କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନରଙ୍କ ଜଗତସିଂହପୁର ଜିଲ୍ଲା ଗସ୍ତ.

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଜଗତସିଂହପୁର, ତା ୧୮/୦୯/୨୫: ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନ ରେ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର (କଟକ) ଶ୍ରୀମତୀ ଗୁହା ପୁନମ ତାପସ କୁମାର ଭା. ପ୍ର. ସେ. ଜଗତସିଂହପୁର ଜିଲ୍ଲା ଗସ୍ତ ରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ବିଭାଗୀୟ କାର୍ଯ୍ୟାଳୟ ର କାର୍ଯ୍ୟ ଧାରା ତଥା ସମ୍ପୃକ୍ତ ବିଭାଗ ଅନ୍ତର୍ଗତ ଉନ୍ନୟନ ଯୋଜନା ଓ ପ୍ରକଳ୍ପ ର ସ୍ଥିତି ଓ ଅଗ୍ରଗତି ସମ୍ଭନ୍ଧ ରେ ସମୀକ୍ଷା ଓ ନିରୀକ୍ଷଣ କରିଥିଲେ। ଏହି ଅବସରରେ କମିଶନର ଶ୍ରୀମତୀ ପୁନମ୍ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ରାଜସ୍ବ,ରେଜିଷ୍ଟ୍ରାର, ଜିଲ୍ଲା ଅବକାରୀ ଅଧିକ୍ଷକ,ଆଞ୍ଚଳିକ ପରିବହନ ଅଧିକାରୀ, ଜିଲ୍ଲା କ୍ରୀଡା ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ଯୋଗାଣ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ପଂଚାୟତ ଅଧିକାରୀ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ,ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରମୁଖ ଙ୍କ କାର୍ଯ୍ୟାଳୟ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସମସ୍ତ ଉପବିଭାଗ କାର୍ଯ୍ୟାଳୟ ଗୁଡିକ ର କାର୍ଯ୍ୟ ଧାରା ନିରୀକ୍ଷଣ କରିଥିଲେ ଏବଂ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଧାରିତ ସମୟ ସୀମା ଭିତରେ ନିଜ ନିଜ ବିଭାଗ ର କାର୍ଯ୍ୟ କୁ ସମ୍ପୂର୍ଣ୍ଣ କରିବା ଦିଗରେ ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଥିଲେ. ଜିଲ୍ଲlପାଳ ଶ୍ରୀ ଜେ ସୋନାଲ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ଉକ୍ତ ଇନ୍ସପେକ୍ସନ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲପାଳ ଶ୍ରୀ (ରାଜସ୍ବ) ଶ୍ରୀ ସମ୍ବିତ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀଜ୍ୟୋତି ଶଙ୍କର ରାୟ, ଅତିରିକ୍ତ ଜିଲ୍ଲାପାଳ ପାରାଦ୍ଵୀପ ଶ୍ରୀ ନିରଞ୍ଜନ ବେହେରା, ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ, ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ, ଜଗତସିଂହପୁର ଓ ପାରାଦ୍ଵୀପ ପୌରପରିଷଦ ର ନିର୍ବାହୀ ଅଧିକାରୀ , ସମସ୍ତ ତହସିଲଦାର, ବିଡ଼ିଓ ଙ୍କ ସମେତ ସମସ୍ତ ଡେପୁଟି କଲେକ୍ଟର, ସମସ୍ତ ସହକାରୀ କଲେକ୍ଟର, ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
କମିଶନର ଶ୍ରୀମତୀ ପୁନମ ପ୍ରଥମେ ଜିଲ୍ଲା ମୁଖ୍ୟାଳୟ ରେ ପହଞ୍ଚି ସ୍ବାମୀ ବିବେକାନନ୍ଦ ସ୍ବୟଂ ଶାସିତ ମହାବିଦ୍ୟାଳୟ ପରିଦର୍ଶନ କରିବା ସହ ଅଧ୍ୟକ୍ଷ ଙ୍କ ସହ ମହାବିଦ୍ୟାଳୟ ର ସୁବିଧା ଅସୁବିଧା ଆଲୋଚନା କରିଥିଲେ । ଏହାପରେ ସେ ସ୍ଥାନୀୟ ନିପୂର ରେ ପ୍ରସ୍ତାବିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜାଗା ପରିଦର୍ଶନ କରିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବସ୍ଥିତ ମିଶନ ଶକ୍ତି କାଫେ ଓ ଆହାର କେନ୍ଦ୍ର ପରିଦର୍ଶନ କରି ସ୍ୱୟଂ ସହାୟକ ଗୋଷ୍ଠୀ ମା ମାନଙ୍କ ସହ ଆଲୋଚନା କରିଥିଲେ। ବ୍ୟବସାୟ ନିମନ୍ତେ ସେମାନଙ୍କ ସୁବିଧା ଅସୁବିଧା ବୁଝିବା ସହ ଆଉ କଣ ଯୋଗାଇଦେଲେ ସେମାନେ ଉନ୍ନତି କରିପାରିବେ ବୋଲି ପଚାରିଥିଲେ। କମିଶନର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ୱାର୍ଡ ବୁଲି ରୋଗୀ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଓ ଚିକିତ୍ସା ବ୍ୟବସ୍ଥା ବିଷୟ ରେ ପଚାରି ବୁଝିଥିଲେ।
ଏହାପରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ 'ଆସ ସ୍କୁଲ ଯିବା' ପଦଯାତ୍ରା କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଏହି ଯୋଜନା ବିଷୟରେ ଆଲୋଚନା କରିବା ସହ ଜିଲ୍ଲା ରେ ଶିକ୍ଷା କ୍ଷେତ୍ର ର ବିଭିନ୍ନ ପ୍ଲାନିଂ ଓ ଏହାର ସଫଳ ରୂପାୟନ ନିମନ୍ତେ ଉପଦେଶ ଦେଇଥିଲେ। ଡ୍ରପ ଆଉଟ୍ ରୁ ଚିହ୍ନଟ ପୁନଶ୍ଚ ବିଦ୍ୟାଳୟ ରେ ନାମ ଲେଖାଇଥିବା ୫ ଜଣ ଛାତ୍ର ଛାତ୍ରୀ ଙ୍କୁ ପୁସ୍ତକ ବଣ୍ଟନ କରିବା ସହ ସେମାନଙ୍କର ଅଭିଜ୍ଞତା ପଚାରିଥିଲେ।ପାଠ ପଢ଼ି ଭଲ ମଣିଷ ହେବାପାଇଁ ଉତ୍ସାହିତ କରିଥିଲେ।

0
0
0
s2sdefault