ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ସହରରେ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସ୍ୱାୟତ୍ତ ଶାସନ ଦିବସ ୨୦୨୫ ଅନୁଷ୍ଠିତ। ଏହି ଅବସରରେ ଭଞ୍ଜନଗର ସହର ବିଧିବଦ୍ଧ ଭାବରେ ପୈ।ରପାଳିକା ଘୋଷଣା ହୋଇଥିବା ହେତୁ ସମସ୍ତ ଜନସାଧାରଣଙ୍କୁ କୃତଜ୍ଞତା ଜ୍ଞାପନ କଲେ ଏଠାରେ ଯୋଗଦାନ କରିଥିବା ସମସ୍ତ ପ୍ରଶାସନିକ ଅଧିକାରୀ।
ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍.ଏ.ସି )ପକ୍ଷରୁ ଆଜି ସ୍ଵାୟତ୍ତଶାସନ ଦିବସ ପାଳିତ ହୋଇଯାଇଛି। ଏହି ଦିନ ସକାଳ ସମୟରେ କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ ସହ ସହରରେ ଥିବା ସମସ୍ତ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା। ସନ୍ଧ୍ୟାରେ ଭଞ୍ଜନଗର ମୁଖ୍ୟ ରାସ୍ତା ପାର୍ଶ୍ଵରେ ଥିବା ଟାଉନ୍ହଲ୍ରେ ଆୟୋଜିତ " ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷା ` ଶୁଭଶ୍ରୀ ଦାସ ଅଧ୍ଯକ୍ଷତା କରିଥିଲେ | ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି, ଏସଡିପିଓ ଡ.ଦୀପକ କୁମାର ମିଶ୍ର, ଭଞ୍ଜନଗର ବିଡିଓ ଭାରତୀ ଦେବୀ, ଅତିରିକ୍ତ ତହସିଲଦାର ଅବିନାଶ ମାହର, ଏନ ଏ ସି ସାଂସଦ ପ୍ରତିନିଧି ସନ୍ତୋଷ ତିଆଡ଼ି, ଶାନ୍ତିଲତା ଜେନା, ପ୍ରଭାସିନୀ ପାଣିଗ୍ରାହୀ, , ଉପେନ୍ଦ୍ର ପ୍ରଧାନ, ପ୍ରଶାନ୍ତ କୁମାର ରାଓ ଏବଂ ସମସ୍ତ କାଉନସିଲରବୃନ୍ଦ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ। ଆଜିର ଏହି ମହାନ ଓ ଭବ୍ୟ କାର୍ଯ୍ୟକ୍ରମ ରେ ଏନ୍ ଏ ସି ଅଧ୍ୟକ୍ଷ ଶ୍ରୀମାନ୍ ଗୋପବନ୍ଧୁ ମହାପାତ୍ର ନିଜ ସ୍ଵାସ୍ଥ୍ୟଗତ କାରଣ ଯୋଗୁଁ ଯୋଗଦାନ କରିପାରିନଥିଲେ। ଏଥିରେ ମଞ୍ଚାସିନ ସମସ୍ତ ସମ୍ମାନନୀୟ ବ୍ୟକ୍ତି ବିଶେଷ ତାଙ୍କରି ଶିଘ୍ର ଆଶୁ ଆରୋଗ୍ୟ କାମନା କରିଥିବାର ଦେଖାଯାଇଥିଲା। ସେହିପରି ମାନ୍ୟବର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ କିଛି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟରେ ବ୍ୟସ୍ତ ଥିବା କାରଣ ହେତୁ ସେ ମଧ୍ୟ ସଭାରେ ଯୋଗଦାନ କରିନଥିବା ଦେଖାଦେଇଛି। ସହରକୁ ସ୍ବଚ୍ଛସୁନ୍ଦର ଭାବେ ଗଢ଼ି ତୋଳିବାକୁ ସମସ୍ତଙ୍କ ସହଯୋଗ ଓ ସହଭାଗିତାର ଆବଶ୍ୟକତା ରହିଛି। ଏହାସହ ଭଞ୍ଜନଗରକୁ ରାଜ୍ୟ ସରକାର ଏହି ମହାନ ଦିବସ ରେ ପୌରପାଳିକା ର ମାନ୍ୟତା ଦେଇଥିବାରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ଆଗାମୀ ଦିନରେ ବିକାଶମୁଖୀ ପୌରପାଳିକାରେ ପରିଣତ କରିବାକୁ ଆହ୍ବାନ ଦିଆଯାଇଥିଲା ।ଭଞ୍ଜନଗର ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ମୁରଲୀକୃଷ୍ଣ ପଣ୍ଡା ସ୍ବାଗତ ଭାଷଣ ପ୍ରଦାନ ଓ ବାର୍ଷିକ ବିବରଣୀ ପାଠ କରିଥିଲେ । ମୁଖ୍ୟମନ୍ତ୍ରୀ ସହରୀ ବିକାଶ କରଣ ଯୋଜନାରେ ୩ କୋଟି ଟଙ୍କାରୁ ଅଧିକ ଟଙ୍କାରେ ବିକାଶମୂଳକ କାର୍ଯ୍ୟ, ପୋର୍ଟେବଲ ଶୌଚାଳୟ ନିର୍ମାଣ, ଆମ୍ବୁଲାନ୍ସ ସୁବିଧା ଓ ଷ୍ଟେଟ୍ ବ୍ୟାଙ୍କ ଛକ ସ୍ତିତ ବହୁ ପୁରାତନ ବନ୍ଧ ହାତୀବନ୍ଧରେ ସୁନ୍ଦର ପାର୍କ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ହେଉଥିବା ସୂଚନା ମିଳିଛି। ଏହି ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ ଏବଂ ସଫେଇ କର୍ମଚାରୀଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା | ଏଥିରେ ବରିଷ୍ଠ ଅବସରପ୍ରାପ୍ତ କର୍ମଚାରୀ ଅଶୋକ କୁମାର ମହାପାତ୍ର ସଂଯୋଜନା କରିଥିଲେ | ଏନ୍ଏ ସି କନିଷ୍ଠଯନ୍ତ୍ରୀ ଇଂ.ଦିଲୀପ କୁମାର ମିଶ୍ର, ମିଲନ ମୋହନ ମୁର୍ମୁ, ମୁନା ସେଠୀ, ସୁଶାନ୍ତ କୁମାର ମିଶ୍ର, ଶୁଭମ୍ କୁମାର ପାଢ଼ୀ, ଅମ୍ରିତା ନାୟକ ଓ ଅଶୋକ ପ୍ରଧାନଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ |
ରାଜ୍ୟ
ଭଞ୍ଜନଗର ସହରରେ ବର୍ଣ୍ଣାଢ଼୍ୟରେ ପାଳିତ ହେଲା ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ
- Hits: 75