କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ): କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ ଫାଟକ ସମ୍ମୁଖରେ ଆଜି ସକାଳ ପ୍ରାୟ ୧୧ଟା ସମୟରେ ଭାଗବତ ଟୁଙ୍ଗୀର ଅର୍ଥ ହଡ଼ପ ଘଟଣାକୁ ନେଇ ମାର୍ଶାଘାଇ ବ୍ଲକ କଳାକାର ସଂଘ ପକ୍ଷରୁ ଅଭିନବ ଢଙ୍ଗରେ ପ୍ରତିବାଦ କରାଯାଇଛି।ସ୍ଥାନୀୟ ସୂଚନା ଅନୁସାରେ, ଏହି ଅର୍ଥ ହଡ଼ପ ଘଟଣାକୁ ନେଇ କଳାକାର ମାନେ ଦୀର୍ଘଦିନ ଧରି କ୍ଷୁବ୍ଧ ଥିଲେ। ଶେଷରେ, ଆଜି ସେମାନେ ପାଲା-ଭାଗବତ ଗାନ କରି ପ୍ରତିବାଦର ଅଭିନବ ରୂପ ଦେଇଛନ୍ତି। ଗୀତ-ସଙ୍ଗୀତ ମାଧ୍ୟମରେ ସେମାନେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହିତ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନର ଦାବି କରିଛନ୍ତି।କଳାକାର ସଂଘର ସଦସ୍ୟମାନେ କୁହିଛନ୍ତି, “ଭାଗବତ ଟୁଙ୍ଗୀ ଆମର ସାଂସ୍କୃତିକ ପରମ୍ପରା ଓ ଧାର୍ମିକ ଆସ୍ଥା ସହିତ ଜଡିତ। ଏହାର ଅର୍ଥ ହଡ଼ପ କରାଯିବା କେବଳ ଆର୍ଥିକ ଅନିୟମିତତା ନୁହେଁ, ଏହା ସାମାଜିକ ଅପରାଧ ମଧ୍ୟ, ସେମାନେ ଆଗରୁ ଚେତାବନୀ ଦେଇଛନ୍ତି, ଯଦି ଶୀଘ୍ର ଦୋଷୀ ମାନଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବ , ତେବେ ଆମରଣ ଅନଶନକୁ ସେମାନେ ଆଗୁଆ କରିବେ ଓ ଆନ୍ଦୋଳନକୁ ଅଧିକ ତିବ୍ର କରିବେ।
ପ୍ରତିବାଦ ସ୍ଥଳରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ଦର୍ଶକମାନେ ମଧ୍ୟ ଭିଡ଼ିଛନ୍ତି। ଭାଗବତ ସଙ୍ଗୀତର ଧ୍ୱନିରେ ସମଗ୍ର ପରିବେଶ ଧାର୍ମିକ ଓ ସାଂସ୍କୃତିକ ରଙ୍ଗରେ ମୁହିଁଥିବା ସହ, ପ୍ରତିବାଦକୁ ନୂତନ ଆକାର ଦେଇଛି।
ଏହି ପ୍ରତିବାଦକୁ ନେଇ ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ମିଳିନଥିଲେ ମଧ୍ୟ, ସ୍ଥାନୀୟମାନଙ୍କ ମଧ୍ୟରେ ଘଟଣାଟି ଉତ୍ସୁକତା ସୃଷ୍ଟି କରିଛି।
ରାଜ୍ୟ
ମାର୍ଶାଘାଇ ବ୍ଲକରେ ଭାଗବତ ଟୁଙ୍ଗୀ ଅର୍ଥ ହଡ଼ପ ବିରୋଧରେ କଳାକାରଙ୍କ ଅଭିନବ ପ୍ରତିବାଦ ।
- Hits: 59