ମାଲକାନଗିରି/ ସୁରେନ୍ଦ୍ର ବେମାଳ : ମାଲକାନଗିରି ବ୍ଲକ ଅଧକ୍ଷା ଗୌରୀ ପଡ଼ିଆମୀଙ୍କ ନେତୃତ୍ବରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ର ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ ଏବଂ ମାଲକାନଗିରି ବ୍ଲକ ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ସୁନ୍ଦର ରାୟ ସେଡା ଙ୍କ ଉପସ୍ଥିତିରେ ଆଜି ମାଲକାନଗିରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଙ୍କୁ ସାକ୍ଷାତ କରି ମାଲକାନଗିରି ବ୍ଲକ ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର ଙ୍କ ବିରୁଦ୍ଧରେ ଦାବି ପତ୍ର ପ୍ରଦାନ କରାଗଲା ଏବଂ ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ମଧ୍ୟ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଚିନ୍ମୟ ରଞ୍ଜନ ସେନାପତି ଙ୍କ ଜରିଆରେ ନିରଞ୍ଜନ ହାଲଦାର ଙ୍କ ବିରୁଦ୍ଧରେ ଦାବି ପତ୍ର ପ୍ରଦାନ କରାଗଲା । ସୂଚନା ଜଗ୍ୟ ଯେ , ଗତ ୨୦ ତାରିଖ ଶନିବାର ଦିନ ବ୍ଲକ ଅଧ୍ୟକ୍ଷା ଗୌରୀ ପଡ଼ିଆମୀ ଏବଂ ବ୍ଲକ ଷ୍ଟାଣ୍ଡିଙ୍ଗ କମ୍ମିଟି ଅଧ୍ୟକ୍ଷ ସୁନ୍ଦର ରାୟ ସେଡା ସହ ଏକ ସ୍ୱତନ୍ତ୍ର ପଞ୍ଚାୟତ ସମିତି ଅନୁସନ୍ଧାନକାରୀ ଟିମ୍ ମାଲକାନଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଅନୁମତି ନେଇ ମାଲକାନଗିରି ବ୍ଲକ ର ଗୌଡ଼ଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଲାଗୁଡ଼ା ଗ୍ରାମରେ ପହଞ୍ଚି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ କୁସୁମା ନାୟକ, ଚନ୍ଦ୍ରାବତୀ ନାୟକ, ଆଦି ନାୟକ, ଲଛନ ଖିଲ ଓ କଳାବତୀ ଖିଲ ଙ୍କୁ ସାକ୍ଷାତ କଲି ସେମାନଙ୍କ ଅଭିଯୋଗ ଅନୁଯାଇ ୨୦୨୩ ମସିହାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ପତ୍ର ପାଇଥିଲେ ସେହି ସମୟରେ ମାଲକାନଗିରି ବ୍ଲକ ଉପାଧ୍ଯକ୍ଷ ନିରଞ୍ଜନ ହାଲଦାର ଏହି ହିତାକାରୀମାନଙ୍କ ନିକଟରେ ପହଞ୍ଚି ଗୃହ ନିର୍ମାଣ କରିଦେବି ବୋଲି ପ୍ରତିଶ୍ରୁତି ଦେଇଥିଲୋ ପ୍ରଥମ କିସ୍ତିର ୪୦ ହଜାର ଟଙ୍କା ଲେଖାଏଁ ସମ୍ପୃକ୍ତ ହିତାକାରୀମାନେ ନିରଞ୍ଜନ ହାଲଦାରଙ୍କୁ ପ୍ରଦାନ କରିଥିଲୋ
ମାତ୍ର ଦୁଇବର୍ଷ ବିତି ଯାଇଥିଲେ ମଧ୍ୟ ସେମାନଙ୍କର ଗୃହ ସମାପ୍ତ ହୋଇନଥିବା ଅଭିଯୋଗ କରିଛନ୍ତି ଏ ସମ୍ପର୍କରେ ନିରଞ୍ଜନ ହାଲଦାରଙ୍କ ସହ କଥାବାର୍ଭା ହେଲେ ସେ ବିରକ୍ତ ହୋଇ ଗାଳି ଗୁଲଜ କରୁଥିବା ହିତାଧୂକାରୀମାନେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ମାଲକାନଗିରି ଆଦର୍ଶ ଥାନାରେ ଉକ୍ତ ହିତାଧୂକାରୀ ମାନେ ଏକ ଲିଖିତ ଅଭିଯୋଗ କରିଛନ୍ତି I ସେମାନଙ୍କ ଅଭିଯୋଗ ଅନୁଯାୟୀ, ପ୍ରଥମ କିସ୍ତିର ୪୦ ହଜାର ଟଙ୍କା ସହ ମନରେଗା ଯୋଜନାରେ ୨୨ ହଜାର ଟଙ୍କା ରହିଛି। ସେହି ଟଙ୍କାଗୁଡିକ ବିଭିନ୍ନ ଲୋକଙ୍କ ନାମରେ ନିରଞ୍ଜନ ହାଲଦାର ଉଠାଇ ନେଇଥିବା ଅଭିଯୋଗ କରିଛନ୍ତି ତେବେ ଆଭାସ ଘର ସମ୍ପୂର୍ଣ ନ ହେବା ପୂର୍ବରୁ କିଭଳି ମନରେଗା ଟଙ୍କା ଉଠାଗଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ସମ୍ପୃକ୍ତ କାର୍ଯ୍ୟ ଦାୟିତ୍ୱରେ ଥିବା ଜିଆରଏସ୍ ଏବଂ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଉପରେ ମଧ୍ୟ ପ୍ରଶ୍ନ ଉଠୁଛି । ନିରଞ୍ଜନ ହାଲଦାର ଦୁଇ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ମାନମୁଖୀ କାର୍ଯ୍ୟକଳାପ ସମିତି ସଭ୍ୟ ଓ ସରପଞ୍ଚ ଙ୍କୁ ଦୁର୍ବ୍ୟବହାର ଓ ବ୍ଲକ ର ଉନ୍ନତୀ ମୂଳକ କାର୍ଯ୍ୟରେ ହସ୍ତକ୍ଷେପ ଓ ଠିକାଦାରୀ ରେ ସମ୍ପୃକ୍ତି ରହି ବହୁ ଅସାମାଜିକ କାର୍ଯ୍ୟକଳାପରେ ସମ୍ପୃକ୍ତି ନେଇ ମାଲକାନଗିରି ବ୍ଲକ ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର କଲାଗୁଡା ଗ୍ରାମର ଗରିବ ଲୋକଙ୍କ ଆଭାସ ଗୃହ ର ଅର୍ଥ ଆତ୍ମସାତ କରିଥିବା ନେଇ ଏକ ଉଚ୍ଚ ସ୍ତରର ତଦନ୍ତ କରିବା ସହ ନିରଞ୍ଜନ ହାଲଦାର ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଦାବି କରାଗଲା । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ମାଲକାନଗିରି ବ୍ଲକ ସରପଞ୍ଚ ସଂଘ ସଭାପତି ସୁଦର୍ଶନ କୋପେ ,ସରପଞ୍ଚ ଘାସି ନାୟକ ,ସମିତି ସଭ୍ୟ ନରଶିଙ୍ଗ ମାଡି ଓ ମାଲକାନଗିରି ବ୍ଲକ ସଭାପତି ସର୍ବ କୁମାର ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ ।











