ଅଧା ଦାମରେ ଏସି ଦେବାକୁ କହି ଠକି ନେଲେ ୨୫ ହଜାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୧୭।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳର ଜଣେ ଯୁବକଙ୍କ ଠାରୁ ୨୫ ହଜାର ଟଙ୍କା ଠକି ନେଇଛନ୍ତି ସାଇବର ଠକ। ୫୦ ହଜାର ଟଙ୍କା ମୂଲ୍ୟର ଏକ ଏୟାର କଣ୍ଡିସନରକୁ ୨୫ ହଜାର ଟଙ୍କାରେ ଯୋଗାଇ ଦେବାକୁ ପ୍ରସ୍ତାବ ଦେଇ ଠକ ଜଣକ ମୋବାଇଲ ମାଧ୍ୟମରେ ଏସିର ଫଟୋ ପ୍ରମୋଟ କରିଥିଲା । ଏବଂ ଫୋନ୍ ପେ ଜରିଆରେ ଟଙ୍କା ପଠାଇଲେ ଠିକଣା ଜାଗାରେ ଏସି ପହଞ୍ଚାଇ ଦିଆଯିବାର ପ୍ରତିଶୃତି ମିଳିଥିଲା । ପରେ ଗ୍ରାହକ ଫୋନ୍ ପେରେ ୨୫ ହଜାର ଟଙ୍କା ପଠାଇଥିଲେ । ହେଲେ ଟଙ୍କା ଟ୍ରାଞ୍ଜାକସନ ହେବା ପରେ ଏସି ଆସିବାତ ଦୂରର କଥା ଅପର ପକ୍ଷରୁ ଆଉ କୋୖଣସି ପ୍ରତ୍ୟୁତ୍ତର ମିଳିନଥିଲା । ଘଟଣା ଅନୁସାରେ ଗତ ୧୪ ତାରିଖ ଦିନ ଘ୧୧.୫୨ ସମୟରେ ୭୭୩୫୯୮୪୯୩୧ ନମ୍ବରରୁ ଲିପୁ ସୂତାର ନାମକ କେହି ଜଣେ ଫୋନ୍ କରି ଅଧା ମୂଲ୍ୟରେ ଏସି ଯୋଗାଇ ଦେବାକୁ ଓଡ଼ଗାଁର ଏକ ଘରୋଇ ଶିକ୍ଷାନୁଷ୍ଠାନ ମୁଖ୍ୟ ବିଶ୍ବ ରଂଜନ ମହାପାତ୍ରଙ୍କୁ ଫୋନ୍ କରି କହିଥିଲା । ବିଶ୍ବ ରଞ୍ଜନ ପ୍ରସ୍ତାବରେ ରାଜି ହେବାରୁ ତୁରନ୍ତ ୨୫ ହଜାର ଟଙ୍କା ପଠାଇବା ନିମନ୍ତେ ବାରମ୍ବାର ଫୋନ୍ ଆସିଲା । ଅପରାହ୍ନ ୪ଟା ବେଳେ ବିଶ୍ବଙ୍କ ତରଫରୁ ଦିବାକର ଓ ସୁନୀତା ସାହୁଙ୍କ ୮୧୧୪୭୩୭୨୭୪ ଫୋନ୍ ପେ ନମ୍ବରକୁ ୨୫ ହଜାର ଟଙ୍କା ଛାଡ଼ି ଥିଲେ । ତେବେ ଏନେଇ ସାଇବର ସେଲରେ ଏବଂ ଓଡ଼ଗାଁ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ବିଡ଼ମ୍ବନାର ବିଷୟ ଏଭଳି ଘଟଣା ନେଇ ସୋସିଆଲ ମିଡ଼ିଆ ଠାରୁ ଆରମ୍ଭ କରି ବିଭିନ୍ନ ଖବର କାଗଜ ମାନଙ୍କରେ ବହୁବାର ଖବର ପ୍ରକାଶ ପାଉଥିବା ବେଳେ ଶିକ୍ଷିତ ଓ ଅଶିକ୍ଷିତ ବ୍ୟକ୍ତି ବିଶେଷଙ୍କ ଏଥିପ୍ରତି ଗୁରୁତ୍ଵ ଅଭାବରୁ ଏଭଳି ଘଟଣା ମାନ ଘଟିଚାଲିଥିବା ବେଳେ ଅଜଥାରେ ମୋଟା ଅଙ୍କର ଅର୍ଥ ହରେଇବାକୁ ପଡୁଛି ।

0
0
0
s2sdefault