ରାଜଗାଙ୍ଗପୁର(ସୁନ୍ଦରଗଡ) / ବିଷ୍ଣୁ ଭୌମିକ : . ସୁନ୍ଦରଗଡ଼ ଜିଲାର ୪ଟି ପ୍ରମୁଖ ରାସ୍ତାକୁ ଜାତୀୟ ରାଜପଥର ମାନ୍ୟତା ଦେଇ ସେଗୁଡ଼ିକର ନବନିର୍ମାଣ ଓ ରକ୍ଷଣାବେକ୍ଷଣ ଦାୟିତ୍ଵ ଜାତୀୟ ରାଜପଥ ପ୍ରାଧୂକରଣ ନେଉ ବୋଲି ସୁନ୍ଦରଗଡ଼ ସାଂସଦ ଓ ସୁନ୍ଦରଗଡ଼ ବିଧାୟକ ପୃଥକ ପଅଥକ ଭାବେ ଚିଠି ଲେଖୁଲା ପରେ ବିଭାଗୀୟ ମହଳରେ ତତ୍ପରତା ପ୍ରକାଶ ପାଇଛି।
ସୁନ୍ଦରଗଡ଼ ବିଧାୟକ ଯୋଗେଶ କୁମାର ସିଂ ଗତ ଜୁଲାଇ ୯ ତାରିଖରେ ପୂର୍ତ୍ତ ବିଭାଗ ମୁଖ୍ୟ ସଚିବଙ୍କୁ ଚିଠି ଲେଖ୍ ଝାରସୁଗୁଡ଼ା ଜିଲାର ଗାନ୍ଧୀ ଛକରୁ ଛତିଶଗଡ଼ର ପଥଲଗାଁଓ ପର୍ଯ୍ୟନ୍ତ ରାସ୍ତାକୁ ଜାତୀୟ ରାଜପଥରେ ସାମିଲ କରି ଏହାର ନିର୍ମାଣ ଓ ରକ୍ଷଣାବେକ୍ଷଣ କରାଯାଉ ବୋଲି ପ୍ରସ୍ତାବ ଦେଇଛନ୍ତି। ଏହି ରାସ୍ତା ଜାତୀୟ ରାଜପଥରେ ସାମିଲ ହେଲେ ଦୁଇ ରାଜ୍ୟ ମଧ୍ୟରେ ଗମନାଗମନ ସହଜ ହୋଇପାରିବ ଓ ଆନ୍ତରାଜ୍ୟ ସମ୍ପର୍କ ଅଧିକ ମଜବୁତ ହେବ ବୋଲି ଯୋଗେଶ ଉଲ୍ଲେଖ କରିଛନ୍ତି। ଝାରସୁଗୁଡ଼ା ଜିଲାର ଗାନ୍ଧୀ ଛକରୁ ସୁନ୍ଦରଗଡ଼ର ସର୍ଗିପାଲି, ଉଜ୍ଜଳପୁର, ଲେଫ୍ରିପଡ଼ା ଓ ରାଜବାହାଲ ଦେଇ ଛତିଶଗଡ଼ର ଲେଲୁଙ୍ଗା ହୋଇ ପଥଲଗାଁଓକୁ ସଂଯୋଗ କରିବ । ଏହା ହେଲେ ଗମନାଗମନ ସହ ବ୍ୟବସାୟିକ ଗତିବିଧି ମଧ୍ୟ ବୃଦ୍ଧି ପାଇବ। ଛତିଶଗଡ଼ର ଲେଲୁଙ୍ଗା ଓ ପଥଲଗାଁଓ ସହିତ ସୁନ୍ଦରଗଡ଼ର ବହୁ ଦିନର ବ୍ୟବସାୟିକ ଓ ସାମାଜିକ ସମ୍ପର୍କ ଅଛି। ତେଣୁ ଏହି ରାସ୍ତା ନିର୍ମାଣ ହେଲେ ଉଭୟ ରାଜ୍ୟ ମଧ୍ୟରେ ସମ୍ପର୍କ ଆହୁରି ନିବିଡ଼ ହୋଇପାରିବ। ଯୋଗେଶଙ୍କ ଏହି ଚିଠି ପରେ ତତ୍ପରତା ଦେଖାଇ ପୂର୍ତ୍ତ ବିଭାଗ ମୁଖ୍ୟ ସଚିବ ଜାତୀୟ ରାଜପଥ ପ୍ରାକରଣ ମୁଖ୍ୟଯନ୍ତ୍ରୀଙ୍କୁ ଓ ମୁଖ୍ୟଯନ୍ତ୍ରୀ ଜାତୀୟ ରାଜପଥ କେନ୍ଦୁଝର ସର୍କଲର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କୁ ଗତ ଅଗଷ୍ଟ ୫ ତାରିଖରେ ଚିଠି ଲେଖି ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ସେହିପରି ସୁନ୍ଦରଗଡ଼ ଜିଲାର ଆଉ ୩ଟି ରାସ୍ତା କୋଇଡ଼ାରୁ ଲହୁଣାପଡ଼ା ବ୍ଲକ କଲେଇପୋଷ ଦେଇ ଦେବଗଡ଼ ଜିଲାର ବାହାଡ଼ାପୋଷି ପର୍ଯ୍ୟନ୍ତ ୮୪.