନର୍ସିଂ ହୋମ ର ଚେୟାରମେନ ଶ୍ରୀମାନ ଯଶୋବନ୍ତ ମେହେର, ଯିଏ ଅଞ୍ଚଳର ସେବା ଓ ଯୁବ ଉନ୍ନୟନ କ୍ଷେତ୍ରରେ ଏକ ପରିଚିତ ନାମ। ତାଙ୍କ ସହିତ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ ସମିତି ସଭ୍ୟା ଶ୍ରୀମତୀ ସଞ୍ଜୁ ପଧାନ, ତାଲପଦର ଗ୍ରାମ ପଞ୍ଚାୟତ ଇ.ଓ ପ୍ରମୋଦ ପଧାନ, ହୃଦମଣି ସାହୁ ଓ ପ୍ରାଣବନ୍ଧୁ ସାହୁ। ମଞ୍ଚରେ ଗ୍ରାମର ଅନେକ ସମାଜସେବୀ, ବିଦ୍ୟାର୍ଥୀ ଓ ବୃଦ୍ଧିଜିବୀ ଉପସ୍ଥିତ ଥିଲେ।ଉଦଘାଟନ ଅବସରରେ ମୁଖ୍ୟ ଅତିଥି ଯଶୋବନ୍ତ ମେହେର ତାଙ୍କ ବକ୍ତବ୍ୟରେ କହିଲେ — ତାଲପଦର ଗ୍ରାମବାସୀ ଙ୍କ ଅଭିନବ ପ୍ରୟାସ ଓ ଏକତା ଦ୍ୱାରା ୩୦ ବର୍ଷ ଧରି ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ ଅବିଚ୍ଛିନ୍ନ ଭାବେ ଚାଲୁ ରହିଛି। ଏହା କେବଳ ଏକ ଖେଳ ନୁହେଁ, ଏହା ଗ୍ରାମର ଯୁବଶକ୍ତି ଓ ସଂଗଠନ ଶକ୍ତିର ପ୍ରତିକ। ସେ ଆହୁରି କହିଥିଲେ ଯେ, ତାଲପଦର ଓ ଏହାର ପାଖପାଖି ଅଞ୍ଚଳର ଯୁବକ ମାନେ ମାତ୍ର ଖେଳକୁ ଅନୁଭବ କରୁନାହାନ୍ତି, ସେମାନେ ସମାଜସେବା ଓ ମାନବତାର ମାର୍ଗରେ ଆଗୁଆ ଅଛନ୍ତି। ଯେପରି ସେମାନେ ବିଭିନ୍ନ ସମୟରେ ରକ୍ତଦାନ ଶିବିର, ମାଗଣା ସ୍ୱାସ୍ଥ୍ୟ ସେବା ଓ ଅସହାୟ ମଣିଷଙ୍କ ସହାୟତା କାର୍ଯ୍ୟରେ ଅଗ୍ରଗାମୀ ହୋଇଛନ୍ତି।ଏହା ସେମାନଙ୍କ ଜୀବନ ଏକ ବ୍ରତ କହିଲେ ଅତ୍ୟୁକ୍ତି ହେବନାହିଁ। ସେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଆପଣମାନଙ୍କ ଯଦି କେବେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ହୁଏ ତେବେ ଅମୃତ ଧାରା ନର୍ସିଂ ହୋମ୍ ସଦା ଆପଣମାନଙ୍କ ପାଇଁ ଦ୍ୱାର ଖୋଲା ରହିଛି। ଆପଣମାନେ ନିସଂକୋଚ ଭାବେ ମୋ ସହ ଯୋଗାଯୋଗ କରିପାରିବେ। ମୋ ସେବା ସଦା ଆପଣମାନଙ୍କ ପାଇଁ ଉପଲବ୍ଧ। ସମିତି