ଭୁବନେଶ୍ୱର: ରାଜ୍ୟର ଶକ୍ତି ଭିତ୍ତିଭୂମି ପାଇଁ ଏକ ମାଇଲଖୁଂଟ ସଫଳତା ଭାବରେ ଏମ୍ପାୱାରଟ୍ରାନ୍ସପକ୍ଷରୁ ବଲାଙ୍ଗୀର ଜିଲ୍ଲାର ରାମପୁର, ଅଗଲପୁରରେ ଓଡ଼ିଶାର ପ୍ରଥମ ଡିଜିଟାଲ ପ୍ରୋସେସ୍ ବସ୍-ବେସଡ୍ ୨x୨୦ ଏମଭିଏ, ୧୩୨/୩୩ କେଭି ଗ୍ରିଡ୍ ସବଷ୍ଟେସନ ସଫଳତାର ସହ କାର୍ଯ୍ୟକ୍ଷମ କରିଛି। ଓଡ଼ିଶା ପାୱାର ଟ୍ରାନ୍ସମିସନ୍ କର୍ପୋରେସନ୍ ଲିମିଟେଡ୍ (ଓପିଟିସିଏଲ) ପାଇଁ ନିର୍ମିତ ଏହି ଆଧୁନିକ ସୁବିଧା ଭାରତର ଯେକୌଣସି ରାଜ୍ୟ ସଂଚାରଣ ଉପଯୋଗିତା ଦ୍ୱାରା ପ୍ରଥମ ଭାବେ ଉପଲବ୍ଧ କରାଯାଇଛି।
୨୦୨୫ ସେପ୍ଟେମ୍ବର ୧୭ରେ ଓଡ଼ିଶାର ମାନନୀୟ ଉପ-ମୁଖ୍ୟମନ୍ତ୍ରୀ ଓ ଶକ୍ତି ମନ୍ତ୍ରୀ ଶ୍ରୀଯୁକ୍ତ କେ ଭି ସିଂହଦେଓ ଓ ମାନନୀୟ ସାଂସଦ, ବଲାଙ୍ଗୀର ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓଙ୍କ ଉପସ୍ଥିତିରେ ଏହି ସବବଷ୍ଟେସନକୁ ଉଦଘାଟନ କରାଯାଇଥିଲା। ଏହି ଉତ୍ସବରେ କେବଳ ଏକ ପରିବର୍ତ୍ତନଶୀଳ ଭିତ୍ତିଭୂମି ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା କେବଳ ତାହା ନଥିଲା, ବରଂ ଓଡ଼ିଶାର ଶକ୍ତି କ୍ଷେତ୍ରକୁ ଡିଜିଟାଲ ନବସୃଜନର ଏକ ନୂତନ ଯୁଗ ଆଡ଼କୁ ଅଗ୍ରସର କରୁଥିବା ଦୂରଦର୍ଶିତା ଏବଂ ନେତୃତ୍ୱକୁ ମଧ୍ୟ ଦର୍ଶାଇଥିଲା।
ଏହି ଅବସରରେ ଏମ୍ପାୱାରଟ୍ରାନ୍ସର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଆସୀତ ପ୍ରଧାନ କହିଛନ୍ତି ଯେ, “ଅଗଲପୁର ସବଷ୍ଟେସନ ଶକ୍ତି ପ୍ରଣାଳୀଗୁଡିକ କିଭଳି ପରିକଳ୍ପିତ, ନିରୀକ୍ଷଣ ଏବଂ ନିୟନ୍ତ୍ରିତ କରାଯାଉଛି ତାହାରେ ଏକ ପରିକଳ୍ପିତ ପରିବର୍ତ୍ତନକୁ ପ୍ରତିନିଧିତ୍ୱ କରୁଛି। ଏହି ସଫଳତା ଉନ୍ନତ ପ୍ରଯୁକ୍ତି ଅନୁସନ୍ଧାନ ଏବଂ ସ୍ଥାୟୀ ଭବିଷ୍ୟତ-ପ୍ରସ୍ତୁତ ସମାଧାନ ପ୍ରଦାନ ପ୍ରତି ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।’’
ପାରମ୍ପରିକ ସବଷ୍ଟେସନଠାରୁ ଭିନ୍ନ, ଅଗଲପୁର ସୁବିଧାଟି ଏକ ପ୍ରୋସେସ ବସ୍-ସଂରଚନା ବ୍ୟବହାର କରୁଛି ଯାହା ଉପକରଣ ନିକଟରେ ଲଗାଯାଇଥିବା ଡିଜିଟାଲ ସେନ୍ସର, ଫାଇବର ଅପ୍ଟିକ ଯୋଗାଯୋଗ ନେଟୱାର୍କ ଏବଂ ସ୍ୱୟଂଚାଳିତ ପ୍ରଣାଳୀଗୁଡିକୁ ସମନ୍ୱିତ କରୁଛି। ଏହା ବାସ୍ତବ ସମୟ ତଥ୍ୟ ବିଶ୍ଳେଷଣ, ଦ୍ରୁତ ତ୍ରୁଟି ସନ୍ଧାନ, ନିୟନ୍ତ୍ରଣ ଏବଂ ଉନ୍ନତ କାର୍ଯ୍ୟକାରୀ ଦକ୍ଷତାକୁ ସକ୍ଷମ କରୁଛି। ଡିଜିଟାଲ ଡିଜାଇନ୍ ମଧ୍ୟ କାର୍ବନ ଫୁଟପ୍ରିଂଟ ହ୍ରାସ କରିବାରେ ସହାୟକ ହୋଇଛି।
