ଭୁବନେଶ୍ୱର ତା. ୭.୯- ଗତ ୧୯୮୯ ମସିହା ଠାରୁ ଆମ ଦେଶରେ ବାସ କରୁଥିବା ହଜାର ହଜାର ବର୍ଷରୁ ସାମାଜିକ ଅଧିକାରରୁ ବଞ୍ôଚତ ଥିବା ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କୁ ନ୍ୟାୟ ପ୍ରଦାନ ପାଇଁ ତତକାଳୀନ କଂଗ୍ରେସ ସରକାର ଅନୁସୂଚିିତ ଜାତି ଓ ଜନଜାତି ଅତ୍ୟାଚାର ନିରାକରଣ ଆଇନ ପ୍ରଣୟନ କରିଥିଲେ । ଭାରତୀୟ ସମ୍ବିଧାନର ଧାରା ୧୭ ଅନୁସାରେ ଏହି ବର୍ଗର ଲୋକମାନଙ୍କ ଉପରେ ଜାତିଗତ ବିଦ୍ୱେଶ ଯୋଗୁଁ କେହି ଅପରାଧିକ କାର୍ଯ୍ୟ କଲେ ଏହି ଆଇନ ଧାରା ୩ ଅନ୍ତର୍ଗତ ୨୯ ଟି ଏବଂ ଧାରା ୨ ଅନ୍ତର୍ଗତ ୮ ଗୋଟି ଉପଧାରା ଦ୍ୱାରା ସଂପୃକ୍ତ ଆସାମୀକୁ ଦଣ୍ଡ ଦେବାର ବ୍ୟବସ୍ଥା ରହିଛି । ସେହିପରି ଅନୁସୂଚିତ ଜାତି ଓ ଜନଜାତି ଅତ୍ୟାଚାର ନିରାକରଣ ନିୟମ ୧୯୯୫ ମୁତାବକ ୧୮ ଗୋଟି ନିୟମ ରହିଛି ଏବଂ ନିର୍ଦ୍ଦିଷ୍ଟ ଭାବେ ଏହି ଆଇନ ଅନ୍ତର୍ଗତ ନିୟମ- ୩,୪,୬,୭,୮,୯,୧୦, ୧୧,୧୨,୧୪ ଓ ୧୬ ଆଦି ବ୍ୟବସ୍ଥା ଏହି ବର୍ଗର ସୁରକ୍ଷା ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ । ଏହା ଏକ କେନ୍ଦ୍ରିୟ ଆଇନ । ଏହାର ସଂଶୋଧନ ବା ପରିବର୍ତ୍ତନ ପାଇଁ ଆମ ଦେଶର ସଂସଦ କେବଳ ଅଧିକାର ପ୍ରାପ୍ତ ବୋଲି ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ଶ୍ରୀ ମାନସ କୁମାର ମଲ୍ଲିକ ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଥିଲେ । ସେ କହିଥିଲେ ଏହି ଆଇନର ନିୟମ ୭ ଅନ୍ତର୍ଗତ ବ୍ୟବସ୍ଥା ମୁତାବକ କୌଣସି ମାମଲା ଅନୁସୂଚିତ ଜାତି ଓ ଜନଜାତି ଅତ୍ୟାଚାର ନିରାକରଣ ଆଇନ ଅଧିନରେ ପଞ୍ଜିକୃତ ହେଲେ ନିୟମ ୭ ଅନୁସାରେ ଜଣେ ଡି.ଏସ୍.ପି କିମ୍ବା ତଦୁର୍ଦ୍ଧ ପାହ୍ୟା ପୋଲିସ ପଦାଧିକାରୀଙ୍କୁ ମାମଲାର ଅନୁସନ୍ଧାନ ଦାୟିତ୍ୱ ଦିଆଯିବ, ଯିଏକି ପୂର୍ବରୁ ଜଣେ ଅଭିଜ୍ଞ ଅନୁସନ୍ଧାନକାରୀ, ନ୍ୟାୟ ପ୍ରଦାନ ପାଇଁ ମାନସିକ ଦକ୍ଷତା ଏବଂ ଏହି ସ୍ୱତନ୍ତ୍ର ଆଇନର ଉଦେଶ୍ୟକୁ ବୁଝି ଠିକ୍ ମାର୍ଗରେ ଅନୁସନ୍ଧାନ କରି ସବୁଠାରୁ କମ ଦିନ, ଯଥା-୬୦ ଦିନରେ ଅନୁସନ୍ଧାନ ଶେଷକରି ଚାର୍ଜସିଟ କରିବେ ।
କିନ୍ତୁ ଗତ ତା ୩୦.୮.୨୦୨୫ ରିଖରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ବେଆଇନ ଭାବେ ଏହି ନିୟମ ୭ର ବ୍ୟବସ୍ଥାକୁ ପରିବର୍ତ୍ତନ କରି ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଫଳରେ ନିୟମ ୭ ରେ ଥିବା ଅନୁସନ୍ଧାନକାରୀ ଅଧିକାରୀ ଡିଏସପି ପରିବର୍ତ୍ତେ ଥାନାର ନିରିକ୍ଷକ ଓ ଉପନିରିକ୍ଷକ ମାନଙ୍କୁ ଅନୁସନ୍ଧାନ ଦାୟିତ୍ୱ ଦେବାପାଇଁ ନିଷ୍ପତ୍ତି ନେଇଛନ୍ତି । ଏହା