ହେଡଲାଇନସ୍:

ଲଜ୍ ରେ ଯୌନ କାରବାର,ମେନେଜର୍ ସମେତ ୪ ଗିରଫ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବ୍ରହ୍ମପୁର : ବ୍ରହ୍ମପୁର ଟାଉନ ଥାନା ପୋଲିସ କୌଣସି ସୂତ୍ରରୁ ଖବର ପାଇ ଟାଉନ ହଲ୍ ସାମ୍ନାରେ ଥିବା ଏକ ଲଜ୍ ରେ ଅତର୍କିତ ଚଢ଼ାଉ କରି ସଫଳତା ପାଇଛନ୍ତି। ଉକ୍ତ ଲଜ୍ ରେ ଯୌନ କାରବାର ଚାଲିଥିବା ବେଳେ ସଂମ୍ପୃକ୍ତ ୩ ଗ୍ରାହକ ଓ ହୋଟେଲ ପରିଚାଳକ ଯଥା ଆକାଶ, ବିଷୋୟୀ,ଅଜୟ ବେହେରା, ଚିନ୍ମୟ ପାତ୍ର ଓ ଗଣେଶ ପାତ୍ର ନାମକ ୪ ଜଣକୁ ଉଠାଇ ଆଣି ଯେରା କରିବା ପରେ ଭାରତୀୟ ନ୍ୟାୟ ସଂହିତା ଦଫା ଅନୁଯାୟୀ ମକଦ୍ଦମା ରୁଜୁ କରି ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଯୌନ କାରବାର ରେ ଲିପ୍ତ ଜଣେ ଯୁବତୀ କୁ ପୋଲିସ ଉଦ୍ଧାର କରି "ସଖୀ " କେନ୍ଦ୍ର ରେ ସୁରକ୍ଷିତ ଭାବେ ରଖି ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ଚଢ଼ାଉ ବେଳେ ଲଜ୍ ରୁମ୍ ରୁ କିଛି କଣ୍ଡୋମ୍ ଯୌନ ଉଦ୍ଦୀପକ ଔଷଧ ଜବତ କରିଛନ୍ତି।

0
0
0
s2sdefault