କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ସ୍ଵତନ୍ତ୍ର ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ଏକ ସ୍ଵତନ୍ତ୍ର ଶିବିର ଅନୁଷ୍ଠାନ ଅଧ୍ୟକ୍ଷ ଡଃ ଗିରିଧର ନାୟକଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି I ଏକ ସପ୍ତାହ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଏହି ଶିବିରରେ ଗାଙ୍ଗପୁର ବନାଞ୍ଚଳର କର୍ମଚାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଏହି ଶିବିରରେ ୫୦ ଜଣ ସ୍ଵେଚ୍ଛାସେବୀ ଅଂଶଗ୍ରହଣ କରି ୧୨୬ ଟି ଚାରା ରୋପଣ କରିଥିଲେ I ଅପରାହ୍ଣରେ ଷିବିରାର୍ଥୀଙ୍କ ଦ୍ୱାରା ସଚେତନତାମୂଳକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଜାତୀୟ ସେବା ଯୋଜନା ଅଧିକାରୀ ସୀମାଞ୍ଚଳ ମହାନ୍ତି କାର୍ଯ୍ୟକ୍ରମର ସଂଯାଜନା କରିଥିବା ବେଳେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ସହଯୋଗ କରିଥିଲେ I

0
0
0
s2sdefault