ସଫେଇ ନାଳ ଓ ନଦୀରୁ ବେଆଇନ ଅବରୋଧ ଉଚ୍ଛେଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଏରସମା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ) : ଜଗତସିଂହପୁର ଜିଲା ଡ୍ରେନେଜ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ବିପ୍ଲବ କେଶରୀ ସାହୁଙ୍କ ପରାମର୍ଶ କ୍ରମେ, ଏରସମା ତହସିଲଦାର ସ୍ନିଗ୍ଧା ଶ୍ରଦ୍ଧାଞ୍ଜଳୀ ବେହେରାଙ୍କ ନିର୍ଦ୍ଦେଶରେ ଏରସମା ତହସିଲ ଅଧିନରେ ଥିବା ସମସ୍ତ ନଦୀ ଓ ସଫେଇ ନାଳରୁ ବେଆଇନ ଭାବେ ଅଡ, ଚାଞ୍ଚେରା ଘେରୀ, ଚିଙ୍ଗୁଡ଼ି ଘେରି ଦ୍ଵାରା ଜଳପଥ ଅବରୋଧ ହଟାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଗତକାଲି ଡ୍ରେନେଜ୍ ବିଭାଗ ସହକାରୀ ଯନ୍ତ୍ରୀ ଜିତେନ୍ଦ୍ର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶଙ୍ଖ ଓ କମାଣପକା ନଦୀରୁ ଅଡ ଓ ଘେରି ଉଚ୍ଛେଦ କରାଯାଇଥିଲା । ଉଚ୍ଛେଦ ସମୟରେ ଡ୍ରେନେଜ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ନକୁଳ ଗୋଚ୍ଛାୟତ, ଏରସମା ପୁଲିସ, ସ୍ଥାନୀୟ ରାଜସ୍ୱ ନିରୀକ୍ଷକ, ତହସିଲ ସୁପର ଭାଉଜର ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ଦିନରେ ସମସ୍ତ ସଫେଇ ନାଳ ଓ ନଦୀରୁ ଅବରୋଧ ହଟାଇବା ପାଇଁ ଯୋଜନା ରହିଛି ବୋଲି ସହକାରୀ ଯନ୍ତ୍ରୀ ଶ୍ରୀ ସାହୁ ଜଣାଇଛନ୍ତି । ଜଳପଥ ଅବରୋଧ ଯୋଗୁଁ ଏରସମା ଅଞ୍ଚଳରେ ଉଦବୁତ ବର୍ଷା ଜଳ ନିଷ୍କାସନ ହେବାରେ ଘୋର ସମସ୍ୟା ସୃଷ୍ଟି କରୁଛି । ଏହି ଅବରୋଧ ହଟାଇବା କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।

0
0
0
s2sdefault