ହେଡଲାଇନସ୍:

ଓଡିଶା ସରକାରଙ୍କ କାଳିଆ ଯୋଜନାକୁ ବିରୋଧ  :  ଶୁକ୍ରବାର ଦୁଇ ଘଂଟିଆ ପଦ୍ମପୁରକୁ ଯୋଗାଯୋଗ ବିଛିନ୍ନ କରିବାକୁ କୃଷକ ସଂଗଠନ ପକ୍ଷରୁ ଆହ୍ୱାନ  । 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ/ଶାସକପ୍ରଶାସକ- “ରାଜ୍ୟସରକାରଙ୍କ ଦ୍ୱାରା ଘୋଷିତ କାଳିଆ ଯୋଜନା କିଛି କାମକୁ ନୁହେଁ  । କ୍ଷୁଧାର୍ତ୍ତ  ଲୋକଙ୍କୁ ଚା କପେ ଦେଇ ସାନ୍ତନା ଦେବା ଭଲିଆ କାଲିଆ ଯୋଜନା କରି ସରକାର ମୂଲ ଦାୟିତ୍ୱରୁ ଖସିଯାଉଛନ୍ତି ।” ଏପରି ଉକ୍ତି ବାଢି କାଳିଆ ଯୋଜନାକୁ ବିରୋଧ କରିଛନ୍ତି ଓଡିଶାର ସମସ୍ତ କୃଷକ ସଂଗଠନ  । ଏହି କ୍ରମରେ ବରଗଡ ଜିଲ୍ଲାର ରାଜବୋଡାସମ୍ବର କୃଷକ ସଂଗଠନ ପକ୍ଷରୁ କାଳିଆ ଯୋଜନାକୁ ତୀବ୍ର ବିରୋଧ କରି ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ୱୟ ସମିତିର ଆହ୍ୱାନରେ ଦୁଇଟି ମୁଖ୍ୟ ଦାବୀ ଓ ଚାରିଗୋଟି ଅନ୍ୟାନ୍ୟ ଦାବୀ ଯଥା ସମ୍ପୂର୍ଣ୍ଣ କୃଷିଋଣ ଛାଡ, ଧାନର କ୍ୱିଂଟାଲ ପିଛା ଦର ୨୯୩୦ ଟଙ୍କାକୁ ବୃଦ୍ଧି,ଧାନ ମଣ୍ଡି ଅବ୍ୟବସ୍ଥା ଠିକ କରିବା,ଇନପୁଟ ସବସିଡିର ସମୀକ୍ଷା ଓ ସୁଧାର କାରବା,୨୦୧୭ ମସିହାର ବକେୟା ବୀମାରାଶି ପ୍ରଦାନ ଏବଂ ଚାଷୀଙ୍କୁ ପେନସନ ପ୍ରଦାନ ଦାବୀରେ ଆସନ୍ତା କାଲି(ତା.୨୮/୧୨/୨୦୧୮)ଶୁକ୍ରବାର ଦିନ ପଦ୍ମପୁର ସହରକୁ ସଂଯୋଗକରୁଥିବା ରାସ୍ତାକୁ ବିଭିନ୍ନ ସ୍ଥାନରେ ଯଥା ବରଗଡ  ପଦ୍ମପୁର ମୁଖ୍ୟରାସ୍ତାକୁ କନସିଂହା ଛକଠାରେ,ପାଟଣାଗଡ ପଦ୍ମପୁର ରାସ୍ତାକୁ ଦହିତା ଠାରେ,ପାଇକମାଲ ପଦ୍ମପୁର ରାସ୍ତାକୁ ଭୂଲିଆବନ୍ଧ ଠାରେ,ଗାଇସିଲେଟ ପଦ୍ମପୁର ରାସ୍ତାକୁ ଗୁଠୁର୍ଲା ଠାରେ ଏବଂ ଜଗଦଲପୁର ପଦ୍ମପୁର ରାସ୍ତାକୁ ଧୂମାଭଟା ଛକଠାରେ ଯଥାକ୍ରମେ ପାଂଚଗୋଟି ଜାଗାରେ ପ୍ରତିବାଦ ଜଣାଇବା ପାଇଁ ସକାଲ ୧୦ଟାରୁ ୧୨ ଟା ପର୍ଯ୍ୟନ୍ତ ଦୁଇ ଘଂଟା ରାସ୍ତାରୋକ କରିଯିବ ବୋଲି  ରାଜବୋଡାସମ୍ବର କୃଷକ ସଂଗଠନର ପ୍ରବକ୍ତା ଶ୍ରୀ ଅଶୋକ କୁମାର ସାହୁ ପ୍ରକାଶ କରିଛନ୍ତି ଏବଂ ଏହି ଦୁଇ ଘଂଟା ରାସ୍ତାରୋକକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ  ଜନସାଧାରଣକୁ ଅନୁରୋଧ କରିଛନ୍ତି  ।

 

0
0
0
s2sdefault