ହେଡଲାଇନସ୍:

ଝାଡ଼ରୁ ଆବିର୍ଭୂତ ମାଆ ଝାଡ଼େଶ୍ୱରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ପୁରୀ, (ଅନିମେଶ ପଟ୍ଟନାୟକ): ଆଦିମ କାଳରେ ଶ୍ରୀକ୍ଷେତ୍ର ଥିଲା ଝାଡ଼ (ଝାଉଁ) ଜଙ୍ଗଲରେ ପରିପୂର୍ଣ୍ଣ । ଲୋକ କଥା ଅଛି ଏକ ଐଶ୍ୱରୀୟ ବା ଆଲୌକିକ ଶିକ୍ତି ଏହି ଜଙ୍ଗଲର ଅଧତ୍କାରିଣୀ ଥିଲେ । ଝାଡ଼ରୁ ଆବିର୍ଭୂତ ହୋଇଥିବାରୁ ପରବର୍ତ୍ତୀ ସମୟରେ ଏହି ପୀଠ ମାଆ ଝାଡ଼େଶ୍ୱରୀ ନାମରେ ବ୍ୟାପ୍ତ ହୋଇଥିଲା । ଏହି ପୀଠ ବର୍ତ୍ତମାନର ପୁରୀ ସହରର ପୋଲିସ ଲାଇନ ଛକରେ ଅବସ୍ଥିତ। ହସ ହସ ମୁହଁରେ ମାଆ ଝଡ଼େଶ୍ୱରୀ ନିଜର ଭକ୍ତଙ୍କୁ ସର୍ବଦା ଆଶିର୍ବାଦ ପ୍ରଦାନ କରିଥାନ୍ତି । ଶ୍ରୀକ୍ଷେତ୍ରବାସୀ ମାଆଙ୍କ ଦର୍ଶନରୁ ଅନେକ ଉପକୃତ ହୁଅନ୍ତି । ଯାତାୟାତ ସମୟରେ ଶ୍ରୀକ୍ଷେତ୍ରବାସୀ ମାଆଙ୍କ ମୁଖ ଦର୍ଶନ କରି ଦୈନନ୍ଦିନ ଯାତ୍ରାର ଆରମ୍ଭ କରିଥାନ୍ତି । ସିନ୍ଦୂର, ଧୂପ, ପଣା ମାଙ୍କ ଅତି ପ୍ରିୟ ବୋଲି କୁହନ୍ତି ମୁଖ୍ଯ ପୂଜକ ରଜନୀକାନ୍ତ ପଟ୍ଟନାୟକ ଓରଫ ଝାଡ଼ୁ ଭାଇନା। ମାଆଙ୍କ କୃପାରୁ ଏହିଠାରେ ଆଜ୍ଞାଫୁଲରେ ଝଡ଼ାଫୁଙ୍କା ହୋଇ ଅନେକ ଲୋକ ଆରୋଗ୍ଯ ହୋଉଥିବା ବିଶ୍ବାସ ରହିଛି ।

