ହେଡଲାଇନସ୍:

ପାତିମୁଲ୍ କଲୋନୀ ଗ୍ରାମରେ ଥିବା ଜିଓ ଟାୱାର ନେଟୱର୍କ ସଂଯୋଗ କରିବା ପାଇଁ ବିଧାୟକ ଙ୍କୁ ଦାବି ଜଣାଇଲେ ଗ୍ରାମବାସି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ତରଭା ପଞ୍ଚାୟତ ଅନ୍ତର୍ଗତଃ ପାତିମୁଲ୍ କଲୋନୀ ଗ୍ରାମରେ ଥିବା ଜିଓ ଟାୱାର ନେଟୱର୍କ ଗତ ଅଗଷ୍ଟ ମାସ ୨୦୨୪ ମସିହା କାର୍ଯ୍ୟ ଆରମ୍ଭ ହୋଇଥିଲା ବେଳେ ଜିଓ ଅଫିସର ମାନେ ୩/୪ ମାସରେ ନେଟୱାର୍କ ସେବା ଯୋଗାଇବା ପାଇଁ ମିଥ୍ୟା ପ୍ରତିଶୃତି ଦେଇଥିଲେ। କିନ୍ତୁ ଆଜିକୁ ପ୍ରାୟ ୯ ମାସ ବିତିଗଲାଣି ଜିଓ ନେଟୱାର୍କ ସେବାରୁ ବଂଚିତ ହୋଇ ପ୍ରାୟ ୪୦୦୦ ସ୍ମାର୍ଟଫୋନ ବ୍ୟବହାରୀ ଯଥା : ଛାତ୍ରଛାତ୍ରୀଙ୍କର ଅନଲାଇନ ପାଠ , ଚିକିତ୍ସା ପାଇଁ ଆମ୍ବୁଲାନ୍ସ ସେବା , ବ୍ୟାଙ୍କ ସେବାରୁ ବଞ୍ଚିତ ହୋଇ ରହୁଥିବା ଆଦିବାସୀଙ୍କ ସମସ୍ୟାଗୁଡ଼ିକ ତୁରନ୍ତ ସମାଧାନ ପାଇଁ ନିଜେ ପାରଳା ବିଧାୟକ ଗସ୍ତ କରି ନେଟୱର୍କ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ରଖିଲେ ।
ଆଜି ର ଦୁନିଆ ରେ ପିଲାମାନେ ପାଠ ପଢିବା ପାଇଁ ନିହାତି ନେଟୱାର୍କ ର ଆବଶ୍ୟକ ରହିଛି ତେଣୁ ଆଜି ବିଧାୟକ ପି କଲୋନୀ ଗ୍ରସ୍ତ ସମୟ ରେ ତୁରନ୍ତ ଯିଓ ଟାୱାର ସଂଯୋଗ କରିବାକୁ ନିବେଦନ କରିଥିଲେ , ବିଧାୟକ ଅତିଶିଘ୍ର ସରକାର ଓ ପ୍ରଶାସନ କୁ ଜଣାଇ ଜିଓ ନେଟୱାକ ସଂଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ଏହି ଗ୍ରସ୍ତ ସମୟରେ ବିଧାୟକ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ , ଗୁମ୍ମା ବ୍ଲକ ଅଧ୍ୟକ୍ଷା ସୁନାମି ମଣ୍ଡଳ , ମସୁଲୁନ ରଇତ ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault