ନବରଙ୍ଗପୁର,ଅଶୋକ ସାହୁ, ଶାସକ ପ୍ରଶାସକ,ତା: ୦୭.୦୯.୨୦୨୫ ରିଖ: ଜନଜାତି ବ୍ୟାପାର ମନ୍ତ୍ରାଳୟ, ଭାରତ ସରକାରଙ୍କ ଦ୍ବାରା ପ୍ରାୟୋଜିତ ସମନ୍ବିତ ଜନଜାତି ଉନ୍ନୟନ ସଂସ୍ଥା, ନବରଙ୍ଗପୁର ଦ୍ୱାରା ଆୟୋଜିତ ଆଦି କର୍ମଯୋଗୀ ଅଭିଯାନ ଅଧିନରେ ତ୍ରି-ଦିବସୀୟ ଆବାସିକ ଜିଲ୍ଲା ପ୍ରକ୍ରିୟା ପ୍ରୟୋଗଶାଳା ଗତ କାଲି ୦୬.୦୯.୨୦୨୫ ଦିନ ସମ୍ପୂର୍ଣ୍ଣ ହୋଇଥିଲା, ଯାହା ଗତ ୦୪.୦୯.୨୦୨୫ ଦିନ ହୋଟେଲ ରକିସାନ ପ୍ରିମିୟମର ସମ୍ମିଳନୀ କକ୍ଷଠାରେ ଆରମ୍ଭ ହୋଇଥିଲା ! ଏହି ପ୍ରୟୋଗଶାଳାରେ ୧୦ ବ୍ଳକରୁ ପାଞ୍ଚଟି ବିଭାଗରୁ ଯଥା - ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ମହିଳା ଓ ଶିଶୁ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି,ସଂଖ୍ୟଲଘୁ, ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ, ଜଙ୍ଗଲ, ପରିବେଶ, ଓ ଜଳବାୟୁ ପରିବର୍ତ୍ତନ,ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗରୁ ଅଂଶଗ୍ରହଣ କରିଥିବା ୫୮ ଜଣ ଅଧିକାରୀ ଏବଂ ୩ଟି ନାଗରିକ ସାମାଜିକ ସଂଗଠନ ( CSO ) ଯଥା ପିରାମଲ ଫାଉଣ୍ଡେସନ,ଶୋଭା, ନବରଙ୍ଗପୁର,ଏବଂ ହର୍ଷ ଟ୍ରଷ୍ଟର କର୍ମକର୍ତ୍ତାମାନଙ୍କୁ ବ୍ଲକ ପ୍ରମୁଖ ପ୍ରଶିକ୍ଷକ ଭାବେ ଜିଲ୍ଲା ପ୍ରମୁଖ ପ୍ରଶିକ୍ଷକ ମାନଙ୍କ ଦ୍ଵାରା ପ୍ରଶିକ୍ଷଣ ଦିଆଯାଇଥିଲା ! ଅନ୍ତିମ ଦିବସରେ ନବରଙ୍ଗପୁର ଜିଲ୍ଲାପାଳ ଡ. ମହେଶ୍ବର ସ୍ବାଇଁ, ଭା.ପ୍ର. ସେ, ଉପସ୍ଥିତରହି ସମସ୍ତ ବ୍ଲକ ପ୍ରମୁଖ ପ୍ରଶିକ୍ଷକ ତଥା ସମସ୍ତ ଆଦି-କର୍ମଯୋଗୀ ମାନଙ୍କୁ ସେବା, ସମର୍ପଣ ଓ ସଂକଳ୍ପ ସହିତ ଆମ ସମାଜର ଅଭିନ୍ନ ଅଙ୍ଗ ଆଦିବାସୀ ସମ୍ପ୍ରଦାୟର ଐତିହ୍ୟ ଓ ମର୍ଯ୍ୟାଦାର ସୁରକ୍ଷା, ନ୍ୟାୟ, ସମାନତା ଓ ଏକତାକୁ ପ୍ରୋତ୍ସାହନ ଦେଇ ଜୀବନବ୍ୟାପୀ ଶିକ୍ଷାର୍ଥୀ ଭାବେ ନିଜର କର୍ତ୍ତବ୍ୟ ସାବ୍ୟସ୍ତ ପାଇଁ ଏହି ମାର୍ଗକୁ ଅଙ୍ଗୀକାର କରିବାରେ ଦୃଢ଼ ପ୍ରତିବଦ୍ଧତା ବ୍ୟକ୍ତ କରିବାକୁ ସାମୂହିକ ପ୍ରତିଜ୍ଞା ପାଠ କରେଇଥିଲେ ! ଆସନ୍ତା ୧୦ ତାରିଖ ମଧ୍ୟରେ ବ୍ଲକସ୍ତରୀୟ ଅଧିକାରୀମାନଙ୍କ ନିମନ୍ତେ ପ୍ରତ୍ୟେକ ବ୍ଲକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନେତୃତ୍ୱରେ ଦ୍ବି-ଦିବସୀୟ ବ୍ଲକ ପ୍ରକ୍ରିୟା ପ୍ରୟୋଗଶାଳା ଅନୁଷ୍ଠିତ ହେବ ! ଯାହାକୁ ଜିଲ୍ଲା ପ୍ରମୁଖ ପ୍ରଶିକ୍ଷକଙ୍କ ସହଯୋଗରେ ଏହି ଜିଲ୍ଲା ପ୍ରକ୍ରିୟା ପ୍ରୟୋଗଶାଳାରେ ପ୍ରଶିକ୍ଷିତ ବ୍ଲକ ପ୍ରମୁଖ ପ୍ରଶିକ୍ଷକମାନେ ସୁଗମକର୍ତ୍ତାଭାବେ ପରିଚାଳନା କରିବେ ! ତନ୍ମଧ୍ୟରେ ଆଦି-ସହଯୋଗୀ ଏବଂ ଆଦି-ସାଥି ଚୟନିତ ହେବେ !