ହେଡଲାଇନସ୍:

ପୂର୍ବତନ ପତ୍ନୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରି ଯୁବକ ଗିରଫ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗିର, ଘନଶ୍ୟାମ ନାଗ (ବିଶେଶ ପ୍ରତିନିଧି):- ବଲାଙ୍ଗିର ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ପୂର୍ବତନ ପତ୍ନୀଙ୍କୁ ବଦନାମ କରିବା ପାଇଁ ଅଶ୍ଳୀଳ ଭିଡିଓ ଭାଇରାଲ କରିବା ଅଭିଯୋଗରେ ଜଣେ ୩୧ ବର୍ଷୀୟ ଯୁବକକୁ ପୋଲିସ ଗିରଫ କରିଛି । ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଚାଲିଛି ।
ସୂଚନା ଅନୁଯାୟୀ, ତୁରେକେଲା ବ୍ଲକର ଗୁର୍ଜିଭଟ୍ଟା ଗାଁର ରାମ ତାଣ୍ଡିଙ୍କ ପୁଅ ଜିତେନ୍ ତାଣ୍ଡି (୩୧) ନାମକ ଯୁବକ, ନିଜ ପୂର୍ବତନ ପତ୍ନୀଙ୍କ ସହ ଘରୋଇ ବିବାଦରେ ଜଡିତ ଥିଲେ । ପ୍ରତିଶୋଧ ସ୍ୱରୂପ ସେ, ତାଙ୍କର ଆପତ୍ତିଜନକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ।
ତୁରେକେଲା ପୋଲିସ ଏହି ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ନେଇଛି । ଭାରତୀୟ ନ୍ୟାୟ ସଂହିତା (ବି ଏନ୍ ଏସ ଏସ) ର ଧାରା ୩୫୧/୩, ୨୫୬/୩ ସହିତ ସୂଚନା ପ୍ରଯୁକ୍ତି ଆଇନ (ଆଇ ଟି) ଧାରା ୬୬ ଓ ୬୭ ଅନୁଯାୟୀ ତୁରେକେଲା ପୋଲିସ ଷ୍ଟେସନରେ ମାମଲା ନମ୍ବର ୨୫୮/୨୫ ରୁଜୁ କରାଯାଇଛି ।
ପୋଲିସ ଉତ୍ସ ଅନୁଯାୟୀ, ଅଭିଯୁକ୍ତକୁ କୋର୍ଟକୁ ଚଲାଣ କରାଯାଇଛି । ଏହି ଅଭିଯୋଗ ପ୍ରମାଣିତ ହେଲେ, ତାଙ୍କୁ କଠୋର ଶାସ୍ତି ହେବାର ସମ୍ଭାବନା ରହିଛି । "ସୋସିଆଲ ମିଡିଆର ଅପବ୍ୟବହାର କରି, କାହାର ସମ୍ମାନ ହାନି କରିବା ଅତ୍ୟନ୍ତ ନିନ୍ଦନୀୟ । ଏହାକୁ ପୋଲିସ କଡା ହାତରେ ଦମନ କରିବା ଆବଶ୍ୟକ," ବୋଲି ସ୍ଥାନୀୟ ବାସିନ୍ଦାଙ୍କ ପ୍ରତିକ୍ରିୟା ।
ଏହି ଘଟଣାରୁ ପୁନରାୟ ପ୍ରମାଣିତ ହେଲା ଯେ ସୋସିଆଲ ମିଡିଆ ଉପଯୋଗ କରିବା ସମୟରେ ଆଇନର ସମ୍ମାନ କରିବା ଅତ୍ୟାବଶ୍ୟକ । ପୋଲିସ ମଧ୍ୟ ସତର୍କ କରିଛି ଯେ, "ଏପରି କାର୍ଯ୍ୟ କାହାର ପ୍ରାଇଭେସିକୁ ଉଲ୍ଲଂଘନ କରିଲେ, ସେଥିରେ କୌଣସି ପ୍ରକାରର ଛାଡ଼ ମିଳିବ ନାହିଁ ।

0
0
0
s2sdefault