ହେଡଲାଇନସ୍:

ବାଘସାଳା କୁମ୍ଭାର ସାହି ରେ ବିଧାୟକ ପହଞ୍ଚି ବିଭିନ୍ନ ସମସ୍ୟା ସମ୍ପର୍କରେ ବୁଝିଥିଲେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବାଘଶଳା ଗ୍ରାମ ର କୁମ୍ଭାର ସାହିରେ ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ ପହଞ୍ଚି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥଲେ।
ପ୍ରଥମେ କୁମ୍ଭାର ମାନଙ୍କ ଜୀବିକା ଉପରେ ପଚାରି ବୁଝିଥିଲେ ବିଧାୟକ। ବର୍ତ୍ତମାନ ଯୁଗରେ ମାଟି ହାଣ୍ଡି , ମାଟି ସୋରା , ମାଟିର ବିଭିନ୍ନ ସାମଗ୍ରୀ ର ଚାହିଦା ସମ୍ପୂର୍ଣ୍ଣ ଠପ ହୋଇଯାଇଥିବା ବେଳେ ସେଇ କୁମ୍ଭାର ପରିବାର ମାନଙ୍କ ଘର ପରିବାର ଚାଲିବା ଅସୁବିଧା ର ସମ୍ମୁଖୀନ ହେଉଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଥିଲେ।
ଏହି ବିଷୟ ନେଇ ସରକାର ଓ ପ୍ରଶାସନ କୁ ଜଣାଇ ଏହି କୁମ୍ଭାର ସାମ୍ପ୍ରଦୟିକ ଲୋକ ମାନଙ୍କ ସୁବିଧା ପାଇଁ ବିଧାୟକ ଜଣାଇବେ ବୋଲି ପ୍ରସ୍ତୁତି ଦେଇଛନ୍ତି।ଏହି ଗ୍ରସ୍ତ ସମୟରେ ଗୋଷାଣି ବ୍ଲକ ଅଧ୍ୟକ୍ଷ ଭି.ବିରରାଜୁ , ଜିଲ୍ଲାପରିଷଦ ଏସ୍. ବାଲରାଜୁ , ସ୍ଥାନୀୟ ସରପଞ୍ଚ ସମିତି ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault