ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ସ୍ଥିତ ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟ ପରିସରରେ ସାମାଜିକ ଓ ପରିବେଶ ସଚେତନତାର ବାର୍ତା ‘ମାଆ ପାଇଁ ଗଛ ଟିଏ’ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପ୍ରିନ୍ସିପାଲ ଡଃ କାହ୍ନୁଚରଣ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏବଂ ଆମ ଓଡିଶା ସଂଗଠନର ସହଭାଗିତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସ୍ଵସ୍ତିକ ଜମାଦାର ଯୋଗଦେଇଥିଲେ । ଏଥିସହ ସମ୍ମାନିତ ଅତିଥି ଭାବେ ନିର୍ବାହୀ ଯନ୍ତ୍ରୀ ଶ୍ରୀଯୁକ୍ତ ହରେକୃଷ୍ଣ ପଣ୍ଡା ଯୋଗଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଉଦଘାଟନ କରିବାସହ ଛାତ୍ର ଛାତ୍ରୀଙ୍କୁ ବୃକ୍ଷର ଯତ୍ନ ନେବା ପାଇଁ ପ୍ରବାର୍ତ୍ତାଇଥିଲେ , ଅନୁଷ୍ଠାନର ଚେୟାରମ୍ୟାନ ଶ୍ରୀଯୁକ୍ତ ଅକ୍ଷୟ ଦାଶ ଯୋଗଦେଇ ପୁନଶ ପୃଥିବୀ ପାଇଁ ବ୍ୟାପକ ବୃକ୍ଷରୋପଣ ର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ l ସମ୍ବାଦ ପ୍ରତିନିଧି ଶ୍ରୀ ଦେବୀ ପ୍ରସାଦ ମିଶ୍ର ମଧ୍ୟ ଉପସ୍ଥିତ ରହି ଉଚ୍ଚlହିତ କରିଥିଲେ
ବି.ଫାର୍ମାସି, ଡି.ଫାର୍ମାସି, ନର୍ସିଂ ଓ ଡି.ଏମ.ଏଲ.ଟି ବିଭାଗର ଛାତ୍ରଛାତ୍ରୀମାନଙ୍କ ସକ୍ରିୟ ସହଭାଗିତାରେ ବଉଳ, କରଞ୍ଜ, ଲିମ୍ବ, ଅର୍ଜୁନ ବିଭିହ୍ନ ପ୍ରକାରର ଚାରାଗଛ କଲେଜ ପରିସରରେ ରୋପିତ କରିଥିଲେ । ପ୍ରଶାସନିକ ଅଧିକାରୀ ପି.ଭି. କୋଟେଶ୍ୱର ରାଓଙ୍କ ସହିତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ମଧ୍ୟ ବୃକ୍ଷରୋପଣରେ ସକ୍ରିୟ ଭାବରେ ଯୋଗଦେଲେ । ସମଗ୍ର କାର୍ଯ୍ୟକ୍ରମର ପରିଚାଳନା ଶ୍ରୀ ରାଜୀବ ପଣ୍ଡା କରିଥିଲେ ।
ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଞ୍ଜୟ ସାହୁ ଏହି ମାନବୀୟ ପ୍ରୟାସକୁ ସ୍ୱାଗତ କରି ସମସ୍ତଙ୍କୁ ବୃକ୍ଷରୋପଣ ଦ୍ୱାରା ପରିବେଶ ସୁରକ୍ଷାରେ ଅଗ୍ରଗାମୀ ହେବାକୁ ଆହ୍ୱାନ ଜଣାଇଥିଲେ ।