ହେଡଲାଇନସ୍:

ଜିଲା ବିଭାଜନ ବିରୋଦ୍ଧରେ ଆସନ୍ତା ୨୬ ତାରିଖ ମୟୁରଭଞ ବନ୍ଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି) ଓଡିଶା ରାଜ୍ୟର ସବୁଠାରୁ ଜିଲା ମୟୁରଭଞ । ଏହି ଜିଲାର ବିଭାଜନ ପାଇଁ ଚାଲିଥିବା କୁ ଚକ୍ରାନ୍ତ କୁ ବିରୋଦ୍ଧକରି ମୟୁରଭଞ ରାଜ୍ୟ କ୍ରିୟାନୁଷ୍ଠାନ  କମିଟି ତରଫରୁ ଆସନ୍ତା ୨୬ ତାରିଖ ମୟୁରଭଞ ବନ୍ଦ ଡାକରା ଦିଆଯାଇଅଛି । ଅଖଣ୍ଡ ମୟୁରଭଞ ,ପ୍ରଖଣ୍ଡ ମୟୁରଭଞ ଓ ମାର୍ଜର ଏଗ୍ରିମେଣ୍ଟ ସାର୍ବଜନୀନ ଦାବୀରେ  ଏହି ବନ୍ଦ ଡାକରା ଦିଆଯାଇଅଛି । ଓଡିଶା ରାଜ୍ୟରେ ମୟୁରଭଞ ମିଶ୍ରଣ ସମୟରେ ମାର୍ଜର ଏଗ୍ରିମେଣ୍ଟ ଅନୁଯାୟୀ ଜିଲାର ବିଭାଜନ କୈାଣସି ପ୍ରକାର ଆଇନସମତ ନୁହେଁ । ପୂର୍ବରୁ ମୟୁରଭଞ ଜିଲା ଏକ ଗଡଜାତ ରାଜ୍ୟଥିଲା ।୧୯୪୯ ମସିହା ଜାନୁଆରୀ ୧ ତାରିଖ ମୟୁରଭଞ ଗଡଜାତ ରାଜ୍ୟ ଓଡିଶା ସହିତ ମିଶ୍ରଣ ହେଲା । ମା କିଚେକଶ୍ୱରୀ ମାଟି କୁହାଯାଉଥିବା ଏହି ମୟୁରଭଞ ଜିଲା ବିଭାଜନ ପରେ ଏହାର ସ୍ୱତନ୍ତ୍ରତା ହରାଇବ ଏହା ସନେ୍ଧହ ନାହିଁ । 

0
0
0
s2sdefault