ଓଡ଼ଗାଁ,୨୨।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ନିଲାଞ୍ଜନ ଦାସଙ୍କ ତତ୍ବାବଧାନରେ ଅନୁଷ୍ଠିତ ମେଗା ସ୍ବାସ୍ଥ୍ୟମେଳାରେ ବିଭିନ୍ନ ବିଭାଗର ୭ ଜଣ ଡାକ୍ତର ୪ ଶହରୁ ଉର୍ଦ୍ଧ୍ବ ବାଳିକା ଓ ମହିଳା ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ଆବଶ୍ୟକୀୟ ଚିକିତ୍ସା ପରାମର୍ଶ ସହିତ ଡାକ୍ତର ଖାନାରୁ ଔଷଧ ଯୋଗାଇ ଦିଆଯାଇଥିଲା । ଚଳିତ ମାସ ୧୭ ତାରିଖରୁ ଆରମ୍ଭ ହୋଇଥିବା ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ମାଧ୍ୟମରେ ଅନୁଷ୍ଠିତ ଏହି ମେଗା ସ୍ବାସ୍ଥ୍ୟ ଶିବିରରେ ସମ ଅଲଟିମେଟ ହସ୍ପିଟାଲ ଭୁବନେଶ୍ବରର ଶଲ୍ୟ ବିଭାଗ ଡାକ୍ତର ସୋନାଲି ମହାନ୍ତି । ଏବଂ ଗ୍ୟାଷ୍ଟ୍ରୋ ସାଇନ୍ସ ଓ ହେପାଟୋଲୋଜି ବିଭାଗର ବରିଷ୍ଠ ଡ଼ାକ୍ତର ଦେବକାନ୍ତ ମିଶ୍ର, ଶଙ୍କର ବାଗଚି ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ସୂର୍ଯ୍ୟକାନ୍ତ ଜୟସିଂହ, ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଦୀପକ ବଳ, ଡାକ୍ତର ପ୍ରଣତୀ ମଞ୍ଜୁରୀ ଶର୍ମା, ଦାନ୍ତ ବିଶେଷଜ୍ଞ ଡାକ୍ତର ସମ୍ବିତ ପ୍ରସାଦ ପ୍ରମୁଖ ବିଭିନ୍ନ ରୋଗି ମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ଓଡ଼ଗାଁ ବ୍ଳବ ଅଧ୍ୟକ୍ଷ ଲୋକନାଥ ସାହୁ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ସମ୍ମୋନ୍ବିତ ଶିଶୁ ବିକାଶ ଯୋଜନା ଅଧିକାରୀ ଲହଡ଼ି ମାଳା ପ୍ରଧାନଙ୍କ ଦ୍ବାରା ଆୟୋଜିତ ମା' ଓ ଶିଶୁମାନଙ୍କ ପାଇଁ ପୁଷ୍ଟିକର ଜାତୀୟ ଖାଦ୍ୟ ମେଳା ପରିଦର୍ଶନ କରିଥିଲେ । ଏଥିସହିତ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ସମସ୍ତ ସ୍ବାସ୍ଥ୍ୟ ଉପକେନ୍ଦ୍ରର କର୍ମଚାରୀ ମାନେ ଉପରିସ୍ଥ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ରାଜ୍ୟ
ଓଡ଼ଗାଁ ଡାକ୍ତରଖାନାରେ ମେଗା ସ୍ବାସ୍ଥ୍ୟ ମେଳା, ୪ ଶହରୁ ଉର୍ଦ୍ଧ୍ବ ମହିଳାଙ୍କ ସ୍ବାସ୍ଥ୍ୟ ପରୀକ୍ଷା,
- Hits: 313











