ହେଡଲାଇନସ୍:

ଜାପାନ ପ୍ରତିନିଧି ମଣ୍ଡଳୀ ସହ ଜିଲ୍ଲା ପ୍ରଶାସନର ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ ,(ଅନିମେଶ ପଟ୍ଟନାୟକ): ଜାପାନର ପ୍ରଧାନମନ୍ତ୍ରୀ ସିଗେରୁ ଇ ସିବାଙ୍କ ନିର୍ବାଚନ ମଣ୍ଡଳୀ ତୋତରି (ରାଜ୍ୟ) ରୁ ଏକ ସରକାରୀ ପ୍ରତିନିଧି ଦଳ ପୁରୀ ଗସ୍ତରେ ଆସିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଓସୱନ ହଲରେ ଅତିରିକ୍ତ ଜିଲ୍ଲାପାଳ ( ପ୍ରଶାସନ) ଶରତ କୁମାର ବେହେରାଙ୍କ ଅଧ୍ଯକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପୁରୀରେ ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟୋକଲ) ନୀଳମାଧବ ଭୋଇ, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଜିଲ୍ଲା ପଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ, ଇଣ୍ଡିଆ - ଜାପାନ ଫ୍ରେଣ୍ଡ୍ ସିପ ସେଣ୍ଟର ସଭାପତି ଶ୍ରୀମନ୍ତ କୁମାର ଦାଶ , ପୁରୀକୁ ଆସିଥିବା ପ୍ରତିନିଧି ଦଳ ସିଞ୍ଜି ନାଗାତା, ରିୟୋସୁକି ୟମାଗୁଚି , କୋଇଚି ନାକାସିମା, ସେଇକୋ କାମ୍ବା, କେନିଚି ତାମୁରା, ଷ୍ଟଆଟ କୋନିରାଲି ଓ ଜପାନରୁ ଭିଡିଓ କନ୍ ଫରେନ୍ସ ଜରିଆରରେ ପୁରୀ ସିଟି ବ୍ରାଣ୍ଡ ଆମ୍ବାସେଡର ତଥା ଇଣ୍ଡିଆ ବିଜନେସ ଆଡଭାଇଜର ତୋତରି ଜପାନ ସରକାର କୁନା ଦାଶ ଓ ଅନ୍ୟ ଅଧିକାରୀମାନେ ସାମିଲ ହୋଇଥିଲେ। ବୈଠକରେ ପୁରୀ ସହରର ରାସ୍ତା, ପରିମଳ, ସ୍ବଚ୍ଛତା, ଶିକ୍ଷା, ସ୍ବାସ୍ଥ୍ୟ, ପଯ୍ୟଟ ନ, ବାଣିଜ୍ୟ ଓ କୁଶଳୀ ଓ ଅଣକୁଶଳୀ ମାନେ କିଭଳି ଜାପାନ ପାଇ ସ୍ୱାମ୍ବଲମ୍ବୀ ହୋଇପାରିବେ ସେ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ଅନ୍ୟପକ୍ଷରେ ଟିମ୍ ବେଳାଭୁମି ସମେତ ସହରର ଭିତ୍ତିଭୂମିକୁ ଅନୁଧ୍ୟାନ କରିଥିଲେ । ସେହିଭଳି ଚନ୍ଦ୍ରଶେଖର ଏକାଡେମୀକୁ ଯାଇ ବୁଲି ଦେଖିଥିଲେ। ଏକାଡେମୀରେ ନସରୀ ଠାରୁ ଯୁକ୍ତ ଦୁଇ ପଯ୍ୟନ୍ତ ଜାପାନ ଭାଷା ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ସହ ଭାଷାର ଆଦାନପ୍ରଦାନ କରିଥିଲେ। ଏହି ଏକାଡେମୀରୁ ଜାପାନ ଭାଷା ପଢ଼ି ପ୍ରତିବର୍ଷ କିଛି ଛାତ୍ର ଜାପାନରେ କର୍ମନିଯୁକ୍ତ ହୋଇଥିବା ଜାଣି ବହୁତ ଖୁସି ବ୍ୟକ୍ତ କରିଥିଲେ। ପରି ଶେଷରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନଙ୍କ ବାଲୁକା କଳା ମୂଜୀୟମ ବୁଲି ଦେଖି ବିମୋହିତ ହୋଇଥିଲେ। ଏହି ଅବସରରେ ଇଣ୍ଡିଆ ଜାପାନ ଫ୍ରେଣ୍ଡ୍ ଶିପ ସେଣ୍ଟର ସଭାପତି ଶ୍ରୀଦାଶ କହିଛନ୍ତି ଭାରତର ପ୍ରଧାନମନ୍ତ୍ରୀଙ୍କ ମେକେ ଇନ୍ ଇଣ୍ଡିଆ ମିଶନକୁ ସଫଳ କରିବା ଲାଗି ପୁରୀ ସହରର ଭିତ୍ତିଭୂମିକୁ ସୁଦୃଢ କରିବା ସହ ଯୁବକଯୁବତୀ ମାନଙ୍କୁ ଅଧିକରୁ ଅଧିକ ନିଯୁକ୍ତି ହୋଇପାରିବେ ଓ ଜାପାନ ର ଟେକୋନିଲୋଜି ଆଣି କିଭଳି ପୁରୀରେ କାର୍ଯ୍ୟକ୍ଷମ ହୋଇପାରିବ ତାହା ଆମର ମୂଳଲକ୍ଷ୍ୟ ରହିଛି ବୋଲି ମତବ୍ୟକ୍ତ କରିଥିଲେ ।

0
0
0
s2sdefault