ହେଡଲାଇନସ୍:

ୟୁରିଆ ସାର ଅଭାବକୁ କୁ ନେଇ ୩୨୬ ନମ୍ବର ଜାତୀୟ ରାଜପଥ ରେ ଆନ୍ଦୋଳନ କରି ରାଜରାସ୍ତା ବନ୍ଦ କଲେ ଚାଷୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ମାଲକାନଗିରି ରୁ ସୁରେନ୍ଦ୍ର ବେମାଲ : ୟୁରିଆ ସାର ଅଭାବକୁ ନେଇ ୩୨୬ ନମ୍ବର ଜାତୀୟ ରାଜପଥ ରେ ଆନ୍ଦୋଳନ କରି ରାଜରାସ୍ତା ବନ୍ଦ କଲେ ଚାଷୀ l ମାଲକାନଗିରି ଜିଲ୍ଲା କାଲିମେଲା ବ୍ଲକ ମହରାଜପଲି ପଞ୍ଚାୟତ ସମ୍ମୁଖରେ 326 ନମ୍ବର ଜାତୀୟ ରାଜପଥ ସମ୍ପୂର୍ଣ୍ଣ ବନ୍ଦ ରହିଛି l କେଉଁ ପଞ୍ଚାୟତ ରେ ସାର ଯାଉଛି ତ କେଉଁ ପଞ୍ଚାୟତ ରେ ସାର ଯାଉନି l ମହରାଜପଲି ପଞ୍ଚାୟତ କୁ ଏବେ ପର୍ଯ୍ୟନ୍ତ ସାର ପହଁଚିନାହିଁ ଯାହାକୁ ତୀବ୍ର ନିନ୍ଦା କରି 326 ନମ୍ବର ଜାତୀୟ ରାଜପଥ ସମ୍ପୂର୍ଣ୍ଣ ପାଞ୍ଚ ଘଣ୍ଟା ବନ୍ଦ କଲେ ଚାଷୀ l କିଛିଦିନ ତଳେ ପୁସୁଗୁଡା ପଂଚାୟତରେ ଚଢା ଦରରେ ସାର ବିକ୍ରି କୁ ନେଇ ରାଜରାସ୍ତା ଅବରୋଧ ହୋଇଥିଲା l ୟୁରିଆ ସାର କଳାବଜାରୀକୁ ନେଇ ରାସ୍ତା ଅବରୋଧ କରିବା ସହ ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅଧିକ ମୂଲ୍ୟ ରେ ସାର ବିକ୍ରି ହେହୁଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ ପୁସୁଗୁଡା ପଞ୍ଚାୟତ ର ବନବିଭାଗ ଅଫିସ ସମୁଖର ୩୨୬ ନମ୍ବର ଜାତୀୟ ରାଜପଥ ବନ୍ଦ ହୋଇଥିଲା l ତେବେ ସେସରେ ମହାରାଜପଲ୍ଲୀ ପଂଚାୟତ ଲ୍ୟାମ୍ପ ଅଧିକାରୀ ଆସି ଚାଷୀ ମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତା ରୁ ଉଠିଥିବା ର ଦେଖିବାକୁ ମିଳିଥିଲା l ବିଗତ ଦିନେ ମାଥିଲି, କାଲିମେଳା, ପଡିଆ ରେ ରାସ୍ତା ରୋକ ଦେଖିବାକୁ ମିଳିଥିଲା l କିନ୍ତୁ ଆଜି ପଞ୍ଚଯାତ ର ଲୋକେ ରାସ୍ତା ଅବରୋଧ କରିଥିଲେ l ତେବେ କାହିଁକି ୟୁରିଆ ସାର ଚାଷୀ ଙ୍କୁ ମିଳିପାରୁନି ତାହା କୁ ନେଇ ପ୍ରଶ୍ନ କଲେ ଚାଷୀ l

0
0
0
s2sdefault