ହେଡଲାଇନସ୍:

ବିଷମ କଟକ ବ୍ଲକରେ ଚାରିଟି ସାର ଗୋଦାମରେ ଅଚାନକ ଚଢ଼ଉ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ତିନି ସାର ବ୍ୟବସାୟୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲେ ତହସିଲଦାର


ବିଷମ କଟକ (ଶୁଭମ ମହାପାତ୍ର): ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକରେ ଚାରିଟି ସାର ଗୋଦାମରେ ଅଚାନକ ଚଢ଼ଉ ହୋଇଛି। ସରାକାରଙ୍କ ଧାର୍ଯ୍ୟ ଦରଠାରୁ ସାର ଚଢ଼ା ଦରରେ ବିକ୍ରି ହେଉଥ‌ିବା ସନ୍ଦେହରେ ଚାରିଟି ସ୍ଥାନର ଗୋଦାମ ଉପରେ ଏହି ଚଢ଼ଉ କରାଯାଇଛି। ବିଷମ କଟକ ତହସିଲଦାର କେ ଭେଙ୍କେଟେଶ୍ବର ରେଞ୍ଜିଙ୍କ ଅଧ୍ୟକ୍ଷତାରେ ଏକ ଟିମ ଗଠନ କରି ଏହି ଚଢ଼ଉ କରାଯାଇଛି। ଏହି ଚଢ଼ଉରେ ତହସିଲଦାରଙ୍କ ସମେତ ବ୍ଲକ କୃଷି ଅଧିକାରୀ ଘନଶ୍ୟାମ ହାଇବ୍ରୁ ଏବଂ ପୁଲିସର ଏକ ଟିମ୍ ଉପସ୍ଥିତିରେ ବିଷମ କଟକ ସଦର ବ୍ଲକର କାମାକ୍ଷୀ ଏଣ୍ଟରପ୍ରାଇସ, କୁମ୍ବାରଢାମୁଣି ସଦର ପଞ୍ଚାୟର ଅଜିତ କୁମାର ଚୌଧୁରୀଙ୍କ ଧବେଳେଶ୍ଵର ଏଣ୍ଟେର ପ୍ରାଇସ, ଦେବେନ୍ଦ୍ର ଗାଜବାଲିଙ୍କ ଜାଗା କାଳିଆ ଏଣ୍ଟରପ୍ରାଇଜେସ୍ ଏବଂ ଦୁର୍ଗା ସଦର ପଞ୍ଚାୟତର ନଳିନୀ କାନ୍ତ ପାଳଙ୍କ ପଦ୍ମାବତୀଏଣ୍ଟେରପ୍ରାଇଜେସ୍‌ର ଏହି ସାର ଗୋଦାମରେ ଆଜି ସନ୍ଧ୍ୟା ସମଯରେ ଚଢ଼ାଉ ହେଇଥିଲା। ସାର ଗୋଦାମରେ କେତେ ପରିମାଣର ସାର ଗଚ୍ଛିତ ରହିଛି ସେ ନେଇ ଯାଞ୍ଚକରିବା ସହ ସମସ୍ତ ନପତ୍ରକୁ ଯାଞ୍ଚ କରିଛନ୍ତି I ଯାଞ୍ଚ ସମୟରେ ବିଷମ କଟକ ସଦର ବ୍ଲକର କାମାକ୍ଷୀ ଏଣ୍ଟରପ୍ରାଇଜେସ୍‌ର ସାର ଷ୍ଟକ ସହ ସମସ୍ତ କାଗଜପତ୍ର ଠିକ ରହିଥ‌ିବା ବେଳେ କୁମ୍ବାରଢାମୁଣି ସଦରପଞ୍ଚାୟର ଧବେଳେଶ୍ଵର ଏଣ୍ଟେରପ୍ରାଇଜେସ୍ ଜଗା କାଳିଆ ଏଣ୍ଟେରପ୍ରାଇଜେସ୍ ଏବଂ ଦୁର୍ଗା ସଦର ପଞ୍ଚାୟତର ପଦ୍ମାବତୀ ଏଣ୍ଟରପ୍ରାଇଜେସ୍ ସାର ଗୋଦାମର ଷ୍ଟକ୍ ରେଜିଷ୍ଟର ଓ ଗଚ୍ଛିତ ସାରର କୌଣସି ତାଳମେଳ ନଥିବା ତଦନ୍ତ ବେଳେ ଜଣାପଡିଛି। ତେଣୁ ଏହି ତିନି ସାର ବ୍ୟବସାୟୀଙ୍କୁ ତହସିଲଦାର କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି I ସପ୍ତାହ ମଧ୍ୟରେ ସମସ୍ତ ତଥ୍ୟ ଦେବା ପାଇଁ ନୋଟିସରେ ଉଲ୍ଲେଖ ରହିଛି । କେତେ ପରିମାଣର ସାର ଅଣା ଯାଇଥିଲା, କେଉଁ କେଉଁ ଚଷୀଙ୍କୁ ଏହି ସାର ବିକ୍ରି କରାଯଇଛି ଏବଂ ସମସ୍ତ ନଥିପତ୍ର ସମୟ ସୀମା ମଧ୍ୟରେ ଦେବା ପାଇଁ କୁହାଯାଇଛି I କାରଣ ଦର୍ଶାଅ ନୋଟିସର ଉତ୍ତର ସପ୍ତାହକ ମଧ୍ୟରେ ନ ରଖିଲେ ଏହି ତିନି ସାର ବ୍ୟବସାୟୀଙ୍କ ଉପରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ନେଇ ତହସିଲଦାର ଶ୍ରୀ ରେଡି ସୂଚନା ଦେଇଛନ୍ତି।

0
0
0
s2sdefault