ବାଲେଶ୍ୱର(ଉଜ୍ଜ୍ୱଳ କର)
ଅଚାନକ ଦିନ ୧୦ ଟା ବେଳେ ବାଲେଶ୍ୱର ସହରର ଫକୀରମୋହନ ଗୋଲେଇଠାରେ ଅଚାନକ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ରାଉତ ଚଳପ୍ରଚଳ କରୁଥିବା ଯାନବାହାନକୁ ଯାଂଚ କରିବା ଆରମ୍ଭ କରିଥିଲେ । କେହି କିଛି ବୁଝି ପାରିଲେନି , ଜିଲ୍ଲାପାଳ ରାସ୍ତା ଉପରେ ପୋଲିସ ବା ଟ୍ରାଫିକ ପୋଲିସ ଭଳି ହେଲମେଟ୍ ନ ପିନ୍ଧିଥିବା, ସାଥିରେ ଡ୍ରାଇଭିଂ ଲାଇସେନ୍ସ ନ ଥିବା, କ୍ଷୀପ୍ର ଗତିରେ ଯାନ ଚାଳନା କରୁଥିବା ଭଳି କେତେକ ଗାଡି ଚାଳକଙ୍କୁ ଅଟକାଇ ଯାଞ୍ଚ କରିବା ଆରବ କଲେ | ଜରିମାନା ବି ଆଦାୟ କରାଗଲା | ଚାହୁଁ ଚାହୁଁ କିଛି ସମୟ ଭିତରେ ନିୟମ ଉଲ୍ଲଙ୍ଘନକାରୀ ଗାଡି ଚାଳକଙ୍କ ଠାରୁ ସେମାନଙ୍କ ଠାରୁ ଜୋରିମାନା ବାବଦକୁ ୨୫ହଜାର ଟଙ୍କା ଆଦାୟ କରାଯାଇଥିଲା । ସେହିପରି ୧୮ ଗୋଟି ଇ-ଚାଲାଣ କରାଯାଇଛି ଏବଂ ୫ଟି ଡ୍ରାଇଭିଂ ଲାଇସେନ୍ସକୁ ରଦ୍ଧ କରାଯାଇଥିବା ଆଂଚଳିକ ପରିବହନ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ । ଏହି ଯାଂଚ ସମୟରେ ଆଂଚଳିକ ପରିବହନ ଅଧିକାରୀ ଶ୍ରୀ ବିକାଶ ଚୌଧୁରୀ, ଟ୍ରାଫିକ ଇନସପେକ୍ଟର ଶ୍ରୀ ପ୍ରଶାନ୍ତ କୁମାର ରଣସିଂହ ଏବଂ ତାଙ୍କର ପୁରା ଟିମ ଉପସ୍ଥିତ ଥିଲେ ।