ହେଡଲାଇନସ୍:

ବିକଶିତ ଭାରତ-୨୦୪୭" ଆଧାର ରେ ଜିଲ୍ଲା ପ୍ରଶାସନ ତରଫରୁ ସ୍ଵାମୀ ବିବେକାନନ୍ଦ ସ୍ମାରକ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର, ତା ୨୩/୦୯/୨୫:ସୁମନ୍ତ କୁମାର ଦାସ: ଗତ କାଲି ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଆନୁକୁଲ୍ୟରେ ପାଳନ ହେଉଥିବା “ସେବା ପର୍ବ-୨୦୨୫” ପରିପେକ୍ଷୀରେ ଜିଲ୍ଲା ପ୍ରଶାସନ ଏବଂ ସ୍ଵାମୀ ବିବେକାନନ୍ଦ ସ୍ମାରକ ସ୍ଵୟଂଶାସିତ ମହାବିଦ୍ୟାଳୟ ସହଭାଗିତାରେ, "ବିକଶିତ ଭାରତ-୨୦୪୭" ଶୀର୍ଷକ ଉପରେ ଆଧାରିତ ଏକଦିବସୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଅଛି । ଏସ.ଭି.ଏମ. ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସରରେ ଆୟୋଜିତ ଏହି ପ୍ରତିଯୋଗିତାରେ ଉଚ୍ଚ ମାଧ୍ୟମିକ, ମହାବିଦ୍ୟାଳୟସ୍ତରୀୟ ଛାତ୍ରଛାତ୍ରୀ ଏବଂ ଜିଲ୍ଲାର ବିଭିନ୍ନ ବୃତ୍ତିଗତ ଚିତ୍ରଶିଳ୍ପୀମାନେ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗିତାରେ ମହାବିଦ୍ୟାଳୟର ପ୍ରାଧ୍ୟାପିକା ବନ୍ଦିତା ଦାସ, ଅଧ୍ୟାପିକା ଅମୃତା ମହାନ୍ତି, ଅଧ୍ୟାପିକା ଶୁଭଶ୍ରୀ ମହାନ୍ତି, ଅଧ୍ୟାପିକା ସୁନିତା ସ୍ଵାଇଁ, ଅଧ୍ୟାପକ ଅମିତାଭ ସ୍ଵାଇଁ , ଅଧ୍ୟାପିକା ସ୍ଵାତୀ ପୁହାଣ, ଅଧ୍ୟାପିକା ବିଦ୍ୟୁତପ୍ରଭା ଦାସ, ଅଧ୍ୟାପକ ଜିତୁ ପ୍ରସାଦ ମଲ୍ଲିକ ଓ ଜିଲ୍ଲା ଚିକିତ୍ସାଳୟର ଅବସର ପ୍ରାପ୍ତ ଚିତ୍ରଶିଳ୍ପୀ ସୁରେଶ କୁମାର ଚୌଧୁରୀ ବିଚାରକ ଭାବରେ ପ୍ରତିଯୋଗୀମାନଙ୍କର ଚିତ୍ରକଳାକୁ ନିରୀକ୍ଷଣ କରିଥିଲେ । ଉଚ୍ଚ ମାଧ୍ୟମିକ ବର୍ଗରେ ରୁଦ୍ରପ୍ରସାଦ ପାତ୍ର ପ୍ରଥମ ସ୍ଥାନ, ଶୁଭଶ୍ରୀ ମହାନ୍ତି ଦ୍ଵିତୀୟ ସ୍ଥାନ ଏବଂ ସମରେଶ ଦାସ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ମହାବିଦ୍ୟାଳୟ ସ୍ତରରେ ସୌରଭ ନାୟକ ପ୍ରଥମ ସ୍ଥାନ, ଆକୃତି ପ୍ରିୟଦର୍ଶିନୀ କାଣ୍ଡି ଦ୍ଵିତୀୟ ସ୍ଥାନ ଏବଂ ଆନନ୍ଦ ମିର୍ଜା ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଭାବରେ ବୃତ୍ତିଗତ ଚିତ୍ରକଳାରେ ଧ୍ରୁବ ଚରଣ ସାହୁ ପ୍ରଥମ ସ୍ଥାନ, ମନୋଜ କୁମାର ସାହୁ ଦ୍ଵିତୀୟ ସ୍ଥାନ ଏବଂ କେଶବ ଚନ୍ଦ୍ର ଜେନା ତୃତୀୟ ସ୍ଥାନ ଅଧିକାର କରିଛନ୍ତି l ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ସୁଜାତା ଓତା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି, ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନା ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଏବଂ ଅଧ୍ୟାପିକା ତଥା ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

0
0
0
s2sdefault