ତତ୍ପରେ ଗ୍ରାମସ୍ତରୀୟ ଅଧିକାରୀଙ୍କ ପାଇଁ ଏକ-ଦିବସୀୟ ଗ୍ରାମ-ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହେବ ! ଯେଉଁ କର୍ମଶାଳାରେ କିପରି ସମ୍ପୁର୍ଣ୍ଣ ଗୋଷ୍ଠୀ ସହଭାଗୀତାରେ ଟ୍ରାନ-ସେକ୍ଟ ବା ଗ୍ରାମ ସମୀକ୍ଷା ପଦଯାତ୍ରା ( Transect Walk ) ଏବଂ ଗୋଷ୍ଠୀ ଆଲୋଚନା ଦ୍ୱାରା ଗାଁର ସଂସାଧନକୁ ଚିହ୍ନଟ,ଜମିର ବ୍ୟବହାରକୁ ବୁଝିବା, ଜଳ ସମସ୍ୟାକୁ ବୁଝିବା, ଜୀବିକାନିର୍ବାହ ପନ୍ଥାର ଆକଳନ, ସ୍ଥାନୀୟ, ସମାଜିକ-ଅର୍ଥନୈତିକ ସୂଚନା ସଂଗ୍ରହ, ଆହ୍ବାନ,ବିଭାଗ ଓ ଯୋଜନାଦ୍ୱାରା ପରିବର୍ତ୍ତନ ସୁଯୋଗର ଚିହ୍ନଟ କରି ପ୍ରତ୍ୟେକ ଗାଁ ପାଇଁ ଆଦିବାସୀଙ୍କ ସଂସ୍କୃତିର ସୁରକ୍ଷା, ଆକାଂକ୍ଷା, ଲକ୍ଷ୍ୟ, ଏବଂ ପ୍ରାଥମିକତାକୁ ଆଧାର କରି ଭିଜନ ଯୋଜନା, ୨୦୩୦ ( Vision, 2030 ) ଏବଂ ଗ୍ରାମ କାର୍ଯ୍ୟ ଯୋଜନା ( VAP-Village Action Plan ) ପ୍ରସ୍ତୁତ କରିବେ ! ଆଦି କର୍ମଯୋଗୀ ଅଭିଯାନ ଅଧୀନରେ ପ୍ରତ୍ୟେକ ଆଦିବାସୀ ଅଧ୍ୟୁଷିତ ଗ୍ରାମରେ ସହଜ, ସୁଗମ,ଏବଂ ଉତ୍ତରଦାୟୀ ଏକକ ଜନସେବା କେନ୍ଦ୍ର ( Single Window Centre )- "ଆପଣଙ୍କ ଅଧିକାର, ଆପଣଙ୍କ ଘରେ ! ପ୍ରତ୍ୟେକ ଅଧିକାର, ଆପଣଙ୍କ ଦ୍ୱାରରେ" ! ଯାହାକି ଆଦିବାସୀ ସଶକ୍ତିକରଣ ପାଇଁ ଏକମାତ୍ର କେନ୍ଦ୍ର ବା ସମ୍ପର୍କ ବିନ୍ଦୁ ( One Stop Centre or One Point Contact ) ଭାବେ କାର୍ଯ୍ୟ କରିବ ! ଯାହାର ଚାରି କାନ୍ଥ - ବ୍ଲକ ସ୍ତରୀୟ ଏବଂ ଗ୍ରାମସ୍ତରରେ ନ୍ୟସ୍ତ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କ ସମ୍ପର୍କ ସୂଚୀ, ଭିଜନ-୨୦୩୦, ଯୋଜନା ସଚେତନତା- ବିଭାଗ, ଯୋଜନା, ଯୋଗ୍ୟତା,ଏବଂ ଲାଭ, ସେବା ସମୟକୁ ପ୍ରତିଫଳିତ କରିବ ! ସେବା ସମୟ ଦୁଇ ଭାଗରେ ବିଭାଜିତ କରାଯାଇପାରିବ ! ସାପ୍ତାହିକ ପ୍ରତି ସୋମବାର "ଆଦି ସେବା ସମୟ", ପୂର୍ବାହ୍ନ ୧୧:୦୦ ରୁ ଅପରାହ୍ନ ୨:୦୦, ବିଭାଗ ଯୋଗାଯୋଗ ଏବଂ ନାଗରିକ ସନ୍ଦେହମୋଚନ ଉଦ୍ଦେଶ୍ୟରେ ଏବଂ ମାସିକ ଚତୁର୍ଥ ଶନିବାର "ଜନ ସମ୍ବାଦ" ଦିନ ପୂର୍ବାହ୍ନ ୧୧:୦୦ ରୁ ଅପରାହ୍ନ ୩:୦୦, ଅଭିଯୋଗ ସମୀକ୍ଷା, ଯୋଜନା ପ୍ରଦାନ, ଏବଂ ଗୋଷ୍ଠୀ ଆଲୋଚନା ଉଦ୍ଦେଶ୍ୟରେ ଅଭିଯାନର ପରିକଳ୍ପନା ବିଷୟରେ ଆଲୋଚନା କରାଯାଇଥିଲା !
ରାଜ୍ୟ
ଆଦି କର୍ମଯୋଗୀ ଅଭିଯାନ କାର୍ଯ୍ୟକ୍ରମ ର ଜିଲ୍ଲା ପ୍ରକ୍ରିୟା ପ୍ରୟୋଗଶାଲା ତିନି ଦିନିଆ ଆବାସିକ ପ୍ରଶିକ୍ଷଣ ସମାପନ !
- Hits: 9