ହେଡଲାଇନସ୍:

ଶିଶୁ ମଧ୍ୟରେ ଥିବା ଅଜସ୍ର ପ୍ରତିଭାର ଊନ୍ମେଷ ଘଟୁ : ଜିଲ୍ଲାପାଳ  ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଯାଜପୁରରେ ଜିଲ୍ଲା ସ୍ତରୀୟ ଶିଶୁ ଦିବସ ପାଳିତ

ଯାଜପୁର/jayshankar dash  :ପ୍ରତ୍ୟେକ ଶିଶୁ ମଧ୍ୟରେ ଆଗାମୀ କାଲିର ସୁନ୍ଦର ଭବିଷ୍ୟତଟିଏ ଲୁଚି ରହିଚ୍ଥି ।  ତାହାର ଊପଯୁକ୍ତ ସୁରକ୍ଷା, ଯତ୍ନ ଓ ପ୍ରତିଭାର ବିକାଶ ପାଇଁ ପ୍ରତ୍ୟେକ ବଦ୍ଧପରିକର ହେବାକୁ ଜିଲ୍ଲାପାଳ  ରଂଜନ କୁମାର ଦାସ ଆହ୍ୱାନ ଦେଇଚ୍ଥନ୍ତି ।  ଜିଲ୍ଲା  ଶିକ୍ଷା ବିଭାଗ, ସର୍ବଶିକ୍ଷା ଅଭିଯାନ ଓ ଗ୍ରାମ୍ୟ ଜଳ ପରିମଳ ବିଭାଗର ମିଳିତ ଆନୁକୂଲ୍ୟରେ ମଙ୍ଗଳବାର ପୂର୍ବାହ୍ନରେ ବାଳାଶ୍ରମ ପଡିଆ ଠାରେ ଜିଲ୍ଲା ସ୍ତରୀୟ ଶିଶୁ ଦିବସ ପାଳିତ ହୋଇଥିଲା ।  ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ  ଦାସ ଶିଶୁ ମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ଯେଊଁ ସବୁ ପଦକ୍ଷେପ ସରକାର ବା ପ୍ରଶାସନ ଗ୍ରହଣ କରୁଚ୍ଥି  ତାହା ଯେପରି ବ୍ୟାପକ ଓ ସାର୍ବଜନୀନ ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ସମସ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ  ଦେଇଥିଲେ ।  ଶିଶୁ ହସିଲେ ଦେଶ ହସିବ ଓ ସମୃଦ୍ଧ ହେବ । ସେହି ପ୍ରତିଭାକୁ ଚିହ୍ନଟ କରିବା, ଶିଶୁର ମନସ୍ତତ୍ତ୍ୱ ଓ ଭାବକୁ  ବୁଝି ତା’ ପ୍ରତି ସହୃଦୟତା ପ୍ରଦର୍ଶନ କରିବାକୁ ସେ ଆହ୍ୱାନ ଦେଇଥିଲେ ।  ବିଭିନ୍ନ ମହାପୁରୁଷ ମାନଙ୍କ ପିଲା ଦିନର କଥାକୁ ସ୍ମରଣ କରି ପିଲାମାନେ ଯଦି ସେମାନଙ୍କ ଜୀବନରେ  ମହାପୁରୁଷଙ୍କ ଜୀବନୀରୁ କିଛି ବି  ଗ୍ରହଣ କରିପାରିବେ ତେବେ ସେମାନେ ଜୀବନରେ  ଅନେକ ଊନ୍ନତି କରିବେ ବୋଲି ସେ  କହିଥିଲେ ।  କଢିଟି ପୁଂଟେ କିନ୍ତୁ ପୁଂଟନ୍ତା ପୁଂଲଟି ମଊଳି ଯାଏ ।  ଏହି ନ୍ୟାୟରେ ଚ୍ଥୋଟ ଚ୍ଥୋଟ କୋମଳମତି ଶିଶୁ ମାନେ  ସମାଜ ପାଇଁ ବିରାଟ ଓ ସୁନ୍ଦର ସୁନ୍ଦର ସମ୍ୱଳ ହୋଇପାରିବେ ବୋଲି   ଶ୍ରୀ ଦାସ ଆଶାବ୍ୟକ୍ତ କରିଥିଲେ ।  ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା, ଅତିରିକ୍ତ ଜିଲ୍ଲାପାଳ  ବ୍ରଜବନ୍ଧୁ ଭୋଳ, ଜିଲ୍ଲା  ଗ୍ରାମ୍ୟ ଊନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବ୍ରଜଗୋପାଳ ଆଚାର୍ଯ୍ୟ, ଉପଜିଲ୍ଲାପାଳ  ନାରାୟଣ ଚନ୍ଦ୍ର ଧଳ, ତହସିଲଦାର ଲକ୍ଷ୍ମୀକାନ୍ତ ମିଶ୍ର, ପୈାରପାଳ ଭବ ପ୍ରସାଦ ଦାସ,ଜିଲ୍ଲା  ଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ନାୟକ, ଜିଲ୍ଲା  ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ବିଷ୍ଣୁ ଚରଣ ସୁତାର, ଯାଜପୁର ପୈାର ପରିଷଦର ବରିଷ୍ଠ ପାରିଷଦ ସନ୍ତୋଷ କୁମାର ମଲ୍ଲିକ, ପଞ୍ଚାୟତ ଅଧିକାରୀ ଅଶୋକ କୁମାର ସେଠୀ ପ୍ରମୁଖ ଯୋଗଦେଇ ଶିଶୁ ମନସ୍ତତ୍ତ୍ୱ, ପ୍ରତିଭାର ଊନ୍ମେଷ, ଆଦର୍ଶ ଚରିତ୍ର ଗଠନ ଓ ଶୃଙ୍ଖଳା  ସଂପର୍କରେ ଆଲୋକପାତ  କରିଥିଲେ ।  ପରେ ଚ୍ଥାତ୍ର ଚ୍ଥାତ୍ରୀମାନେ ଶିଶୁ ଦିବସ ଓ ସମାଜ ଗଠନରେ ଚ୍ଥାତ୍ର ଚ୍ଥାତ୍ରୀଙ୍କ ଭୂମିକା ସଂପର୍କରେ ଆଲୋକପାତ କରିଥିଲେ ।  ଏହି ଅବସରରେ ଚ୍ଥାତ୍ର ଚ୍ଥାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।  ସମସ୍ତ ଅତିଥି ଓ ଚ୍ଥାତ୍ର ଚ୍ଥାତ୍ରୀ ମାନେ ବିଦ୍ୟାଳୟ ଶପଥ ସଂଗୀତ ଆମେ ପଢିବୁ , ଗଢିବୁ . . . ଶ୍ରେଷ୍ଠ ହେବାକୁ  ଊଦ୍ଘୋଷିତ କରିଥିଲେ ।  ଭୁବନେଶ୍ୱରରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଅଭିଭାଷଣ, ଚ୍ଥାତ୍ର ଚ୍ଥାତ୍ରୀଙ୍କ ସହ ଭାବ ବିନିମୟ ଓ କଥୋପକଥନ, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କାର୍ଯ୍ୟକୁ ସିଧା ସଳଖ କରିବୁ ଏଲ୍.ଇ.ଡି.  ମାଧ୍ୟମରେ ଚ୍ଥାତ୍ର ଚ୍ଥାତ୍ରୀ ମାନେ ପ୍ରତ୍ୟକ୍ଷ କରିଥିଲେ ।  ଏଥିରେ ଅନ୍ୟାନ୍ୟ ଜିଲ୍ଲା  ସ୍ତରୀୟ ଅଧିକାରୀ, ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟ ଅଧିକାରୀ, ବିଭିନ୍ନ ବ୍ଲକର  ବ୍ଳକ ଶିକ୍ଷା ଅଧିକାରୀ, ସହକାରୀ ବ୍ଲକ  ଶିକ୍ଷା ଅଧିକାରୀ, ଶିକ୍ଷକ, ଶିକ୍ଷୟତ୍ରୀ, ଗଣମାଧ୍ୟମ ପ୍ରତିନିଧି ଓ ଚ୍ଥାତ୍ର ଚ୍ଥାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ । 

 

0
0
0
s2sdefault