ହେଡଲାଇନସ୍:

ସୋଆ ଏନ୍‌ଏସ୍‌ଏସ୍ ପକ୍ଷରୁୂ ‘ବିକଶିତ ଭାରତ ଯୁବ ସଂଯୋଗ କାର୍ଯ୍ୟକ୍ରମ’ ଆୟୋଜିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ସେପ୍ଟେମ୍ବର୨୬: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ଏନ୍‌ଏସ୍‌ଏସ୍ ଶାଖା ଆନୁକୂଲ୍ୟରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ “ବିକଶିତ ଭାରତ ଯୁବ ସଂଯୋଗ କାର୍ଯ୍ୟକ୍ରମ” ବୁଧବାର ଆଯୋଜିତ ହୋଇଯାଇଛି । ଭାରତ ସରକାରଙ୍କ ଯୁବ ଏବଂ କ୍ରୀଡ଼ା ମନ୍ତ୍ରଣାଳୟର ସହଯୋଗରେ ଏହି ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଯୁବପିଢିଙ୍କ ମଧ୍ୟରେ ନେତ୍ୱତୃ, ସୃଜନଶୀଳତା ଓ ସାମାଜିକ ଦାୟିତ୍ୱବୋଧକୂୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
ସୋଆ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ-୪ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୩୨୦ରୁ ଊର୍ଦ୍ଧ୍ୱ ଏନଏସଏସ୍ ସ୍ୱେଚ୍ଛାସେବୀ ଯୋଗ ଦେଇଥିଲେ ।
ଏନଏସଏସ୍‌ର ଆଂଚଳିକ ନିର୍ଦ୍ଦେଶାଳୟ ଏବଂ ସୋଆ ଏନଏସଏସ୍ ବ୍ୟୂରୋର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଏନଏସଏସ୍ ର ଆଂଚଳିକ ନିର୍ଦ୍ଦେଶିକା ସରିତା ପଟେଲ. “ମାଇ ଭାରତ” ଓଡିଶାର ରାଜ୍ୟ ନିର୍ଦ୍ଦେଶକ ଶ୍ରୀ ଶିବାଜୀ ଖାରାତ୍‌, ଭାରତ ସରକାରଙ୍କ ଯୁବ ଅଧିକାରୀ ଶ୍ରୀ ଅଜିତ କୁସୱା, ଯୁବ ଆଇକନ୍ ଶ୍ରୀ ଓମ୍ ପ୍ରିୟଦର୍ଶୀ ଛୋଟରାୟ, ଆଇ ଆର ଓ ୟୁଓପି ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ ଶର୍ମା ପ୍ରୋଗାମ କୋଅର୍ଡିନେଟର ଏନଏସଏସ୍ ପ୍ରଫେସର କମଳ ଲୋଚନ ମହନ୍ତ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ଓ ଆଇଏଏସର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଉପସ୍ଥିତ ଥିଲେ ।
ପ୍ରଫେସର ନନ୍ଦ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଭାରତର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର “୨୦୪୭ ସୁଦ୍ଧା ବିକଶିତ ଭାରତ” ଦୃଷ୍ଟିକୋଣ ସାକାର କରିବାରେ ଯୁବଶକ୍ତିର ଅଧିକ ଭୂମିକା ରହିଛି । ସେଥିପାଇଁ “ବିକଶିତ ଭାରତ ଯୁବ କନେକ୍ଟ ପ୍ରୋଗ୍ରାମ” ର ଆୟୋଜନ କରାଯାଇଛି । ପିଲାମାନେ କିପରି ପ୍ରେରିତ ହେବେ ଏବଂ ଆଗାମୀ ୨୨ ବର୍ଷ ମଧ୍ୟରେ ସେମାନେ କିପରି ନିଜ ନିଜ କ୍ଷେତ୍ରରେ ଅବଦାନ ରଖିପାରିବେ ତାହା ଉପରେ ଏହି କାର୍ଯ୍ୟକ୍ରମ ଆଧାରିତ ବୋଲି ପ୍ରଫେସର ନନ୍ଦ ତାଙ୍କ ବକ୍ତବ୍ୟରେ କହିଥିଲେ ।

0
0
0
s2sdefault