ଦ୍ୱାରା ଥାନା ମାନଙ୍କରେ ରହୁଥିବା ନିରିକ୍ଷକ ଓ ଉପନିରିକ୍ଷକ ମାନେ କ୍ଷତିଗ୍ରସ୍ତ ଏତଲାକାରୀ ମାନଙ୍କୁ ନ୍ୟାୟ ଦେବାରେ ବିଫଳ ହେବାର ଆଶଙ୍କା ସୃଷ୍ଟି ହୋଇଛି । କାରଣ ଥାନାକୁ ଯାଉଥିବା ହଜାର ହଜାର ଏତଲାକାରି ମାନଙ୍କ ଏତଲା ପଞ୍ଜିକରଣ ଦାୟିତ୍ୱରେ ଥିବା ଅଧିକାରୀମାନେ ସଂପୃକ୍ତ ଏତଲା ପଞ୍ଜିକରଣ ନକରିବା ଦ୍ୱାରା କ୍ଷତିଗ୍ରସ୍ତ ଅନୁସୂଚିତ ଜାତି ଓ ଜନଜାତିର ଲୋକେ ବହୁଳ ଭାବେ ନ୍ୟାୟରୁ ବଞ୍ଚିତ ହୋଇଥାନ୍ତି । ଅପରପକ୍ଷେ ଅତ୍ୟାଚାର କରୁଥିବା ଆସାମୀମାନେ ଏହାଦ୍ୱାରା ପରୋକ୍ଷରେ ପ୍ରୋତ୍ସାହନ ପାଇ ଅଧିକ ଅତ୍ୟାଚାର ଘଟାଇଥାନ୍ତି । ରାଜ୍ୟ ସରକାର ଏହି ସ୍ୱତନ୍ତ୍ର ଆଇନ ଅନ୍ତର୍ଗତ ଉପରୋକ୍ତ ନିୟମ ଗୁଡ଼ିକର ପ୍ରାୟୋଗିକ ସୁପରିଚାଳନା ନକରି ବରିଷ୍ଠ ଅଧିକାରୀ ମାନଙ୍କ ଦ୍ୱାରା ରହିଥିବା ଅନୁସନ୍ଧାନ ନିୟମଟିକୁ କୋହଳ କରି ରାଜ୍ୟର ଅନୁସୂଚିିତ ଜାତି ଓ ଜନଜାତି ବର୍ଗର କ୍ଷତିଗ୍ରସ୍ତ ଓ ଅତ୍ୟାଚାରିତ ଲୋକଙ୍କୁ ନ୍ୟାୟର ବଞ୍ôଚତ କରିବାପାଇଁ ଷଡଯନ୍ତ୍ର କରିଛନ୍ତି ।
ଉକ୍ତ ସ୍ୱତନ୍ତ୍ର ଆଇନଟି କେନ୍ଦ୍ର ସରକାରଙ୍କ ପ୍ରସ୍ତାବରେ ଦେଶର ସଂସଦର ସୀକୃତି ଓ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ସମସ୍ତ ରାଜ୍ୟରେ ଏହା କାର୍ଯ୍ୟକାରୀ ହେଉଛି ଏବଂ ଏହି ଆଇନର ସଂଶୋଧନ କ୍ଷମତା କେବଳ ଆମ ସଂସଦର ଅଧିକାର ଅନ୍ତର୍ଗତ,ହେଲେ ରାଜ୍ୟ ସରକାର ଏହି ମାମଲା ଅନୁସନ୍ଧାନ ନିୟମରେ ପରିବର୍ତ୍ତନ କରି ଅନୁସୂଚିତ ଜାତି ଓ ଜନଜାତିଙ୍କୁ କିପରି ନ୍ୟାୟ ପ୍ରଦାନ କରିବାକୁ ଚାହୁଁଛନ୍ତି ତାହା ସ୍ପଷ୍ଟ ବୁଝାପଡ଼ୁଛି । ଏଣୁ ରାଜ୍ୟ ବିଜେପି ସରକାର ଗତ ୩୦.୮.୨୦୨୫ ବିଜ୍ଞପ୍ତିର ପ୍ରତ୍ୟାହାର କରିବାକୁ ପ୍ରଦେଶ କଂଗ୍ରେସ କମିଟି ଅନୁସୂଚିତ ଜାତି ବିଭାଗ ଦାବି କରୁଛି । ଯଦି ଏହି ବିଜ୍ଞପ୍ତି ପ୍ରତ୍ୟାହାର ନହୁଏ ତେବେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ରାଜ୍ୟ ଅନୁସୂଚିତ ଜାତି ବିଭାଗ ରାଜରାସ୍ତାକୁ ଓହ୍ଲାଇବ । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଅଧ୍ୟକ୍ଷ ବାଙ୍କନିଧି ବେହେରା, ପୂର୍ବତନ ପ୍ରଦେଶ କଂଗ୍ରେସ ମତ୍ସ୍ୟଜୀବି ପ୍ରକୋଷ୍ଠର ଅଧ୍ୟକ୍ଷ ହଳଧର ସେଠୀ, ପ୍ରଦେଶ କଂଗ୍ରେସ କମିଟି ସମ୍ପାଦିକା ଅନିମା ମିଞ୍ଜ ଓ ପିସିସି ସମ୍ପାଦକ ମୋହନ ହେମ୍ବ୍ରମ, ରାଜ୍ୟ ଅନୁସୂଚିତ ଜାତି ବିଭାଗ ସାଧାରଣ ସମ୍ପାଦକ ଶ୍ରୀବତ୍ସ ମଲ୍ଲିକ, ବିଭାଗର ସମ୍ପାଦକ ସଂଜୟ କୁମାର ମଲ୍ଲିକ, ବିକାଶ ଦାସ, ପ୍ରମୋଦ ମଲ୍ଲିକ, ଉଦକର ଜେନା, ପ୍ରକାଶ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।