ଭୁବନେଶ୍ୱର, ୨୩/୦୯/୨୦୨୫ : ଚଳିତବର୍ଷ ସଂଗୃହୀତ ତଥ୍ୟ ଅନୁଯାୟୀ ରାଜ୍ୟରେ ୮୯୪ଟି ଗ୍ରାମ ଓ ପଡାଗ୍ରାମକୁ ଜଳକ୍ଲିଷ୍ଟ ଭାବେ ଚିହ୍ନଟ କରାଯାଇଥିଲା । ଏହିସବୁ ଗ୍ରାମରେ ଜଳାଭାବର ସାମୟିକ ନିରାକରଣ ନିମନ୍ତେ ପର୍ଯ୍ୟାୟକ୍ରମେ ନୂତନ ନୂକୂପ ଖନନ କରାଯିବା ସହିତ ଦୀଘକାଳନୀ ସମାଧାନ ପାଇଁ ପାଇପ୍ ଜଳଯୋଗାଣ ପ୍ରକଳ୍ପଗୁଡିକର ନିର୍ମାଣ କାର୍ଯ୍ୟ କରାଯାଉଛି ।
ଗ୍ରାମାଞ୍ଚଳରେ ପାନୀୟଜଳ ଯୋଗାଣ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାଏକ । ମନ୍ତ୍ରୀ କହିଛନ୍ତି ଯେ ବର୍ଷାଦିନେ ଗ୍ରାମାଞ୍ଚଳର ଜନସାଧାରଣ ଦୂଷିତ ପାନୀୟଜଳ ବ୍ୟବହାର କରିବାର ଆଶଙ୍କାକୁ ପ୍ରତିହତ କରିବାପାଇଁ ବର୍ଷାଦିନ ପୂର୍ବରୁ ପାନୀୟଜଳ ଉତ୍ସଗୁଡିକୁ ବିଶୋଧନ କରାଯାଇଥାଏ ।
ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୋଟ୍ ୪୬,୫୩୧ଟି ଗ୍ରାମ ଥିବାବେଳେ ସେଥି ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୪,୯୯୫ ଟି ଗ୍ରାମର ସବୁ ପରିବାରକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦିଆଯାଉଛି । ଗ୍ରାମାଞ୍ଚଳରେ ବସବାସ କରୁଥିବା ୪୬ଲକ୍ଷରୁ ଅଧିକ ପରିବାର ପାଇପ୍ ଯୋଗା ବିଶୁଦ୍ଧ ପାନୀୟଜଳ ଏବେସୁଦ୍ଧା ପାଇନଥିବାବେଳେ ସେମାନଙ୍କୁ ମାର୍ଚ୍ଚ ୨୦୨୭ ସୁଦ୍ଧା ପାଇପ୍ ଯୋଗେ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେବାପାଇଁ ଲକ୍ଷ୍ୟ ରଖାଯାଇଛି ।
ରାଜ୍ୟ
ରାଜ୍ୟରେ ଚିହ୍ନଟ ହୋଇଛି ୮୯୪ଟି ଜଳକ୍ଲିଷ୍ଟ ଗ୍ରାମ
- Hits: 69











