ହେଡଲାଇନସ୍:

ସୋଆ ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ କ୍ୟାମ୍ପସ - ୨ ଫୁଲନଖରାରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ସେପ୍ଟେମ୍ବର ୨୬: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ ଅଫ୍ ଫାର୍ମାସ୍ୟୁଟଇକାଲ୍ ସାଇନ୍‌ସେସ୍ - କ୍ୟାମ୍ପସ-୨, ଫୁଲନଖରାରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଗତ ଗୁରୁବାର ଦିନ ପାଳିତ ହୋଇଯାଇଛି । ଚଳିତ ବର୍ଷର ପ୍ରସଙ୍ଗ ‘ଥିଙ୍କ ହେଲଥ, ଥିଙ୍କ ଫାର୍ମାସିଷ୍ଟ’କୁ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଫ୍ୟାକଲ୍ଟି ଏବଂ କର୍ମକର୍ତାମାନେ ଉପସ୍ଥିତ ଥିଲେ ।
କାର୍ଯ୍ୟକ୍ରମରେ ଓଡ଼ିଶାର ଆଡିସ୍‌ନାଲ୍ ଡ୍ରଗ୍‌ସ କଂଟ୍ରୋଲର ଡକ୍ଟର ସୁଜାତା ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଫାର୍ମାସିଷ୍ଟମାନଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଚଳିତ ବର୍ଷର ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରି ସ୍ୱାସ୍ଥ୍ୟ ପରିଚାଳନା ଏବଂ ଜୀବନର ପ୍ରତ୍ୟେକ ସ୍ତରରେ ଫାର୍ମାସିଷ୍ଟମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ ।
କାର୍ଯ୍ୟକ୍ରମରେ ଏସ୍‌ପିଏସ୍ – ୨ର ଡିନ୍ ପ୍ରଫେସର (ଡକ୍ଟର) ଦୁର୍ଗାମାଧବ କର ସ୍ୱାଗତ ଭାଷଣ ପ୍ରଦାନ କରିବା ଅବସରରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପରିପ୍ରେକ୍ଷୀରେ ଏବଂ ଜନସ୍ୱାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରରେ ଫାର୍ମାସିଷ୍ଟମାନଙ୍କ ଭୂମିକା ଅତୁଳନୀୟ ବୋଲି କହିଥିଲେ ।
କାର୍ଯ୍ୟକ୍ରମରେ ଶ୍ରୀମତି ମୌଲି ଦାସ ଏବଂ ଶ୍ରୀମତି ପ୍ରାଚୀ ରାଣୀ ସାହୁ ମହିଳାଙ୍କ ସ୍ୱାସ୍ଥ୍ୟର ଯତ୍ନ ଏବଂ ଯୋଗ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ ।
କାର୍ଯ୍ୟକ୍ରମ ଶେଷରେ ଏସ୍‌ପିଏସ୍ – ୨ର ଆସିଷ୍ଟାଂଟ ପ୍ରଫେସର ମୋନାଲିସ୍ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault