ହେଡଲାଇନସ୍:

କ୍ଷମତାସୀନ ନେତାଙ୍କ ନିର୍ଦ୍ଦେଶ , ସାମ୍ବାଦିକଙ୍କ ପ୍ରତି ପ୍ରଶାସନର ଅସୂୟା ଭାବର ପ୍ରତିବାଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 

ବାଳେଶ୍ୱର// ujjwal kar : ୨୦୧୯ ନିର୍ବାଚନ ପାଖେଇ ଆସୁଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମ୍ବାଦିକମାନଙ୍କ ପ୍ରତି ବୃଦ୍ଧି ପାଇଥିବା ଅସୂୟା ଭାବକୁ ନେଇ ଅସନ୍ତୋଷ କ୍ରମଶଃ ଦାନା ବାନ୍ଧିବାରେ ଲାଗିଛି । ପ୍ରଶାସନିକ ବିଫଳତାର ପର୍ଦ୍ଧାଫାସ ହେବା ଆଶଙ୍କାରେ କୌଣସି ସରକାରୀ କାର୍ଯ୍ୟକ୍ରମରେ ସାମ୍ବାଦିକମାନଙ୍କୁ ଆମନ୍ତ୍ରଣ କିମ୍ବା ସୂଚନା ଦିଆ ନଯିବା ଦୁର୍ଭାଗ୍ୟର ବିଷୟ ବୋଲି ସ୍ଥାନୀୟ  ଜାତୀୟ ରାଜପଥ ଡାକବଙ୍ଗଳାରେ ଅନୁଷ୍ଠିତ ଏକ ଜରୁରୀ ବୈଠକରେ ସାମ୍ବାଦିକମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି । ପ୍ରେସ କ୍ଲବର ସମ୍ପାଦକ ବରିଷ୍ଠ ସାମ୍ବାଦିକ ରଂଜନ ବାଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବରିଷ୍ଠ  ସାମ୍ବାଦିକ ବିପ୍ଳବ କୁମାର ମହାନ୍ତି, ବ୍ରହ୍ମାନନ୍ଦ ସ୍ୱାଇଁ, ମିହିର ମହାପାତ୍ର, ସତ୍ୟପ୍ରିୟ ମହାନ୍ତି, ଅପର୍ଣ୍ଣା ମହାପାତ୍ର, ଉଜ୍ଜ୍ୱଳ କର, ତୃପ୍ତି ପାଢ଼ୀ, ରତିକାନ୍ତ ପାତ୍ର, ସନ୍ଦୀପ୍ତ ଦାସ, ତାରିଣୀ ପାଢ଼ୀ ପ୍ରମୁଖଙ୍କ ସମେତ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟରତ ୫୦ରୁ ଅଧିକ ସାମ୍ବାଦିକ ଯୋଗଦେଇ ରାଜନୀତିର ପଶାପାଲିରେ ମୋହରା ସାଜିଥିବା ବାଲେଶ୍ୱର ଜିଲ୍ଲା ପ୍ରଶାସନର ନିହିତ ଆଭିମୁଖ୍ୟକୁ ତୀବ୍ର ସମାଲୋଚନା କରିଥିଲେ । ଶାସକ ଦଳର କ୍ଷମତାସୀନ ରାଜନେତାଙ୍କ ପରୋକ୍ଷ ନିଦେ୍ର୍ଧଶରେ ପ୍ରଶାସନ ସାମ୍ବାଦିକମାନଙ୍କୁ ଏକପ୍ରକାର ଅଣଛୁଆ ଭାବେ ଦେଖୁଥିବା କେତେକ ସାମ୍ବାଦିକ କହିଛନ୍ତି । ପ୍ରତ୍ୟେକଟି ବିଭାଗରେ ଦୁର୍ନୀତିର ମାତ୍ରା ବଢ଼ି ଚାଲିଥିବା ବେଳେ ପ୍ରଶାସନିକ ସ୍ତରରେ ସମନ୍ୱୟର ଘୋର ଅଭାବ ପରିଲକ୍ଷିତ ହୋଇଛି । ଏହାକୁ ଲୁଚାଇବା ପାଇଁ ରାଜ୍ୟସ୍ତରୀୟ ସଚିବଙ୍କ ସମୀକ୍ଷା ବୈଠକ ହେଉ କିମ୍ବା ମନ୍ତ୍ରୀଙ୍କର କୌଣସି କାର୍ଯ୍ୟକ୍ରମରେ ସାମ୍ବାଦିକଙ୍କୁ ସମ୍ପ୍ରତି ଆମନ୍ତ୍ରଣ କରା ଯାଉନାହିଁ ବୋଲି ଏହି  ବୈଠକରେ ମତ ପ୍ରକାଶ ପାଇଥିଲା । ଏହାର ପ୍ରତିବାଦ ସ୍ୱରୂପ ଆସନ୍ତା ପ୍ରେସ ଦିବସରେ ପ୍ରଶାସନ ପକ୍ଷରୁ ଆୟୋଜିତ କୌଣସି କାର୍ଯ୍ୟକ୍ରମରେ ଜିଲ୍ଲାର ସାମ୍ବାଦିକମାନେ ଅଂଶଗ୍ରହଣ କରିବେ ନାହିଁ ବୋଲି  ବୈଠକରେ ନିଷ୍ପତି ନିଆଯାଇଛି ।  ଏହି ପରିପ୍ରେକ୍ଷୀରେ ଆଜି ସଂଧ୍ୟାରେ ଏକ ସ୍ମାରକପତ୍ର ଜିଲ୍ଲାପାଳକଙ୍କୁ ପ୍ରଦାନ କରାଯାଇଛି । ପ୍ରଶାସନିକ ସ୍ତରୀୟ ମାନସିକତାରେ ପରିବର୍ତ୍ତନ ନ ଆସିଲେ ଆଗାମୀ ଦିନରେ ସାମ୍ବାଦିକମାନେ ପ୍ରଶାସନକୁ କୌଣସି କ୍ଷେତ୍ରରେ ସହଯୋଗ କରିବେ ନାହିଁ ବୋଲି ଚେତାବନୀ ଦିଆଯାଇଛି ।

 

 

 

0
0
0
s2sdefault