ବାରିପଦା/ଦିଲ୍ଲୀପ ମହାନ୍ତି - ମରାମତି କାର୍ଯ୍ୟ ପାଇଁ ବାରିପଦା ସହରରେ ସୋମବାର ୫ଘଣ୍ଟା ପାଇଁ ବିଦ୍ୟୁତ ସରବରାହ ବନ୍ଦ ରହିବ। ବାରିପଦାର ୧୧କେଭି ବିଦ୍ୟୁତ ରକ୍ଷଣାବେକ୍ଷଣ କାର୍ଯ୍ୟ ନିମନ୍ତେ ବାରିପଦା ସହର କେତେକ ଅଞ୍ଚଳରେ ପୂର୍ବାହ୍ନ ୧୦ରୁ ଅପରାହ୍ନ ୩ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ୍ ସରବରାହ ବନ୍ଦ ରହିବ। କଚେରୀ, ଦୋଳି ପଡିଆ, ଲାଲ ବଜ଼ାର, ଅମ୍ବିକା ସାହି, ବଡପୋଖରୀଆଡ଼ି, ଗାନ୍ଧୀ ମାର୍କେଟ, ପୁରୁଣାହାଟସାହି, ବଡ଼ ବଜାର ଆଦି ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ। ଯାହାକୁ ନେଇ ଗ୍ରୀଡ଼ ଅନ୍ତର୍ଗତ ଉପଭୋକ୍ତାଙ୍କ ବିଦ୍ୟୁତ ସରବରାହ ବନ୍ଦ ରହିବ। ଏନେଇ ଟାଟା ପାୱାର ନର୍ଦନ ଓଡ଼ିଶା ବିଦ୍ୟୁତ ବିତରଣ ସଂସ୍ଥା ପକ୍ଷରୁ ଉପଭୋକ୍ତା ମାନଙ୍କ ଅବଗତି ନିମନ୍ତେ ଜଣାଇବା ସହ ସହଯୋଗ କାମନା କରିଛନ୍ତି।
ରାଜ୍ୟ
ମରାମତି କାର୍ଯ୍ୟ ପାଇଁ ୫ଘଣ୍ଟା ବିଦ୍ୟୁତ କାଟ
- Hits: 104