ରାୟଗଡା -ରାୟଗଡା ଜିଲ୍ଲା ବିଜୁ ଜନତା ଦଳ ସଭାପତି ନାମ ଘୋଷଣା ହୋଇଛି। ଜିଲ୍ଲାର ସଭାପତି ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଷମକଟକ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ସାରକାଙ୍କୁ ଦାୟିତ୍ବ ମିଳିଛି। କାର୍ଯ୍ୟକାରୀ ସଭାପତି ଭାବେ ରାୟଗଡାରୁ ଗଙ୍ଗାଧର ପୁଆଲା ଏବଂ ଗୁଣପୁରର ରଞ୍ଜିତ କୁମାର ପାଣିଗ୍ରାହୀଙ୍କୁ ଦାୟିତ୍ବ ମିଳିଛି ।ଏହି ଘୋଷଣା ହେବା ପରେ ରାୟଗଡା ଜିଲ୍ଲା ବିଜେଡି ପରିବାର ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି I ଦୀର୍ଘ ମାସ ଧରି ବିଜେଡି ଜିଲ୍ଲା ସଭାପତି ପଦ ପାଇଁ ଲାଗି ରହିଥିବା ଛକାପଞ୍ଚାର ଅନ୍ତ ଘଟିଛି। ନୂଆ ଜିଲ୍ଲା ସଭାପତି ଭାବେ ପୂର୍ବତନ ମନ୍ତ୍ରୀ ଓ ବିଧାୟକ ଜଗନ୍ନାଥ ସାରକାଙ୍କ ନାଁ ଘୋଷଣା କରାଯାଇଛି । ଜଗନ୍ନାଥ ଦଳର ରାଜ୍ୟ ର ସାଧାରଣ ସମ୍ପାଦକ ଥିଲେ । ସେହିପରି ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷ ଗଙ୍ଗାଧର ପୁଆଲା ଏବଂ ନୂଆ ଚେହେରା ରଞ୍ଜିତ କୁମାର ପାଣିଗ୍ରାହୀ କାର୍ଯ୍ୟକାରୀ ସଭାପତି ହୋଇଛନ୍ତି। ଏହି ଚୟନରେ ଜିଲ୍ଲାର ତିନିଟି ଯାକ ନିର୍ବାଚନମଣ୍ଡଳୀକୁ ବାଲାନ୍ସ କରାଯାଇଛି। ଜଗନ୍ନାଥ ବିଷମକଟକ ନିର୍ବାଚନମଣ୍ଡଳୀର ହୋଇଥିବା ବେଳେ ଗଙ୍ଗାଧର ରାୟଗଡ଼ା ଏବଂ ରଞ୍ଜିତ ଗୁଣପୁର ନିର୍ବାଚନମଣ୍ଡଳୀର। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସମସ୍ତ ନିର୍ବାଚନମଣ୍ଡଳୀ ପ୍ରତି ଧ୍ୟାନ ଦେଇଥିବା ବଳୀୟ ମହଲରେ ଆଲୋଚନା ହେଉଛି। ନୂଆ ସଭାପତି ଓ କାର୍ଯ୍ୟକାରୀ ସଭାପତି ଘୋଷଣା ପରେ ସେମାନଙ୍କୁ ଦଳୀୟ ନେତା ଓ କର୍ମୀଙ୍କ ତରଫରୁ ଶୁଭେଚ୍ଛାର ସୁଅ ଛୁଟିଛି। ପ୍ରକାଶଥାଉକି, ଜିଲ୍ଲା ବିଜେଡ଼ି ସଭାପତି ଭାବେ ବରିଷ୍ଠ ନେତା ଏନ୍. ଭାସ୍କର ରାଓ ଗତ ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ ଚୟନ ହୋଇଥିଲେ। ମୁଖ୍ୟତଃ ନିର୍ବାଚନରେ ଦଳୀୟ ଟିକଟ ପ୍ରଦାନ ନେଇ ଅସନ୍ତୋଷର ନିଆଁ ଲାଗିଥିଲା । ରାୟଗଡ଼ା ପ୍ରାର୍ଥୀ ଅନୁସୟା ମାଝୀଙ୍କୁ ଦଳ ଭିତରେ ପ୍ରବଳ ବିରାଧ କରି ବହୁ ନେତା ଓ କର୍ମୀ ଦଳରୁ ଇସ୍ତଫା ଦେଇଥିଲେ। ଏହାପରେ ନେତା ଓ କର୍ମୀଙ୍କୁ ଶାନ୍ତ କରିବା ପାଇଁ ନୂଆ ଫର୍ମୂଲା ଆପଣା ଯାଇଥିଲା। ସେହି ସମୟର ଜିଲ୍ଲା ସଭାପତି ସୁଧୀର ଦାସଙ୍କୁ ହଟାଇବା ସହିତ ଭସ୍କର ରାଓଙ୍କୁ ନୂଆ ଜିଲ୍ଲା ସଭାପତି ଭାବେ ଦାୟିତ୍ଵ ଦିଆଯାଇଥିଲା । କିନ୍ତୁ ପରାଜୟ ପରେ ସମଗ୍ର ରାଜ୍ୟରେ ଦଳର ଶୋଚନୀୟ ସହ ନୂତନ ସଭାପତି ପଦ ପାଇଁ ଗୁଞ୍ଜରଣ ଆରମ୍ଭହୋଇଥିଲା। ଏ ଭିତରେ ଜଗନ୍ନାଥଙ୍କୁ ରାଜ୍ୟ ସାଧାରଣ ସମ୍ପାଦକ ଭାବେ ଚୟନ କରି ନବୀନ ଜିଲ୍ଲା ନେତାଙ୍କ ମନକୁ ମାପିଥିଲେ। ତଥାପି ଭାସ୍କର ଓ ସୁଧୀର ଗାଷ୍ଠୀ ଭିତରେ ସଭାପତି ପଦ ହାତେଇବା ପାଇଁ ଟଣାଓଟରା ଚାଲିଥିଲା। ଶେଷରେ ସବୁ କଳ୍ପନାଜଳ୍ପନାର ଅକ୍ଷ ଘଟାଇ ଜଗନ୍ନାଥ ସାରକାଙ୍କୁ ଜିଲ୍ଲା ସଭାପତି ଦାୟିତ୍ଵ ଅର୍ପଣ କରାଯାଇଛି।
ରାଜ୍ୟ
ଭାସ୍କର ଆଉଟ, ଜଗନ୍ନାଥ ଇନ
- Hits: 160