ସଭ୍ୟା ସଞ୍ଜୁ ପଧାନ ତାଙ୍କ ଭାଷଣରେ କହିଥିଲେ ଏହି ଏକ ଦିବସୀୟ ଫୁଟବଲ ଖେଳ ଗ୍ରାମର ଯୁବକ ମାନଙ୍କୁ ଖେଳ ପ୍ରିୟ କରୁଛି । ସେମାନେ ଖେଳ ମାଧ୍ୟମରେ ମିଳନ, ଭାଇଚାରା ଓ ସମ୍ପର୍କ ସୁଦୃଢ଼ କରୁଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ଭାଗ ନେଇଥିଲେ। ସେଇ ଦଳ ଗୁଡିକ ହେଲା ବିଜେପୁର, କୁଚିପାଲି, ଘନାମାଲ, ତାଲପଦର, ଲୁହୁରାଚଟି, ମର୍ହାରପାଲି, ଡଙ୍ଗାଘାଟ ଓ ଘେଁସ। ଦର୍ଶକମାନଙ୍କ ତାଳି,ଉତ୍ସାହରେ ଖେଳପଡିଆଟି ଜୀବନ୍ତ ହୋଇ ଉଠିଥିଲା। ଗୋଲ୍ ହେଲେ ଆନନ୍ଦର ଉଲ୍ଲାସ, ମିସ୍ ହେଲେ ହାୟ-ହାୟ ଚିତ୍କାରରେ ସମଗ୍ର ତାଲପଦର ଗ୍ରାମ ଏକ କ୍ରୀଡା ମହୋତ୍ସବର ଆକାର ନେଇଥିଲା। ଖେଳ ମାଧ୍ୟମରେ ଯୁବକ ମାନେ ଜିତ-ହାର ଠାରୁ ବିଶେଷ ଶିଖିଥିଲେ। ଖେଳ ପରିଚାଳନାରେ ସନ୍ତୋଷ ପଟେଲ, ମଣ୍ଟୁ ବାଗ, ବଣ୍ଟି ପ୍ରଧାନ ଓ ଶଙ୍କର ପ୍ରଧାନଙ୍କ ସହଯୋଗ ରହିଥିଲା। ସେମାନଙ୍କ ଅକ୍ଲାନ୍ତ ପରିଶ୍ରମ ଓ ସୁସଂଗଠିତ ପରିଚାଳନା ଦ୍ୱାରା ଟୁର୍ଣ୍ଣାମେଣ୍ଟ ଟି ଅତ୍ୟନ୍ତ ସଫଳ ହୋଇଥିଲା। ଗ୍ରାମବାସୀ ଓ ଯୁବ ସଙ୍ଗଠନ ମାନଙ୍କ ସହଯୋଗ ଏହାକୁ ଏକ ଉତ୍ସବର ରୂପ ଦେଇଥିଲା। ଟୁର୍ଣ୍ଣାମେଣ୍ଟର ସଫଳତା ପଛରେ ଗ୍ରାମବାସୀଙ୍କ ଏକତା, ଯୁବ ସଙ୍ଗଠନର ପରିଶ୍ରମ ଓ ସମସ୍ତଙ୍କ ସହଯୋଗ ରହିଛି ।ଏହି ଅବସରରେ ଗ୍ରାମର ବିଭିନ୍ନ ବିଦ୍ୟାଳୟ ଶିକ୍ଷକ, ସ୍ଥାନୀୟ ନେତା ଓ ବିଭିନ୍ନ ସଂଗଠନର ପ୍ରତିନିଧି ଉପସ୍ଥିତ ଥିଲେ। ତାଲପଦରର ଏହି ଏକଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ କେବଳ ଏକ କ୍ରୀଡା ଅନୁଷ୍ଠାନ ନୁହେଁ, ଏହା ହେଉଛି ଗ୍ରାମ ଯୁବଶକ୍ତିର ଏକ ସଂଘବଦ୍ଧ ପରିଚୟ। ଏହା ଗାଁ ଜୀବନରେ ଏକ ନୂଆ ଉତ୍ସାହ, ନୂଆ ଦିଗ ଓ ଏକତାର ଶକ୍ତିକୁ ଜାଗ୍ରତ କରୁଛି।

0
0
0
s2sdefault