ମଶାଣି ପଡ଼ିଆ ଚତୁଃର୍ପାଶ୍ୱରେ ଫଳ ଓ ଔଷଧୀୟ ଉଦ୍ୟାନ ଅଭିଯାନ ଆରମ୍ଭ କଲା ଗ୍ରୀନ ୱାର୍ଲଡ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଦୁଇଶହରୁ ଅଧିକ ଫଳ ଓ ଔଷଧୀୟ ଚାରା ରୋପଣ


ଭୁବନେଶ୍ୱର: ବିଏମସିର ୱାର୍ଡ ନଂ. 2 ପଟିଆ ଗ୍ରାମ ମଶାଣି ପଡିଆରେ" ଗ୍ରୀନ ୱାର୍ଲଡ " ଦ୍ଵାରା ଏକ ଫଳ ବଗିଚା ପାଇଁ ଚାରାରୋପଣ କରାଯାଇଛି., ପରିବେଶପ୍ରେମୀ ନୃପେଶ ନାୟକଙ୍କ ନେତୃତ୍ୱରେ ଗ୍ରୀନ ୱାର୍ଲଡ ପକ୍ଷରୁ ଏହି ଅଭିଯାନ ହାତକୁ ନିଆଯାଇଛି. ଏଥିରେ ଆମ୍ବ, ପଣସ , ସପେଟା , ପିଜୁଳି, ଜାମୁରୋଳ,କମଳା, ସେଉ,ଅମଲା, ନରକୋଳି, ଥାଇ ଜାମୁ, ବରକୋଳି, ମିଠା କରମଙ୍ଗା, ମିଠା ତେନ୍ତୁଲି, ପଣସ, ଆଭାକାଡୋ, ଅଞିର ଚାରା ରୋପଣ କରାଯାଇଛି |

ସ୍ଥାନୀୟ କର୍ପୋରେଟର ମିହିର ରାଉତଙ୍କ ବ୍ୟକ୍ତିଗତ ଆଗ୍ରହ କ୍ରମେ ତଥା ପଟିଆ ଗ୍ରାମ ର ବରିଷ୍ଠ ନାଗରିକ ଓ ଯୁବକ ମାନଙ୍କ ସହଯୋଗ ରେ ଦୁଇ ଶହ ଫଳ ଓ ଏକ ଶହ ଔଷଧୀୟ ବୃକ୍ଷ ଲଗାଯାଇଥିବା ବେଳେ ,ଏହାର ରକ୍ଷଣାବେକ୍ଷଣ ଆସନ୍ତା ଦୁଇ ବର୍ଷ ପର୍ଯ୍ୟନ୍ତ "ଗ୍ରୀନ ୱାର୍ଲଡ" ନିଜସ୍ୱ ଖର୍ଚରେ କରିବ ବୋଲି ଗ୍ରୀନ ୱାର୍ଲଡ ର ଅଧ୍ୟକ୍ଷ ପରିବେଶବିତ ନୃପେଶ ନାୟକ କହିଛନ୍ତି.

0
0
0
s2sdefault