ମା ଝାଡ଼େଶ୍ବରୀଙ୍କ ସିଂହାସନ ନିକଟରେ କନକ ଦୁର୍ଗା, ବନଦୁର୍ଗା, ଗଜଲକ୍ଷ୍ମୀ ଓ ମା ଭୁବନେଶ୍ବରୀ ପୂଜା ପାଉଥିବା ବେଳ ଭିତରେ କାଳୀ,କାତାୟନୀ, ଶୀତଳା ଓ ବୁଢୀମାଙ୍କୁ ମଧ୍ଯ ପୂଜାର୍ଚ୍ଚନା କରାଯାଉଛି । ଗମ୍ଭୀରାରେ ବାସେଳୀ, ଶ୍ରୀଘଟ ମଧ୍ଯ ଅଛନ୍ତି । ମନ୍ଦିର ପରିସରରେ ପତିତପାବନ, ଲକ୍ଷ୍ମୀନାରାୟଣ ,ମହାବୀର, ଦଣ୍ଡକାଳୀ,ଓ ବିଶ୍ବନାଥ ମହାଦେବଙ୍କୁ ପ୍ରତ୍ୟେକ ଦିନ ଦର୍ଶନ କରିଥାନ୍ତି ଭକ୍ତ । ନାରାୟଣ, ବୁଢୀମା, ସିଂହବାହାନୀ ଓ ମା ବଗଲା ମଧ୍ଯ ଏହି ମନ୍ଦିର ରେ ଅବସ୍ଥିତ । ଆଳତି ସମୟରେ ଘଣ୍ଟ ବାଦ୍ଯର ଶବ୍ଦରେ ପ୍ରକମ୍ପିତ ହୋଇଉଠେ ଆଖପାଖ ଅଞ୍ଚଳ। ମାଆଙ୍କ ମହିମା ଯୋଗୁଁ ଶ୍ରୀକ୍ଷେତ୍ର ସମେତ ରାଜ୍ୟ ବାହାରୁ ଦର୍ଶନ ପାଇଁ ଭକ୍ତମାନେ ଆସିଥାନ୍ତି । ମାଆଙ୍କ ପୀଠରେ ଚୈତ୍ରମାସରେ ଝାମୁଯାତ୍ରା ଅନୁଷ୍ଠିତ ହୁଏ । ପ୍ରତ୍ୟେକ ଦିନ ବ୍ରାହ୍ମ ମୁହୂର୍ତ୍ତର ମଙ୍ଗଳଆଳତି ଠାରୁ ରାତି ପହୁଡ ପର୍ଯ୍ୟନ୍ତ ମାଆଙ୍କ ଅନେକ ନୀତିକାନ୍ତି ପାଳନ କରାଯାଉଛି । ମାଆଙ୍କ ସାକ୍ଷାତ ଦର୍ଶନ ପ୍ରସାଦ ଭାବେ ଭକ୍ତ ମାନେ ପାଇଥାନ୍ତି । ମାଆ ଜଙ୍ଗଲ ମଧ୍ଯରେ ସ୍ବଂୟ ଆର୍ବିଭୂତା । ମାଆ ଭକ୍ତଙ୍କୁ ଆଶୀର୍ବାଦ ଝାଡ ପ୍ରଦାନ କରିଥାନ୍ତି । ମାଙ୍କ ପାଖରେ ମହାପ୍ରସାଦ ଅର୍ପଣ କରାଯାଇଥାଏ । ଆଶ୍ବିନ ମାସ ମୂଳାଷ୍ଟମୀ ଠାରୁ ଦଶହରା ପର୍ଯ୍ୟନ୍ତ ଷୋଳଦିନ ମାଙ୍କ ନିକଟରେ ଷୋଳପୂଜା ଅନୁଷ୍ଠିତ ହୁଏ । ମାଙ୍କ ପୀଠରେ ମଙ୍ଗଳବାର, ଶନିବାର ଓ ସଂକ୍ରାନ୍ତିରେ ଭକ୍ତଙ୍କ ଗହଳି ପରିଲକ୍ଷିତ ହୋଇଥାଏ । ମାଙ୍କ ପୀଠରେ ଝଡା ଫୁଙ୍କା ଓ ଫଲ ପାଦୁକାରେ ଶିଶୁମାନଙ୍କ ବିଭିନ୍ନ ରୋଗ ଭଲ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଭକ୍ତମାନଙ୍କ ପ୍ରିୟ ମାଆଙ୍କ ସିନ୍ଦୁର । ପ୍ରିୟ ହେଉଛି ଝୁଣା ଧୂପ ଓ ପଣା। ନିତିଦିନ ହୁଳହୁଳି ଓ ଧୂପ ଦୀପରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥାଏ । ମାଆଙ୍କ ପ୍ରିୟ ମନ୍ଦାର ମାଳ ସହ ବିଭିନ୍ନ ଫୁଲ ସାଜସଜ୍ଜାର ବେଶ । ଝାଡୁ ଭାଇନାଙ୍କ ପୂଜାପାଠ ମନ୍ତ୍ର ଉଚ୍ଚାରଣରେ ଭକ୍ତିରେ ଭାବବିହ୍ବଳ ହୋଇଥାନ୍ତି ଭକ୍ତ ।

0
0
0
s2sdefault