ସମ୍ବାଦ ଭାଷାଜ୍ଞାନ ପରୀକ୍ଷା ; ଗ୍ରହଣ ସତ୍ତ୍ଵେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରୀକ୍ଷାପାଇଁ ପ୍ରବଳ ଉତ୍ସlହ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବଡ଼ଦାଣ୍ଡ ସ୍ଥିତ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ଏବଂ ସାର୍ପ ଏଜୁକେସନ୍ ପରିସରରେ ସମ୍ବାଦ-ଆମ ଓଡ଼ିଶା ଆନୁକୂଲ୍ୟରେ ଶୁଦ୍ଧ ଓଡିଆ ଲିଖନ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି I ଏଥିରେ ବେଲଗୁଣ୍ଠା ଏନ୍ଏସି ଏବଂ ଆଠଟି ପଂଚାୟତର ପ୍ରାୟ ପଚିଶିଟି ବିଦ୍ୟାଳୟର ୩୨୯ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ I ଏହି କେନ୍ଦ୍ରରେ ଚିତ୍ରାଙ୍କନରେ ୧୧୭, ହସ୍ତାକ୍ଷରରେ ୧୩୮ ଏବଂ ଭାଷାଜ୍ଞାନ ପ୍ରବନ୍ଧରେ ୭୪ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ I ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ୱାରା ପରୀକ୍ଷା ଖାତା ଗୁଡ଼ିକୁ ମୂଲ୍ୟାଙ୍କନ କରାଯିବା ପରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହି ଯନ୍ତ୍ରୀ ସୁଶାନ୍ତ କୁମାର ମହାପାତ୍ର ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ଲୁକ୍କାୟିତ ପ୍ରତିଭାକୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକ ଲୋଚନକୁ ଆଣି ସେମାନଙ୍କୁ ପରିଚିତ କରାଇବାରେ ସମ୍ବାଦର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ I ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ୍ ତଥା ସମାଜସେବୀ ଗୋପାଳ ପଣ୍ଡା ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଥିଲେ I ବେଲଗୁଣ୍ଠା ସମ୍ବାଦ ପ୍ରତିନିଧି ପ୍ରଦ୍ୟୁମ୍ନ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ରୂପେ ବେଲଗୁଣ୍ଠା ବଣିକ ସଂଘ ସଭାପତି ସନତ୍ କୁମାର ସୁବୁଦ୍ଧି, ପୂର୍ବତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ, କାଉନସିଲର୍ ଭାସ୍କର ପାତ୍ର, ଦିବ୍ୟ ରଞ୍ଜନ ଦାସ, ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ସମ୍ପାଦକ ସୁଶାନ୍ତ କୁମାର ବେହେରା, ପ୍ରଧାନ ଆଚାର୍ଯ୍ୟ କାଶୀନାଥ ସାହୁ, ସାର୍ପ ଏଜୁକେସନ୍ ଅଧ୍ୟକ୍ଷ ସତ୍ୟନାରାୟଣ ସିଅ ଓ ବରିଷ୍ଠ ସାମ୍ବାଦିକ ସୂର୍ଯ୍ୟନାରାୟଣ ତ୍ରିପାଠି ପ୍ରମୁଖ ମଞ୍ଚାସୀନ ଥିଲେ I ବିଶିଷ୍ଟ ସମାଜସେବୀ ଭି ଦେବୀ ପ୍ରସାଦ ପାତ୍ର ପରୀକ୍ଷା ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ I ଏହି ପ୍ରତିଯୋଗିତାରେ ଚିତ୍ରାଙ୍କନରେ ବେଲଗୁଣ୍ଠା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଞ୍ଚମ ଶ୍ରେଣୀ ଛାତ୍ର ସମୀର ରଞ୍ଜନ ଶତପଥୀ ପ୍ରଥମ,ଚତୁର୍ଥ ଶ୍ରେଣୀ ଛାତ୍ରୀ ପଲକ ନାୟକ ଦ୍ୱିତୀୟ,ଭଗବତ ପାଟଣା ପ୍ରାଥମିକ ବିଦ୍ୟାଳୟ ପଞ୍ଚମ ଶ୍ରେଣୀ ଛାତ୍ରୀ ସାଇକ୍ରିଷ୍ଣା ବେହେରା ତୃତୀୟ,ହସ୍ତାକ୍ଷର ପରୀକ୍ଷାରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଅଷ୍ଟମ ଶ୍ରେଣୀ ଛାତ୍ରୀ ସାଇ ଶ୍ରୀୟା ସାହୁ ପ୍ରଥମ,ସରସ୍ଵତୀ ଶିଶୁ ବିଦ୍ୟା ଭବନ ସପ୍ତମ ଶ୍ରେଣୀ ଛାତ୍ରୀ ଶ୍ରୀୟା ଗୌଡ଼ ଦ୍ୱିତୀୟ ,ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ଅଷ୍ଟମ ଶ୍ରେଣୀ ଛାତ୍ରୀ ଅର୍ପିତା ରାଣୀ ପୃଷ୍ଟି ତୃତୀୟ,ଭାଷା ଜ୍ଞାନ ପ୍ରବନ୍ଧ ପରୀକ୍ଷାରେ ଜି.ଟି ନୋଡ଼ାଲ୍ ହାଇସ୍କୁଲ୍ ଦଶମ ଶ୍ରେଣୀ ଛାତ୍ରୀ ବିଷ୍ଣୁପ୍ରିୟା ମହାନ୍ତି ପ୍ରଥମ,ନବମ ଶ୍ରେଣୀ ଛାତ୍ର ସୁମନ୍ ଜେନା ଦ୍ୱିତୀୟ ଏବଂ ଆମ୍ବପୁଆ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଦଶମଶ୍ରେଣୀ ଛାତ୍ରୀ ପୂର୍ଣ୍ଣିମା ସାହୁ ତୃତୀୟ ସ୍ଥାନ ହାସଲ କରିଥିବା ବେଳେ ସେମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା I ଏହି ସମସ୍ତ କାର୍ଯ୍ୟକ୍ରମକୁ ବେଲଗୁଣ୍ଠା ପ୍ରେସକ୍ଲବ ସଦସ୍ୟ ମନୋଜ ପାତ୍ର, ସରୋଜ ଶତପଥି,ଶିବରାମ ଚୌଧୂରୀ, ନାରାୟଣ ପଣ୍ଡା,ପଞ୍ଚାନନ ସାହୁ, ତୋଫାନ କୁମାର ସାହୁ,ସୁରେଶ ସୁବୁଦ୍ଧି,କୃଷ୍ଣଚନ୍ଦ୍ର ପଟ୍ଟନାୟକ, ଗୁଣ୍ଡିଚା ପ୍ରସାଦ ବେହେରା ଏବଂ ପ୍ରେସକ୍ଲବ ଉପସଭାପତି ପ୍ରଭାତ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ I କାର୍ଯ୍ୟକ୍ରମରେ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର, ସାର୍ପ ଏଜୁକେସନ୍, ସରସ୍ଵତୀ ଶିଶୁ ବିଦ୍ୟା ଭବନ, ସରସ୍ଵତୀ ଶିଶୁ ମନ୍ଦିର ଏବଂ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭlପତି ମୃତୁଞ୍ଜୟ ପଣ୍ଡା ଙ୍କ ସହ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ I