ବିଧାୟକ ସନତ କୁମାର ଗଡତୀୟାଙ୍କ କରକମଳରେ ଉଦଘାଟନ
ବିଜେପୁର :-ବିଜେପୁରରେ ଆସନ୍ତା କାଲି ଆରମ୍ଭ ହେବାକୁ ଥିବା ଅନନ୍ତ ପୂଜା ମହୋତ୍ସବ ପୂର୍ବସନ୍ଧ୍ୟାରେ, ଆଜି ରାତ୍ରି ୮:୩୦ରେ ବ୍ଲକ ପଡିଆଠାରେ ଆୟୋଜିତ ଜଳନ୍ଧର ଦରବାରର ଉଦଘାଟନ ବିଜେପୁର ଜମିଦାର ତଥା ବିଧାୟକ ସନତ କୁମାର ଗଡତୀୟାଙ୍କ କରକମଳରେ ଉଦଘାଟନ ହୋଇଯାଇଛି l
ଏହି ଦରବାରକୁ ବିଜେପୁର ଅନନ୍ତ ପୂଜା ସମନ୍ୱୟ କମିଟି ପକ୍ଷରୁ ଆୟୋଜନ କରାଯାଇଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ଗଡତୀୟାଙ୍କ ସହିତ, ସ୍ଥାନୀୟ ଥାନା ଅଧିକାରୀ ସୁଶାନ୍ତମଣି ମହାନ୍ତି, ସମାଜସେବୀ ବଳରାମ ମେହେର, ଶରତ ବିଶି, ପପୁ ପୂଝାରୀ, ହାଡୁ ମେହେର, ନିମେଇ ମେହେର ଓ ଦେବବ୍ରତ ରଥ ମଞ୍ଚାସୀନ ହୋଇଥିଲେ।
କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ସମାଜର ସାମ୍ବାଦିକ ଜିତେନ୍ଦ୍ରିୟ ମେହେର।
ମୁଖ୍ୟ ଅତିଥି ଶ୍ରୀମାନ ଗଡତୀୟା ଅଞ୍ଚଳବାସୀଙ୍କ ସୁଖ-ସମୃଦ୍ଧିର କାମନା ସହିତ ଐତିହାସିକ ଅନନ୍ତ ପୂଜାର ଧାର୍ମିକ ଓ ସାମାଜିକ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, ଏହି ପୂଜା କେବଳ ଧାର୍ମିକ ବିଶ୍ୱାସର ପ୍ରତୀକ ନୁହେଁ, ଏହା ଅଞ୍ଚଳର ସଂସ୍କୃତିକ ଐକ୍ୟ, ସମ୍ମିଳନ ଓ ପରମ୍ପରାର ପ୍ରତିରୂପ।
ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିବା ଥାନା ଅଧିକାରୀ ମହାନ୍ତି ସମସ୍ତଙ୍କୁ ଶାନ୍ତି, ଶୃଙ୍ଖଳା ଓ ସହଯୋଗ ସହିତ ମହୋତ୍ସବକୁ ଉପଭୋଗ କରିବାକୁ ଅନୁରୋଧ କରିଥିଲେ।
ଆଜିଠାରୁ ଜଳନ୍ଧର ଦରବାରରେ ଜଳନ୍ଧରଙ୍କ ପରାକ୍ରମମୟ ଅଭିନୟ ଓ ଧାର୍ମିକ ଝଲକ ପ୍ରତିଦିନ ଦର୍ଶନାର୍ଥୀଙ୍କ ପାଇଁ ଉପସ୍ଥାପନ କରାଯିବ।
କାର୍ଯ୍ୟକ୍ରମ ଉଦଘାଟନ ସମୟରୁ ବହୁ ସଂଖ୍ୟକ ଲୋକଙ୍କର ଭିଡ଼ ଦେଖିବାକୁ ମିଳିଥିଲା। ସମଗ୍ର ବିଜେପୁର ଅଞ୍ଚଳରେ ଏକ ଧାର୍ମିକ ଓ ସାମାଜିକ ଉତ୍ସବର ପରିବେଶ ପ୍ରବଳ ହୋଇଥିଲା l