ଏରସମାର ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଏରସମା, ଶାସକ ପ୍ରଶାସକ, (ବିଚିତ୍ର ରଞ୍ଜନ ସାହୁ) : ଚଳିତ ବର୍ଷ ବହୁତ ଧୁମ୍ ଧାମ୍ ଓ ମହାଆଡମ୍ବରରେ ଏରସମା ବ୍ଲକରେ ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି । ବିଶ୍ଵକର୍ମା ପୂଜା ପାଇଁ ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଠି ଚଳଚଞ୍ଚଳ ହୋଇପଡିଛି । ବିଭିନ୍ନ ପୂଜା ମଣ୍ଡପରେ ପ୍ରଭୁ ବିଶ୍ୱକର୍ମାଙ୍କ ଆରାଧନା କରାଯାଇଥିଲା । ପୂଜା ମଣ୍ଡପରେ ବିଭିନ୍ନ ଯାକଯମକରେ ନାଲି, ନେଳି ଭଳିକି ଭଳି ପତାକା ଓ ଆଲୋକ ମାଳ ତୋରଣରେ ସୁସଜ୍ଜିତ କରାଯାଇଥିଲା । ବିଶ୍ୱକର୍ମା ଅନ୍ୟ ଅର୍ଥରେ ବିଶ୍ୱର ସୃଷ୍ଟି କର୍ତ୍ତା, ଯିଏକି ବିଶ୍ୱକୁ ନିଜ ହାତରେ ସୃଷ୍ଠି କରିଥିଲେ । ସେ ହେଲେ ସ୍ୱର୍ଗର ଶ୍ରେଷ୍ଠ ଶିଳ୍ପୀ । ତାହା ସଙ୍ଗେ ସଙ୍ଗେ ସମଗ୍ର ଅଞ୍ଚଳରେ ବିଶ୍ୱକର୍ମା ପୂଜାର ପ୍ରସାର ସବୁଠାରେ ବଢି ଚାଲିଛି । ଏରସମା ବ୍ଲକର ବିଭିନ୍ନ ସ୍ଥାନରେ ବିଶ୍ୱକର୍ମାଙ୍କ ପୂଜା ଆରାଧନା କରାଯାଇଅଛି । ଏରସମାର ଓରନାଳ ସ୍ଥିତ ମକରଧ୍ୱଜ ଆଇଟିଆଇ ପରିସରରେ ମହାଆଡମ୍ବରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଥିଲା । ସେହିପରି ଏରସମା ସାରଳା ଆଇଟିଆଇ, ଏରସମା ବଜାର, ବାଲିକୁଦା, ବୋରିକିନା, ତିତିରା ଓ ସୋମପୁର ବଜାର ଠାରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି ।

0
0
0
s2sdefault