ହେଡଲାଇନସ୍:

କିସରେ  ଶିଶୁ ଦିବସ ପାଳିତ: ଆରମ୍ଭ ହେଲା ‘କୁସୁମ’ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୁବନେଶ୍ୱର,: କଳିଙ୍ଗ ଇନଷ୍ଟିଟ୍ୟୁଟ  ଅଫ୍ ସୋସିଆଲ୍ ସାଇନ୍ସେସ୍ (କିସ୍)ରେ ପ୍ରତିବର୍ଷ ପରି ଚଳିତବର୍ଷ ଶିଶୁଦିବସ ମଙ୍ଗଳବାର ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଚଳିତବର୍ଷ କୁସୁମ ନାମରେ ପ୍ରଥମଥର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ କିସ୍ର ପିଲାମାନେ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭା ପ୍ରତିପାଦିତ କରି ବିଭିନ୍ନ ପ୍ରକାର ହସ୍ତଶିଳ୍ପ ପ୍ରସ୍ତୁତ କରିଥିଲେ । ପରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ନୃତ୍ୟ, ସଂଗୀତ, ଅଭିନୟ ଆଦି ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କିଟ୍ ଓ କିସ୍ର ସଭାପତି ଶାଶ୍ୱତୀ ବଳ, ସଂପାଦକ ଆର୍ ଏନ୍ ଦାଶ, କିସ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ, କୁଳସଚିବ ଜୁଲିଅସ୍ ଲାକ୍ରା ପ୍ରମୁଖ ଯୋଗ ଦେଇ ଶିଶୁଦିବସର ତାତ୍ପର୍ୟ  ସଂପର୍କରେ କହିଥିଲେ । ପିଲାମାନଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହା ବ୍ୟତୀତ ଶିଶୁଦିବସ ଅବସରରେ ଅନୁଷ୍ଠିତ  ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । କିସ୍ର କୁନିକୁୁନି ପିଲାମାନଙ୍କ ଦ୍ୱାରା ପରିବେଷିତ ଆଦିବାସୀ ନୃତ୍ୟ ବେଶ ଚିତ୍ତାକର୍ଷକ ହୋଇଥିଲା । ଏହା ପୂର୍ବରୁ ଆଜି ସକାଳେ ପିଲାମାନେ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ମନର କଥା ଦୂରଦର୍ଶନରେ ସିଧାପ୍ରସାରଣ ଦେଖିଥିଲେ ଏବଂ ଅନୁଷ୍ଠିତ ଶପଥପାଠ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

0
0
0
s2sdefault