ହେଡଲାଇନସ୍:

୨୩ ଜଣ ଶ୍ରବଣ ବାଧିତଙ୍କୁ ୪୬ ଶ୍ରବଣ ଯନ୍ତ୍ର ବଣ୍ଟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୨୩।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସଭାଗୃହରେ ସାମାଜିକ ସୁରକ୍ଷା ବିଭାଗ ଆନୁକୂଲ୍ୟରେ ଶ୍ରବଣ ବାଧିତ ଦିବ୍ୟାଙ୍ଗ ମାନଙ୍କ ପାଇଁ ଶ୍ରବଣ ଯନ୍ତ୍ର ପ୍ରୋଗ୍ରାମ୍ମିଙ୍ଗ ଓ ବିତରଣ ଶିବିର ଆୟୋଜିତ ହୋଇଥିଲା । ଶିବିରରେ ୩୨ ଜଣଙ୍କ ନାମ ପଞ୍ଜିକରଣ କରାଯାଇଥିବା ବେଳେ ସେଥି ମଧ୍ୟରୁ ୨୩ ଜଣ ଯୋଗ୍ୟ ଶ୍ରବଣ ବାଧିତଙ୍କ ଉଭୟ କାନ ପାଇଁ ୨ ପ୍ରକାର ୨ଟି ଲେଖାଏଁ ମୋଟ ୪୬ ଗୋଟି ଶ୍ରବଣ ଯନ୍ତ୍ର ବଣ୍ଟନ କରାଯାଇଥିଲା । ଅଡିଓଲୋଜିଷ୍ଟ ସତ୍ୟପ୍ରକାଶ ନାୟକ, ପ୍ରକାଶ କୁମାର ନାଥ, ଲଷ୍ମୀପ୍ରିୟା ମଳିକ ଏବଂ ନିଷ୍ଠା ରଞ୍ଜନ ଦାସ ପ୍ରମୁଖ ଦିବ୍ୟାଙ୍ଗ ମାନଙ୍କ ଶ୍ରବଣ ଶକ୍ତି କ୍ଷମତାକୁ ପରୀକ୍ଷା କରି ଶ୍ରବଣ ଯନ୍ତ୍ର ଗୁଡ଼ିକୁ ପ୍ରୋଗ୍ରାମ୍ମିଙ୍ଗ (ଅଡ଼ିଓ ପ୍ରସ୍ତୁତି) କରିଥିଲେ । ଓଡଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ନାୟକ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିବା ବେଳେ ସାମାଜିକ ସୁରକ୍ଷା ଅଧିକାରୀ ରାଜସ୍ବିନୀ ପ୍ରଧାନ ଶିବିର ପରିଚାଳନା କରିଥିଲେ । କନିଷ୍ଠ ସହାୟକ ରାଜେଶ କୁମାର ନାଏକ ଏବଂ କାର୍ଯ୍ୟକ୍ରମ ସହାୟକ ବିଜୟାନନ୍ଦ ବେହେରା ସହଯୋଗ କରିଥିଲେ।

0
0
0
s2sdefault