ହେଡଲାଇନସ୍:

ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଯଶଶ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ୭୫ ତମ ଜନ୍ମଦିନ ଅବସରରେ ଗଜପତି ଜିଲ୍ଲା ସଦର ମହକୁମା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପାଳନ ହେଉଛି ୧୫ ଦିନିଆ ଏକ କାର୍ଯ୍ୟକ୍ରମ "ସୁସ୍ଥ ନାରୀ-ସଶକ୍ତ ପରିବାର ଅଭିଯାନ" କାର୍ଯ୍ୟକ୍ରମ ।
ଏହି କାର୍ଯ୍ୟକ୍ରମ ଦ୍ୱାରା ଚିକିତ୍ସାଳୟର ସମସ୍ତେ ଏକାଠି ହୋଇ ମହିଳା ମାନଙ୍କର ସମସ୍ତ ସମସ୍ଯାର ଅନୁଧ୍ୟାନ କରିବା ସହ ତାର ନିରାକରଣ ଓ ନିରୂପଣ କରି ଯଥାର୍ଥ ତଥ୍ୟ ଭିତ୍ତିକ ଉପଚାର କରାଯାଉଛି।
ଏକ ନାରୀ ଗଛର ମୂଳ ପରି , ଚେର ଶକ୍ତ ରହିଲେ ପରିବେଶ ଯେମିତି ସବୁଜ ଓ ସୁଖକର ରହିବ ଠିକ ସେପରି ନାରୀ ସୁସ୍ଥ ରହିଲେ ହିଁ ପରିବାର , ଗ୍ରାମ , ରାଜ୍ୟ ଓ ଦେଶ ସୁଦୃଢ ହେବ ।
ଗର୍ଭାବସ୍ଥା ସମୟରେ ବିପଦସଙ୍କେତ ଚିହ୍ନଟ କରି ଚିକିତ୍ସା କରିବା ଓ ମାତୃ ମୃତ୍ୟୁହାର ଓ ଶିଶୁ ମୃତ୍ୟୁହାର କମେଇବା ମୁଖ୍ୟ ଉଦ୍ଦେଶ୍ୟ ,
ଆଧୁନିକ ଚିକିତ୍ସା କୌଶଳରେ ବିଭିନ୍ନ ସ୍ବାସ୍ଥ୍ୟ ସମ୍ନନ୍ଧୀୟ ସୂଚନା ଓ ଚିକିତ୍ସାର ବ୍ୟାପକ ପ୍ରଚାର ପ୍ରସାର ପାଇଁ ବ୍ରତୀ ହେବା ପାଇଁ ଦୃଢ ସଂକଳ୍ପ କରିବା , ନାରୀମାନଙ୍କୁ ବିଭିନ୍ନ କ୍ୟାନ୍ସର ବିଷୟରେ ଅବଗତ କରାଇ ଏହାର ନିରାକରଣ ଓ ପ୍ରଥମ ସୋପାନରେ ଚିହ୍ନଟ କରାଇବା ଦିଗରେ ଆଲୋକପାତ କରିବା
ଦେଶର ନାରୀ ଓ ମା ଯଦି ସଶକ୍ତିକରଣ ହେବେ ଦେଶ ଆଗକୁ ବଢିବ ଓ ସବୁ କ୍ଷେତ୍ରରେ ଅଗ୍ରଣୀ ହେବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡ଼ାଃ ସନ୍ଧ୍ୟାରାଣୀ ପାଣିଗ୍ରାହୀ କହିଛନ୍ତି।

0
0
0
s2sdefault