ହେଡଲାଇନସ୍:

ଜିଲ୍ଲା ପ୍ରକଳ୍ପ ପରିଚାଳନା ୟୁନିଟ୍ ର ପ୍ରଥମ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବରଙ୍ଗପୁର ତା ୨୬.୯.୨୦୨୫:ଅଶୋକ ସାହୁ, ଶାସକ ପ୍ରଶାସକ,ସ୍ଥାନୀୟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଠାରେ ଜିଲ୍ଲା ପ୍ରକଳ୍ପ ପରିଚାଳନା ୟୁନିଟ୍ କମିଟି ର ପ୍ରଥମ ବୈଠକ ନବରଙ୍ଗପୁର ଜିଲ୍ଲାପାଳ ଡ ମହେଶ୍ୱର ସ୍ୱାଇଁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଅଛି । କମିଟି ର ଆବାହକ ତଥା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ର ଅଧକ୍ଷ ଡ ଓଁକାର ପଟ୍ଟନାୟକ ପ୍ରଥମେ ଅତିଥି ପରିଚୟ ଦେବା ସହ କମିଟିର ଆଭିମୁଖ୍ୟ ଓ କାର୍ଯ୍ୟାବଳୀ ବିଷୟରେ ତଥ୍ୟ ଉପସ୍ଥାପନା କରିଥିଲେ । ଡି ଆଇ ଇ ଟି ଅନୁଷ୍ଠାନ ର ଶିକ୍ଷକ ପ୍ରଶିକ୍ଷକ ତଥା କମିଟି ର ସଭ୍ୟ ମୂର୍ତ୍ତି କୁମାର ପି ପି ଟି ମାଧ୍ୟମରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ କାର୍ଯ୍ୟକ୍ରମ ବିଷୟରେ ସବିଶେଷ ତଥ୍ଯ ଉପସ୍ଥାପନା କରିଥିଲେ। କମିଟି ର ଅଧକ୍ଷ ତଥା ନବରଙ୍ଗପୁର ର ଜିଲ୍ଲାପାଳ ପ୍ରଥମେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ମାନସିକତା ପରିବର୍ତ୍ତନ ର ଆବଶ୍ୟକତା ରହିଛି ଯାହାଦ୍ଵାରା କି ଏଫ୍ ଏଲ ଏନ୍ କାର୍ଯ୍ୟକ୍ରମ ସଫଳ ହୋଇପାରିବ ବୋଲି କହିଥିଲେ ଏବଂ ସମସ୍ତେ ମିଳିମିଶି କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ପରାମର୍ଶ ଦେଇଥିଲେ। କମିଟି ର ଉପାଧ୍ୟକ୍ଷ ତଥା ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ଜିଲ୍ଲାରେ କରାଯାଉଥିବା ବିଭିନ୍ନ ଏଫ୍ ଏଲ ଏନ୍ କାର୍ଯ୍ୟକ୍ରମ ବିଷୟରେ କମୀଟି ର ସମସ୍ତ ସଭ୍ୟ ଙ୍କୁ ଅବଗତ କରିଥିଲେ। ଡକ୍ଟର ମଳୟ କୁମାର୍ ତ୍ରିପାଠୀ ପିଲାମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଓ ନିରାକରଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ପ୍ରୋଗ୍ରାମ ଅଫିସର କଳ୍ପନା ମହାକୁଡ, ଏ ଡି ଡ଼ବ୍ଲୁ ଓ ଭାରତ ଚନ୍ଦ୍ର ସାହୁ, ବି ଇ ଓ, ତେନ୍ତୁଳିଖୁଣ୍ଟି ସୁଦୀପ୍ତ କୁମାର ଦାସ , ପିରାମଲ୍ ଫାଉଣ୍ଡେସନ ର ସନ୍ତୋଷ କୁମାର ଦାସ, ନୀଳାଚଳ ମେହେର, ମନସ୍ଵିନୀ ପଣ୍ଡା, ଶ ମୃତ୍ୟୁଞ୍ଜୟ ମିଶ୍ର ଉପସ୍ଥିତ ଥିଲେ। ଶେଷ ରେ ଅନୁଷ୍ଠାନ ର ଶିକ୍ଷକ ପ୍ରଶିକ୍ଷକ ପଲ୍ଲବୀ ସିଂହ ଧନ୍ୟବାଦ୍ ଅର୍ପଣ କରିଥିଲେ।

0
0
0
s2sdefault