୨୦ କିଲୋମିଟର, ରାଜ୍ୟ ରାଜପଥ ୧୦ ନମ୍ବରର କଲୁଙ୍ଗା ସ ମିଲ ଛକରୁ ଗୁରୁଣ୍ଡିଆ ବ୍ଳକ ନରେନ୍ଦ୍ରଠାରେ ଜାତୀୟ ରାଜପଥ ୧୪୩ କୁ ସଂଯୋଗ କରୁଥିବା ୭୧ କିମି ରାସ୍ତା ଏବଂ ଗୁରୁଣ୍ଡିଆରୁ ଜର୍ଡା, କୁସୁମୀ, କୁଚିଣ୍ଡା, ବାମରା, କିରେଇ, ସୁନ୍ଦରଗଡ଼, ଗୋପାଳପୁର ଦେଇ ଛତିଶଗଡ଼ର ବ୍ୟବସାୟୀକ ପେଣ୍ଠସ୍ଥଳୀ ରାଏଗଡ଼ ପର୍ଯ୍ୟନ୍ତ ୧୪୩ କିମି ରାସ୍ତାକୁ ଜାତୀୟ ରାଜପଥ କରିବା ପାଇଁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ
ଜୁଏଲ ଓରାମ କେନ୍ଦ୍ର ପରିବହନ ଓ ସଡ଼କ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖୁଥିଲେ । ସେହି ଚିଠିକୁ ମଧ୍ୟ ଗୁରୁତ୍ୱର ସହ ନେଇ ଗତ ଜୁନ ମାସରେ ଜାତୀୟ ରାଜପଥ ରାଉରକେଲା ଡିଭିଜନ ନିର୍ବାହୀ ଯନ୍ତ୍ରୀ ସୁନ୍ଦରଗଡ଼ ଜିଲାପାଳଙ୍କୁ ଚିଠି କରି ଜାତୀୟ ରାଜପଥ ପ୍ରାଧିକରଣକୁ ହସ୍ତାନ୍ତର କରିବାକୁ ଅନୁରୋଧ କରିଛନ୍ତି। ତେବେ ଜିଲାପାଳ ଏନେଇ କି ପଦକ୍ଷେପ ନେଇଛନ୍ତି ତାହା ଜଣା ପଡ଼ିନାହିଁ। ଉଭୟ ନେତା ଜିଲାବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖ୍ ଚିଠି ଲେଖୁଥିବା ଉକ୍ତ ରାସ୍ତା ଗୁଡ଼ିକ ନିର୍ମାଣ ନେଇ ଶୀଘ୍ର ପଦକ୍ଷେପ ଗ୍ରହଣ କରାଗଲେ ଜିଲା ପାଇଁ ଭଲ ହେବ ବୋଲି ମତ ପ୍ରକାଶ ପାଇଛି । ଅନ୍ୟ ପଟେ ଜିଲାର ଆହୁରି ଦୁଇ ପ୍ରମୁଖ ରାସ୍ତା କରମଡିହିରୁ କୁନକୁରୀ ଦେଇ ଅମ୍ବିକାପୁର ଏବଂ କୁତ୍ରା ବ୍ଲକ ରାଞ୍ଚି ରୋଡ଼ରୁ ରାଞ୍ଚି ପର୍ଯ୍ୟନ୍ତ ରାସ୍ତା ମଧ୍ୟ ଜାତୀୟ ରାଜପଥରେ ସାମିଲ ହୋଇଛି । କିନ୍ତୁ ଦୀର୍ଘ ଦିନ ପରେ ମଧ୍ୟ ସଡ଼କ ନିର୍ମାଣ ନେଇ ପଦକ୍ଷେପ ନିଆଯାଉ ନାହିଁ ।