ପଦ୍ମପୁର :- କୋଶଳ ରାଜ୍ୟ ସମନ୍ମୟ ସମିତିର କେନ୍ଦ୍ରୀୟ ଆବାହକ ପ୍ରଶାନ୍ତ କୁମାର୍ ମାଝୀ ଙ୍କ ଆହ୍ବାନ କ୍ରମେ ମନୋରଞ୍ଜନ ସିଂହ ବରିହା ଙ୍କ ସଭାପତିତ୍ବ ରେ ଟାଉନ୍ ହଲ୍ ଠାରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରମୋଦ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ। ସଭା ପୂର୍ବରୁ ମା ସମଲେଇ ଙ୍କ ଫୋଟୋ ଚିତ୍ର ରେ ପ୍ରମୋଦ ମିଶ୍ର, ଗବେଷକ ସଞ୍ଜୟ ବହିଦାର, ନାଟ୍ୟକାର ରାଜେନ୍ଦ୍ର ମହାନ୍ତି, ମନୋରଞ୍ଜନ ସିଂହ ବରିହା, ଦଳ ଗଞ୍ଜନ ବରିହା, ସନ୍ତୋଷ ସିଂ ଠାକୁର ପ୍ରମୁଖ ଦୀପ ପ୍ରଜ୍ଜ୍ବଳନ କରିଥିଲେ। ଶ୍ରୀ ମାଝୀ ଉଦ୍ଧେଶ୍ୟ ଜ୍ଞାପନ ଓ ମଞ୍ଚାସିନ ଅତିଥି ଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି ଅବସର ରେ ମୁଖ୍ୟ ବକ୍ତା ଶ୍ରୀ ବହିଦାର କୋଶଲ୍ ଇତିହାସ ସମ୍ପର୍କରେ ତଥ୍ୟ ପ୍ରଦାନ କରି ଥିଲେ। ମୁଖ୍ୟ ଅତିଥି ଶ୍ରୀ ମିଶ୍ର ସଂଗ୍ରାମୀ ମାନଙ୍କ ଆନ୍ଦୋଳନ ବିଷୟ ରେ ଏକ ହୃଦୟ ଗ୍ରହୀ ଅଭିଭାଷଣ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟେ ନାଟ୍ୟକାର ରାଜେନ୍ଦ୍ର ମହାନ୍ତି , ସନ୍ତୋଷ ସିଂ ଠାକୁର, କେଦାର ପାଢ଼ୀ,
ଅରବିନ୍ଦ ପଣ୍ଡା, ବିନୋଦ ବେହେରା, ପ୍ରମୋଦ ରାୟ ଓ ଅରବିନ୍ଦ ପଟ୍ଟନାୟକ ଆଲୋଚନା କରିଥିଲେ |
ଶେଷରେ ଶ୍ରୀ ଅରବିନ୍ଦ ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ।
ରାଜ୍ୟ
କୋଶଳରାଜ୍ୟ ସମନ୍ମୟ ସମିତି ର ନୂଆଖାଇ ଭେଟଘାଟ।
- Hits: 341