ଓପିଟିସିଏଲ ସିଏମଡିଙ୍କ ସହିତ ନିର୍ଦ୍ଦେଶକ, ଇଞ୍ଜିନିୟର, କ୍ଷେତ୍ର ସହକର୍ମୀ, ଯୋଜନାକାରୀ ଏବଂ ପ୍ରକଳ୍ପ ପ୍ରବନ୍ଧକମାନଙ୍କ ପ୍ରତିବଦ୍ଧତା ଏବଂ ଦକ୍ଷତା ଏହାକୁ ବାସ୍ତବତାରେ ପରିଣତ କରିଥିବାରୁ ଏମ୍ପାୱାରଟ୍ରାନ୍ସ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି।
ଅତି-ଉଚ୍ଚ ଭୋଲଟେଜ ବିଦ୍ୟୁତ୍ ଯାନ୍ତ୍ରିକ ଇଞ୍ଜିନିୟରିଂରେ ଏକ ପ୍ରମାଣିତରେକର୍ଡ ସହିତ ଏମ୍ପାୱାରଟ୍ରାନ୍ସ ସମଗ୍ର ଭାରତରେ ନିରବଚ୍ଛିନ୍ନ ଭାବରେ ଅଭିନବ ସମାଧାନ ଯୋଗାଇଛି। କମ୍ପାନି ପୂର୍ବରୁ ଜିଏମଆର ଗ୍ରୁପ ପାଇଁ କମଳାଙ୍ଗରେ ରାଜ୍ୟର ପ୍ରଥମ କ୍ବାଡ ମୋଜ ୪୦୦ କେଭି ଡବଲ୍ ସର୍କିଟ୍ ଟ୍ରାନ୍ସମିସନ୍ ଲାଇନ୍ କାର୍ଯ୍ୟକ୍ଷମ କରିଥିଲା ଏବଂ ଆଇପିସିଏଲ ପଶ୍ଚିମବଙ୍ଗ ଏବଂ ବାଲକୋ ଛତିଶଗଡ଼ ପାଇଁ ହାଇ ଟେନସନ ଲୋ ସ୍ୟାଗ୍ (ଏଚଟିଏଲଏସ) କଣ୍ଡକ୍ଟର୍ ବ୍ୟବହାର କରି ମୋନୋପୋଲ୍ ଟାୱାର୍-ଆଧାରିତ ଟ୍ରାନ୍ସମିସନ୍ ଲାଇନ୍ ଚାଲୁ କରିଥିଲା। ଏହା ଆହୁରି ମଧ୍ୟ ପାୱାର୍ ଗ୍ରିଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (ପିଜିସିଆଇଏଲ) ପାଇଁ ପୁରୀରେ ବାତ୍ୟା ପ୍ରବଣ ଅଂଚଳ (ୱିଣ୍ଡ୍ ଜୋନ୍-୬ରେ ଦେଶର ପ୍ରଥମ ବାତ୍ୟା ନିରୋଧୀ ଟ୍ରାନ୍ସମିସନ ଲାଇନ୍ ନିର୍ମାଣ କରିଥିଲା।
ଅକ୍ଷୟ ଶକ୍ତି ଏବଂ ଡିଜିଟାଲ ରୂପାନ୍ତରଣ ସହ ଶକ୍ତି ଉଦ୍ୟୋଗରେ ପରିବର୍ତ୍ତନ ହେଉଥିବା ବେଳେ ଏମ୍ପାୱାରଟ୍ରାନ୍ସ ସେଥିରେ ଆଗରେ ରହିଛି ଯାହା ଉଚ୍ଚ-ଗୁଣବତା, ସମୟସୀମା ମଧ୍ୟରେ ପ୍ରକଳ୍ପଗୁଡିକୁ ଯୋଗାଇବା ପାଇଁ ପ୍ରତିବଦ୍ଧ।
www.empowertrans.com ହେଉଛି ଏକ ବିଦ୍ୟୁତ୍ ଯାନ୍ତ୍ରିକ ଇଞ୍ଜିନିୟରିଂ କମ୍ପାନି ଯାହା ବିଦ୍ୟୁତ ଉପଯୋଗିତା ଏବଂ ବିଦ୍ୟୁତ୍ ଉତ୍ପାଦନ ଶିଳ୍ପଗୁଡିକ ପାଇଁ ଟ୍ରାନ୍ସମିସନ୍ ଭିତ୍ତିଭୂମି ବିଭାଗଗୁଡିକରେ ସେବା ଯୋଗାଉଛି ଏବଂ ଏହାର ପ୍ରତିଷ୍ଠା ସାରା ଭାରତରେ ରହିଛି।











