ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସଦର ମହକୁମା ପାରଳାଖେମୁଣ୍ଡି ନିକଟସ୍ଥ ଗୁରାଣ୍ଡି ପଞ୍ଚାୟତ ର ମହାଦେଇ ପୁର ଗ୍ରାମ ଠାରେ ଆକାଂକ୍ଷା ମହିଳା ସଙ୍ଗଠନ ତରଫରୁ ବିଶ୍ୱ ସାକ୍ଷରତା ଦିବସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଏହି ଅବସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ଆକାଂକ୍ଷା ମହିଳା ସଙ୍ଗଠନ ର ଉପଦେଷ୍ଟା ଶ୍ରୀମତି ସ୍ଵର୍ଣ୍ଣ ପ୍ରଭା ପାଠୀ ଅଧ୍ୟକ୍ଷତା କରି ଆନ୍ତର୍ଜାତୀୟ ସାକ୍ଷରତା ଦିବସ ଉପରେ ବୁଝାଇ କହିଥିଲେ। ମୁଖ୍ୟ ଅତିଥି ଭାବେ କବି କୁସୁମ ଗୌରବ ଶ୍ରୀ ଘନଶ୍ୟାମ ଜେନା ଶିକ୍ଷା ର ଗୁରୁତ୍ଵ ଉପରେ ବୁଝାଇ କହିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ତଥା ବରିଷ୍ଠ ନାଗରିକ ମଞ୍ଚ ର ସଭାପତି ଶ୍ରୀ ପ୍ରଶାନ୍ତ କୁମାର ସାମଲ ଧନ୍ଦା ଗତ ଶିକ୍ଷା ଲାଭ କରିବା ଉପରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଶ୍ରୀ ଇଶାନ ଚାନ୍ଦ ଓଁକାର ଡିଜିଟାଲ ଶିକ୍ଷା ର ମହତ୍ତ୍ୱ ବିଷୟରେ ବୁଝାଇ ଥିଲେ। ସଂପାଦିକା ଶ୍ରୀମତୀ ମିନା କୁମାରୀ ଟହଲ ନାରୀ ଶିକ୍ଷାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ସଦସ୍ୟା ପୁଷ୍ପାଞ୍ଜଳୀ ପଣ୍ଡା ନାରୀ ଶିଖିତ ହେଲେ ଦେଶର ପ୍ରଗତି ହେବ ବୋଲି ଜଣାଇ ଥିଲେ। ସାକ୍ଷରତା ମନୁଷ୍ୟ ର ଜନ୍ମ ଗତ ଅଧିକାର। ଏହାର ମୁଳ ଉଦ୍ଦେଶ୍ୟ ହେଲା ସାକ୍ଷରତା ପରିଭାଷା କୁ ବୁଝିବା ଓ ଡିଜିଟାଲ ଶିକ୍ଷା କୁ ଗୁରୁତ୍ୱ ଦେଇ ପୁଅ ଓ ଝିଅ ଙ୍କ ମଧ୍ୟ ରେ ସମାନତା ଓ କୁସଂସ୍କାର ଦୂର କରିବା ଏବଂ ଏହାକୁ ପ୍ରୟୋଗ କରି ନୂତନ ଜ୍ଞାନ କୌଶଳ ହାସଲ କରିବା। ଏହି ପରିପ୍ରେକ୍ଷୀରେ ସମସ୍ତ ଙ୍କୁ ଛବିଳ ବର୍ଣ୍ଣବୋଧ ବହି , ଖାତା , କଲମ , ଚକପିସ ଓ ଅନ୍ୟାନ୍ୟ ପାଠ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା। କିଛି ସମୟ ସେମାନଙ୍କୁ ଓଡ଼ିଆ ରେ ଶିକ୍ଷା ପ୍ରଦାନ କରାଯାଇଥିଲା। ଅତିଥି ମାନଙ୍କୁ ଉପଢୌକନ ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା। ସମସ୍ତେ ପଢ଼ିବା ଓ ସମସ୍ତେ ଲେଖିବା ଏହା ଏକ ଆକାଂକ୍ଷା ମହିଳା ସଙ୍ଗଠନ ର ଛୋଟିଆ ପ୍ରୟାସ।
ଅନ୍ୟ ମାନଙ୍କ ମଧ୍ୟରେ ଅଙ୍ଗନୱାଡ଼ି କର୍ମୀ ଲଳିତା କୁମାରୀ ବେହେରା , ଗାୟତ୍ରୀ ପାତ୍ର , ହେଲପର କୁନି ପାତ୍ର ଓ କାନନ ରାଉତ ଉପସ୍ଥିତ ରହି କାର୍ଯ୍ୟକ୍ରମ ଟି କୁ ସାଫଲ୍ୟ ମଣ୍ଡିତ କରିଥିଲେ।
ରାଜ୍ୟ
ଆକାଂକ୍ଷା ମହିଳା ସଙ୍ଗଠନ ପକ୍ଷରୁ ବିଶ୍ଵ ସାକ୍ଷରତା ଦିବସ ପାଳନ
- Hits: 44